ଦିନ ଥିଲା ଦୁଇ ବେଳା ଖାଇବାକୁ ପାଉ ନଥିଲେ, କିନ୍ତୁ ଆଜି ସେ IAS ଅଫିସର, ଏହି IAS ଅଫିସରଙ୍କ ଜୀବନ କାହାଣୀ ଶୁଣିଲେ ଆପଣ ବି କହିବେ ସାବାସ ! (A success Story)

ବନ୍ଧୁଗଣ ଏହି ଜୀବନ ହେଉଛି ଏକ ରଙ୍ଗମଞ୍ଚ ଆଉ ଆମେ ସମସ୍ତେ ହେଉଛୁ ଗୋଟେ ଗୋଟେ କଳାକାର । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମେ ଗୋଟେ ଗୋଟେ ଅଭିନୟ କରିଥାଉ । ଆଉ ଯେଉଁ ଦିନ ମରିଯିବା ସେହିଦିନ ଆମ ଅଭିନୟ ଶେଷ ହେବ । ଆପଣ ମାନେ ବେଳେବେଳେ ବହୁତ ମନ ଦୁଃଖ କରୁଥିବେ ଆଉ କହୁଥିବେ ମୁଁ ଏତେ ପାଠ ପଢିଲି ହେଲେ ଚାକିରି ଟିଏ ହେଲା ନାହିଁ । ଆଜି ଆମେ ଆପଣଙ୍କୁ ଗୋଟେ କାହାଣୀ କହିବାକୁ ଯାଉଛୁ ଏହା ଜାଣିବା ପରେ ଆପଣ କହିବେ ହଁ ମୁଁ ବି କିଛି କରି ଦେଖାଇବି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି କାହାଣୀ ହେଉଛି କଲିକତାର ଜଣେ ମହିଳାଙ୍କର ଯାହାଙ୍କର ନାମ ହେଉଛି ପ୍ରଦ୍ୟୁମ୍ନ ବର୍ମି । ପ୍ରଦ୍ୟୁମ୍ନଙ୍କ ମା ରେଳ ଷ୍ଟେସନରେ ଭିକ ମାଗି ନିଜ ଝିଅକୁ ପାଠ ପଢାଇ ଥିଲେ ।

ଝିଅ ବି ବହୁତ ଭଲ ପାଠ ପଢୁଥିଲା ଆଉ ସ୍ଵପ୍ନ ଦେଖୁଥିଲା ଦିନେ ମୁଁ ଚାକିରି କରିବି ଆଉ ମୋ ମା ଦୁଃଖକୁ ଦୂର କରିବି । ହେଲେ ସେ ଯେତେବି ଚେଷ୍ଟା କରିଲା ସବୁଥିରେ ହାରିଗଲା । କେତେ ବର୍ଷରେ 300 ସରକାରୀ ଚାକିରି ପାଇଁ ଆବେଦନ ହେଲେ ସବୁଥିରେ ଫେଲ । ବହୁତ କାନ୍ଦିଲା ସେ ଝିଅ ଆଉ କହିଲା ମା ମୁଁ ତୋ ସ୍ଵପ୍ନକୁ ପୂରଣ କରି ପାରିଲି ନାହିଁ । ମା କହିଲା ଏଇଟା ଜୀବନର ଆରମ୍ଭ ଥକି ଗଲେ କଣ ହେବ ଏବେ ତ ଆହୁରି ବାଟ ଚାଲିବାର ଅଛି  ।

ମା ର କଥା ଶୁଣିବା ପରେ ଝିଅ ପୁଣି ଆରମ୍ଭ କରିଲା ପାଠ ପଢିବା ବହୁତ ପରିଶ୍ରମ କରିଲା ଆଉ ଦିନ ରାତି ଏକ କରିଦେଲା । ଦୁଇ ବର୍ଷ ଧରି କେବଳ ପରିଶ୍ରମ କରି ଚାଲିଲା । ଏହା ପରେ 2020ରେ ୟୁପିଏସି ପରୀକ୍ଷାରେ ଝିଅ 135 ରେଙ୍କ ପାଇ ଆଇଏଏସ ଅଫିସର ହେଲା ।

ବନ୍ଧୁଗଣ ଏହା ହେଉଛି ଏକ ସତ ଘଟଣା । ତେଣୁ ଆପଣ ମାନେ କେବେବି ମନ ଦୁଃଖ କରନ୍ତୁ ନାହିଁ ସବୁବେଳେ ନିଜ ଲକ୍ଷ୍ୟପଥ ହାସଲ କରିବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ଆପଣ ନିଶ୍ଚୟ ସଫଳତା ପାଇବେ । ତା ହେଲେ ବନ୍ଧୁଗଣ ଏହି କାହାଣୀଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *