ଯୁଦ୍ଧ ମଧ୍ୟରେ ଋଷିଆ ଇଣ୍ଡିଆକୁ ଦେଲା ଏହି ଜବରଦସ୍ତ ଅଫର, ଯେଉଁଥିରେ ଇଣ୍ଡିଆକୁ ମିଳିବ ବହୁତ ବଡ ଫାଇଦା, କିନ୍ତୁ ଶତୃ ହେଇପାରେ ଆମେରିକା, ଦେଖନ୍ତୁ ତାହା କଣ ?

ବନ୍ଧୁଗଣ ଋଷ ଓ ୟୁକ୍ରେନ ଯୁଦ୍ଧ ମଝିରେ ଋଷ ସରକାର ଭାରତକୁ ଏକ ସହଯୋଗ ମାଗିଛି । ତେବେ ଏହି ସହଯୋଗ କରିବା ଫଳରେ ଭାରତକୁ ଏବ ବଡ ଫାଇଦା ମିଳିପାରେ । ହେଲେ ଏହି ସହଯୋଗ କରିବା ପଛରେ ଏକ ସଙ୍କଟ ରହିଛି ଯାହା ଭାରତ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଏହି ଯୁଦ୍ଧକୁ ଏବେ ୧୬ ଦିନ ହୋଇସାରିଛି ଓ ଆମେରିକା ସହ ନାଟୋର ଦେଶ ଗୁଡିକ ସିଧା ସଳଖ ଏହି ଯୁଦ୍ଧରେ ସାମିଲ ହୋଇପାରି ନାହାନ୍ତି । ହେଲେ ଆମେରିକା ସହ ନାଟୋ ଦେଶ ଗୁଡିକ ଋଷ ଅର୍ଥ ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ଋଷ ଉପରେ କେତେକ ପ୍ରତିବନ୍ଧକ ଲଗାଇ ଛନ୍ତି । ଏମିତି କି ଋଷର କଞ୍ଚା ତେଲର ଏକ୍ସପୋର୍ଟ ଉପରେ ବି ଆମେରିକା ପ୍ରତିବନ୍ଧକ ଲଗାଇ ଦେଇଛି ଏମିତିରେ ଋଷ ମଧ୍ୟ ଏବେ ଚିନ୍ତାରେ ପଡିଯାଇଛି ।

କାରଣ ଋଷ ନିଜ କଞ୍ଚା ତେଲକୁ ଅନ୍ୟ ଦେଶ ମାନଙ୍କୁ ବିକି ବହୁତ ଟଙ୍କା କମାଉ ଥିଲା । ବନ୍ଧୁଗଣ ଏହାରି ମଧ୍ୟରେ ଋଷ ଭାରତକୁ ସହଯୋଗ ମାଗିଛି ଓ ଯଦି ଭାରତ ଋଷକୁ ସହଯୋଗ କରିବ ତା ହେଲେ ଭାରତକୁ ଲାଭ ମିଳିବ । ତେବେ ଏହାରି ମଧ୍ୟରେ ଋଷର ସରକାରୀ କମ୍ପାନୀ ଭାରତକୁ କମ ଦରରେ ତେଲ ବିକ୍ରି କରିବାର ଅଫର ଦେଇଛି ।ଋଷର ସବୁଠାରୁ ବଡ ତେଲ କମ୍ପାନୀ ରୋସନେଫ୍ଟ ଭାରତକୁ ତେଲ ପ୍ରତି 25 ରୁ 27 ପ୍ରତିଶତ ଡିଶକାଉଣ୍ଟ ଦେବାର ଅଫର ଦେଇଛି ।

ଋଷ ଭାରତକୁ ଶସ୍ତା ଦରରେ ତେଲ ବିକ୍ରି କରିବାର ଅଫର ଦେଇଛି । ଏହି ସମୟରେ ସାରା ଦୁନିଆରେ କଞ୍ଚା ତେଲର ଦର ବହୁତ ଅଧିକ ବୃଦ୍ଧି ହୋଇଯାଇଛି ।ଏହି ଅଫର ଦ୍ଵାରା ଭାରତ ବହୁତ ଲାଭବାନ ହେବ । ହେଲେ ଏଥିରେ ଏକ ବଡ ସଙ୍କଟ ମଧ୍ୟ ରହିଛି । ଯଦି ଭାରତ ଋଷ ଠାରୁ ତେଲ କିଣେ ତା ହେଲେ ଭାରତ ଋଷକୁ ଏହି ଯୁଦ୍ଧରେ ସହଯୋଗ କରିବାର ଏକ ବଡ ଦୋଷ ମଧ୍ୟ ଲାଗିପାରେ ।

ଆଉ ଋଷ ସହ ବେପାର କରୁଥିବା କମ୍ପାନୀ ଗୁଡିକ ଉପରେ ମଧ୍ୟ ଆମେରିକା ପ୍ରତିବନ୍ଧକ ଲଗାଇପାରେ । ଏହି ସଉଦାରେ ଆମେରିକା ଭାରତ ଉପରେ ରାଗିପାରେ ଏହା ସହ ଏହି ସଉଦାରେ ପେମେଣ୍ଟ ସିଷ୍ଟମ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଯଦି ମୋଦୀ ଏହି ଅଫର ପାଇଁ ରାଜି ହୋଇଯାଉଛନ୍ତି ତା ହେଲେ ତେଲର ଭୁକ୍ତାନ କରିବା ପାଇଁ ମୋଦୀଙ୍କୁ କିଛି ଅଲଗା ଉପାୟ ଅବଲମ୍ବନ କରିବାକୁ ପଡିବ । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *