ରିସେପ୍ସନରେ ଅଭିନେତ୍ରୀ Riya ଙ୍କ ପାଇଁ ଏମିତି ଗୀତା ଗାଇଲେ ଓଡିଆ ସିଙ୍ଗର Humane Sagar, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ବହୁ ଚର୍ଚ୍ଚିତ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ରିୟା ଦେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ରିୟା ବିବାହ ରେ ବହୁତ ଖୁସି ଥିବାର ନଜର ଆସିଥିଲେ । ନିଜର ମନର ମଣିଷ ସୁନୀଲଙ୍କୁ ବିବାହ କରିବା ପରେ ରିୟା ନିଜ ଆଗାମୀ ଭବିଷ୍ୟତ ପାଇଁ ବହୁତ ତତ୍ପର ଅଛନ୍ତି । ବିବାହ ରେ ଅନେକ ବଡ ବଡ ଓଲିଉଡ ସେଲିବ୍ରେଟି ମାନେ ଯୋଗଦାନ କରିଥିଲେ । ରିସେପ୍ସନ ପାର୍ଟି ରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ଆସନ୍ତୁ ଜାଣିବା ରିୟାଙ୍କ ରିସେପ୍ସନ ପାର୍ଟି ରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର କ’ଣ କହିଛନ୍ତି ? ବିବାହ କାର୍ଯ୍ୟ ଅତ୍ୟନ୍ତ ଧୂମଧାମରେ ଅନୁଷ୍ଠିତ ହୋଇଥିଲା । ରିୟା ଜଣେ ଅଭିନେତ୍ରୀ ହୋଇଥିବାରୁ କୌଣସି କାର୍ଯ୍ୟରେ ତୃଟି ଦେଖିବାକୁ ମିଳିନଥିଲା । ଅନ୍ୟ ଅଭିନେତ୍ରୀ ମାନେ ମଧ୍ୟ ରିୟା ଙ୍କୁ ଶୁଭେଛା ଜଣାଇ ତାଙ୍କର ସମସ୍ତ ପ୍ରୋଗ୍ରାମ ରେ ଡ୍ୟାନ୍ସ କରିଥିବାର ନଜର ଆସିଥିଲେ ।

ତାଙ୍କ ସହିତ ରିୟା ମଧ୍ୟ କାନ୍ଧରେ ବାଜା ପକାଇ ବଜା ବଜାଇ ନାଚିଥିଲେ । ପ୍ରେମୀ ସୁନୀଲ ଙ୍କୁ ଜୀବନସାଥୀ ଭାବରେ ପାଇ ରିୟା ଙ୍କ ଖୁସି ର ସୀମା ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆରେ ନିଶ୍ଚିତ ଭାବରେ ଦେଖି ଅନୁଭବ କରିପାରୁଥିବେ । ତେବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ରିସେପ୍ସନ ପାର୍ଟି ରେ ଯୋଗଦାନ କରି ଅଭିନେତ୍ରୀ ରିୟା ଏବଂ ସୁନୀଲ ଙ୍କୁ ଶୁଭେଛା ଜଣାଇ ଥିଲେ ।

ଏହା ସହିତ ସେ କହିଥିଲେ ଯେ,- ଆଜି ରିୟା ମାଡାମ ବହୁତ ଚମକୁଛନ୍ତି, ଆଉ ତାଙ୍କ ସ୍ଵାମୀ ସୁନୀଲ ମଧ୍ୟ ବହୁତ ଚମକୁଛନ୍ତି । ଉଭୟଙ୍କ ଆଗାମୀ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ଶୁଭେଛା ଜଣାଇଥିଲେ ହ୍ୟୁମାନ ସାଗର । ଏହା ସହିତ ସେ କହିଥିଲେ ଯେ ତାଙ୍କୁ ବହୁତ ଖୁସି ଲାଗୁଛି ତାଙ୍କ ବିବାହିତ ଜୀବନ ଆଗକୁ  ବହୁତ ଖୁସିରେ କଟୁ । ଏହା ସହିତ ଉଭୟ ପରିବାର ମଧ୍ୟ ଖୁସିରେ ରୁହନ୍ତୁ ବୋଲି ଇଶ୍ଵର ଙ୍କ ନିକଟରେ ପ୍ରାର୍ଥନା ।

କିଛି ଜିନିଷ କୁ ଯଦି ଉଭୟ ସିରିୟସଲି ନେବେ ନାହିଁ ତେବେ ଉଭୟ ବହୁତ ଖୁସିରେ ରହିବେ । ଛୋଟ ଛୋଟ କଥାକୁ ଆଦୌ ଧରିବେ ନାହିଁ । ରୁଷା ରୁଷି ବହୁତ କମ କରିବେ । ଆଉ ଯେତେ ଖୁସିରେ ରହିବେ ସେହିଭଳି ଭାବରେ ଆଗକୁ ଜୀବନ ମଧ୍ୟ ବିତିବ ବୋଲି ନିଜର ମନ୍ତବ୍ୟ ଦେଇଛନ୍ତି ହ୍ୟୁମାନ ସାଗର । ଏହା ସହିତ ହ୍ୟୁମାନ ସାଗର “ଜାନୁ ତୁମେ ଚମକୁଚ” ଗୀତଟିକୁ ଡେଡିକେଟ କରିଥିଲେ ନବଦମ୍ପତ୍ତି ଙ୍କୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *