ଯେତେବେଳେ ଓଡିଶାର ଏକ Live ସୋ ରେ Bollywood ଅଭିନେତ୍ରୀ Huma Qureshi ଙ୍କୁ ପଚରାଗଲା ‘ରସଗୋଲା କାହାର ?’ ହୁମା ଦେଲେ ଏମିତି ମଜାଦାର ଉତ୍ତର, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଲାଗି ରହିଥିବା ରସଗୋଲା ଯୁଦ୍ଧ ସରିଲା । କିଏ ଜିତିଲା କହିବାର ଆବଶ୍ୟକତା ନାହିଁ । କାରଣ ଏବେ ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ୍‌ ବା ଜୋଗ୍ରାଫିକାଲ୍ ଇଣ୍ଡିକେସନ୍‌ସ ଟ୍ୟାଗ୍‌ ମାନ୍ୟତା । ଜିଆଇ ମାନ୍ୟତା ନେଇ ଚେନ୍ନାଇ ଜିଆଇ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଜିଆଇ ମାନ୍ୟତା ପାଇଁ ୨୦୧୮ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା ।

ତଥ୍ୟ ପ୍ରମାଣକୁ ଆଧାର କରି ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳି ସାରିଛି । ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ରସଗୋଲାର ନିବିଡ଼ ସମ୍ପର୍କ ରହିଛି । ଓଡ଼ିଶାର ପରମ୍ପରା ସହିତ ରସଗୋଲା ଜଡ଼ିତ ବୋଲି ଏଥିରେ ସୂଚିତ ହୋଇଥିଲା । ଶେଷରେ ଓଡ଼ିଶାକୁ ମିଳିଥିଲା ତା’ର ହକ୍‌ । ତେବେ ରସଗୋଲା ଓଡ଼ିଶାର ଏନେଇ ଅନେକ ପ୍ରମାଣ ରହିଛି । ଜଗନ୍ନାଥ ମନ୍ଦିରରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି ।

ତେବେ ଏହା କେବେ ଆରମ୍ଭ ହେଲା ତାହା ବାବଦରେ କୌଣସି ସଠିକ ପ୍ରମାଣ ନାହିଁ । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ତାଙ୍କୁ ରସଗୋଲା ଖୁଆନ୍ତି । ଏହି ରସଗୋଲା ଖୁଆଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା । ଉନ୍ନବିଂଶ ଶତାବ୍ଦୀର ଶେଷ ଆଡ଼କୁ କେଳୁ ଚରଣ ବେହେରା ପାହାଳ ଠାରେ ରସଗୋଲା ପ୍ରସ୍ତୁତକରି ବ୍ୟବସାୟ ଆରମ୍ଭ କରିଥିଲେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଭୋଗ ଲାଗୁଥିବା ଏବଂ ଶହଶହ ବର୍ଷ ଧରି ଓଡ଼ିଆଙ୍କ ପ୍ରିୟ ମିଠା ‘ରସଗୋଲା’କୁ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଲାଗି ରହିଥିଲା ।ତେବେ ବର୍ତ୍ତମାନ ଫୁଣି ଥରେ ସେହି ବିବାଦ କୁ ନେଇ ଆଉ ଏକ ଆଲୋଚନା କରାଯାଉଛି । ତେବେ ଘଟଣା ଟି ହେଉଛି କିଛି ଏପରି କି  ଓଟିଭି ଫୋର୍‌ସାଇଟ୍‌ ୨୦୨୨ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବଲିଉଡ଼ ଅଭିନେତ୍ରୀ ହୁମା କ୍ୟୁରେସୀ ଏହା କହିଛନ୍ତି ।

ରସଗୋଲା ଓଡ଼ିଶାର ନା ପଶ୍ଚିମବଙ୍ଗର ଏକ ପ୍ରଶ୍ନର ଉତ୍ତରରେ ହୁମା କହିଛନ୍ତି, ‘ରସଗୋଲା ସମସ୍ତଙ୍କ ହୃଦୟରେ ଅଛି, ହୃଦୟରେ ରହିବ । ତେବେ ରସଗୋଲା ଓଡ଼ିଶାର । ତେବେ ଏହା ପରେ ଓଡ଼ିଆ ଫିଲ୍ମରେ ଅଭିନୟ କରିବା ପାଇଁ ଆଗ୍ରହୀ କି ନାହିଁ, ପ୍ରଶ୍ନର ଉତ୍ତରରେ ହୁମା କହିଛନ୍ତି, ଯଦି ସ୍କ୍ରିପ୍ଟ ଭଲ ହୋଇଥିବା ତା’ହେଲେ ନିଶ୍ଚିତ ଭାବେ ମୁଁ ଅଭିନୟ କରିବି ।

ସେ ଆହୁରି କହିଛନ୍ତି, ‘କରୋନା ସମୟରେ ଆମ୍ଭେମାନେ ଅନେକ ସମସ୍ୟା ଦେଇ ଗତି କରିଥିଲୁ । ମହାମାରୀ ସମୟରେ ଇଣ୍ଡଷ୍ଟ୍ରି ସମସ୍ତଙ୍କର କେୟାର ନେଇଥିଲା । ମୁଁ ନିଶ୍ଚିତ ଯେ, ଏବେ ଭଲ ସମୟ ଆସିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *