Imaran Khan ଙ୍କ କଥା ଛାଡନ୍ତୁ, ତାଙ୍କ ସ୍ତ୍ରୀଙ୍କୁ ଡରିଲା ପୁରା ଇସ୍ଲାମବାଦ, ଦେଖନ୍ତୁ ଏମିତି କଣ ହେଲା…

ବନ୍ଧୁଗଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଇମ୍ରାନ ଖାନଙ୍କ ସିଟ ଏବେ ବିପଦରେ ଅଛି କୌଣସି ସମୟରେ ବି ତାଙ୍କ ସିଟ ତାଙ୍କ ହାତରୁ ବାହାରି ପାରେ । ପାକିସ୍ତାନର ବିପକ୍ଷ ଦଳ ଗୁଡିକ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଖସେଇବା ପାଇଁ ସବୁ ପ୍ରକାରର ଯୋଜନା କରିସାରିଛନ୍ତି । ଏହା ସହିତ ପାକିସ୍ତାନ ସୈନ୍ୟ ମଧ୍ୟ ଇମ୍ରାନଙ୍କ ହାତ ଛାଡି ଦେଇଛନ୍ତି । ଏହା ସହ ଇମ୍ରାନଙ୍କ ପାର୍ଟିର କିଛି ସଦସ୍ୟ ତାଙ୍କୁ ଧୋକା ଦେଉଛନ୍ତି ।

ଏହି ସବୁ ମଧ୍ୟରେ ଇମ୍ରାନଙ୍କ ପତ୍ନୀ ଏବେ ଏପରି କିଛି କରିଛନ୍ତି ଯାହାକୁ ନେଇ ପୁରା ଇସ୍ଲାମାବାଦରେ ହଡକମ ସୃଷ୍ଟି ହୋଇଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ପୂର୍ବରୁ ଇମ୍ରାନଙ୍କ ପତ୍ନୀ କଳାଜାଦୁ କରୁଥିବା ନେଇ ଅଭିଯୋଗ ଆସିଥିଲା ।

ହେଲେ ଏବେ ବିପକ୍ଷ ନେତା ସେହେବାଜ ସରିଫ ଇମ୍ରାନଙ୍କ ପତ୍ନୀ ବୁସରା ବିବିଙ୍କ ଉପରେ ଏକ ଏପରି ଆରୋପ ଲଗାଇଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ସେହେବାଜ ସରିଫ କହିଛନ୍ତି, ବୁସରା ବିବି ନିଜ ସ୍ଵାମୀ ଇମ୍ରାନ ଖାନଙ୍କୁ ବଞ୍ଚାଇବା ପାଇଁ କୁକୁଡା ଜଳାଉ ଛନ୍ତି । ବହୁତ କୁକୁଡା ଜଳାଇବା କାରଣରୁ ପୁରା ଇସ୍ଲାମାବାଦରେ ଏହାର ଦୁର୍ଗନ୍ଧ ବ୍ୟାପିବାରେ ଲାଗିଛି ।

ଆମ ପ୍ରଧାନମନ୍ତ୍ରୀ କଳାଜାଦୁରେ ଫସି ଯାଇଛନ୍ତି । ଦେଶରେ ଛୁଆ ମାନେ ଭୋକ ଉପାସରେ ରହୁଛନ୍ତି । ଏଣିକି ଇମ୍ରାନ ଯଦି ଦେଶକୁ ଠିକ ଭାବରେ ଚଳାଇ ପାରୁ ନାହାନ୍ତି ତା ହେଲେ ତାଙ୍କୁ ପଦ ତ୍ୟାଗ କରିଦେବା ଉଚିତ । ଇମ୍ରାନଙ୍କ ପତ୍ନୀଙ୍କ ଉପରେ ଆଗରୁ ମଧ୍ୟ କଳାଜାଦୁ କରିବାର ଆରୋପ ଲାଗିଛି । ଆମେରିକାର ପୂର୍ବତ୍ତମ ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କୁ ସାକ୍ଷାତ କରିବାକୁ ଯାଇଥିବା ବେଳେ ଇମ୍ରାନ ମାଳା ଜପ କରୁଥିବାର ମଧ୍ୟ ନଜର ଆସିଥିଲେ ।

ଅନେକ ଲୋକ ଏହାକୁ ନେଇ କହିଥିଲେ ଯେ, ଇମ୍ରାନ ଖାନ ଡୋନାଲଙ୍କ ଉପରେ କଳାଜାଦୁ କରିବା ପାଇଁ ମାଳା ଜପ କରୁଥିଲେ । ହେଲେ ଏବେ ତାଙ୍କ ପତ୍ନୀଙ୍କ ଏହି କାର୍ଣ୍ଣମାକୁ ନେଇ ସାରା ପାକିସ୍ତାନରେ ଚର୍ଚ୍ଚା ଚାଲିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *