Indian Post ଆଣିଛି ଦମଦାର Scheme ! ଟଙ୍କା ରଖିଲେ ହୋଇଯିବ ଡବଲ, ଦେଖନ୍ତୁ କିପରି ?

ବନ୍ଧୁଗଣ ଗତ କିଛି ସମୟ ହେବ ପୋଷ୍ଟ ଅଫିସର ଏକ ନୂଆ ସ୍କିମ ସାମ୍ନାକୁ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ସ୍କିମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସ୍କିମ ବିଷୟରେ । ଚିନ୍ତା ନାହିଁ କି ସମସ୍ୟା ବି ନାହିଁ ଏହି ସ୍କିମରେ ଟଙ୍କା ରଖିଲେ ଡବଲ ହୋଇଯିବ ଟଙ୍କା । ଯଦି ଆପଣ କେଉଁଠାରେ ଅର୍ଥ ବିନିଯୋଗ କରିବାକୁ ଚାହୁଁ ଛନ୍ତି ତା ହେଲେ ଏହା ଠାରୁ ସୁରକ୍ଷିତ ସ୍ଥାନ ବା ଭଲ ରିଟର୍ନ କେଉଁଠି ବି ପାଇବେ ନାହିଁ ।

ପୋଷ୍ଟ ଅଫିସରେ ଏମିତି ଏକ ଦମଦାର ସ୍କିମ ରହିଛି ଯେଉଁଠି ମିଳିଥାଏ ଭଲ ରିଟର୍ନ ସହ ଅନେକ ସୁବିଧା । ଆମେ କହୁଛୁ ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମ ବିଷୟରେ । ପୋଷ୍ଟ ଅଫିସର ଟିଡି ସ୍କିମରେ ଆପଣ ବର୍ଷେ, 2 ବର୍ଷ, 3 ବର୍ଷ ଓ 5 ବର୍ଷ ପାଇଁ ଟଙ୍କା ଜମା କରିପାରିବେ । ଏଥିରେ ଏକ ବର୍ଷ ଅବଧି ଥିବା ଏଫଡି ଆକାଉଣ୍ଟରେ 5.5 ପ୍ରତିଶତ ସୁଧା ମିଳିଥାଏ ।

ଏହା ସହିତ ଏକ ବର୍ଷର ଏଫଡି ଓ ତିନି ବର୍ଷର ଏଫଡିରେ 5.5 ପ୍ରତିଶତ ସୁଧ ମିଳୁଛି । ପୋଷ୍ଟ ଅଫିସରେ 5 ବର୍ଷର ଟେକ୍ସ ସେଭିଙ୍ଗ ଏଫଡିରେ 6.7 ପ୍ରତିଶତ ସୁଧ ମିଳୁଛି । ସୁଧ ଦେୟ ବାର୍ଷିକ ଆଧାରରେ କରାଯାଏ ହେଲେ ଏହାକୁ ତ୍ରୈମାସିକ ଆଧାରରେ ହିସାବ କରାଯାଏ । ଯଦି କିଏ ଏକ ଲକ୍ଷ ଟଙ୍କା ଜମାରେ 5 ବର୍ଷର ମାଚ୍ଯୁରିଟି ପିରିୟଡର ଟର୍ମ ଡିପୋଜିଟ ଖୋଲେ ତା ହେଲେ 6.7 ପ୍ରତିଶତ ବାର୍ଷିକ ସୁଧ ହିସାବରେ 5 ବର୍ଷ ପରେ ସେ 1 ଲକ୍ଷ 39 ହଜାର 4 ଶହ 7 ଟଙ୍କାର ମାଲିକ ହୋଇପାରିବେ ।

ଯଦି ଆପଣ ଟିଡିରେ ତାଙ୍କ ଲଗାଉ ଛନ୍ତି । ତେବେ ଆପଣ 6.7 ପ୍ରତିଶତ ଦରରେ ସୁଧ ମିଳିଲେ ଆପଣଙ୍କ ଟଙ୍କା ଡବଲ ହେବାକୁ ପାଖାପାଖି 10.74 ବର୍ଷ ଅର୍ଥାତ 129 ମାସ ଲାଗିବ । ପୋଷ୍ଟ ଅଫିସର ଟିଡି ସ୍କିମ ପାଇଁ କେହି ବି ସିଙ୍ଗଲ ବ୍ୟକ୍ତି ଆକାଉଣ୍ଟ ଖୋଲିପାରିବେ । ଏହା ବ୍ୟତୀତ 3 ଜଣ ମିଶି ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲି ପାରିବେ । 10 ବର୍ଷରୁ ଅଧିକ ବୟସର ପିଲାଙ୍କ ନାମରେ ପାରେଣ୍ଟସ ଆକାଉଣ୍ଟ ମଧ୍ୟ ଖୋଲା ଯାଇପାରିବ ।

ସବୁଠାରୁ ବଡ କଥା ହେଲା ବ୍ୟାଙ୍କ ତୁଳନାରେ ଏଠାରେ ଅଧିକ ସୁଧ  ମିଳିଥାଏ । କେହି କେହି ଏହି ସ୍କିମକୁ ଡାକ ଘରର ଏଫଡି ମଧ୍ୟ କହିଥାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସ୍କିମ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *