Kolkata ର Howrah Bridge ରେ ଗୋଟିଏ ବି Pillar ବା Nut-Bolt କାହିଁକି ନାହିଁ ? ଜାଣନ୍ତୁ ଅସଲ ସତ…

ବନ୍ଧୁଗଣ ଯେତେବେଳେ ବି ଭାରତରେ ଇଞ୍ଜିନିୟରିଙ୍ଗର କାର୍ଣ୍ଣମା ସାମ୍ନାକୁ ଆସେ ସେତେବେଳେ ହାବଡା ବ୍ରିଜର ନାମ ନିଶ୍ଚୟ ଆସିଥାଏ । ଆଉ ଯଦି କୌଣସି ଫିଲ୍ମ କଲିକତାରେ ସୁଟିଙ୍ଗ ହୁଏ ତା ହେଲେ ସେହି ଫିଲ୍ମରେ ହାବଡା ବ୍ରିଜ ନିଶ୍ଚୟ ନଜର ଆସିଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ହାବଡା ବ୍ରିଜର କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । କଲିକତା ଓ ହାବଡା ମଧ୍ୟରେ ଥିବା ହୋଗିଲି ନଦୀରେ ପ୍ରଥମେ କୌଣସି ବ୍ରିଜ ନଥିଲା । ନଦୀ ପାର କରିବା ପାଇଁ ଲୋକେ ନଉକାର ବ୍ୟବହାର କରୁଥିଲେ । 1871 ମସିହାରେ ବଙ୍ଗଳା ସରକାର ହାବଡା ବ୍ରିଜ ଅଧିନିୟମକୁ ପାସ କରିଥିଲେ ଆଉ 1874 ମସିହାରେ ସାର ବ୍ରାଡଫର୍ଡ ଲେସଲି ନଦୀ ଉପରେ ଏକ କାଠ ବ୍ରିଜର ନିର୍ମାଣ କରେଇଥିଲେ ।

ଏହି କାଠ ବ୍ରିଜ ପାଇଁ 22 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ଓ ଏହି ବ୍ରିଜର ଲମ୍ବ 1528 ଫୁଟ ଥିଲା । 1906 ମସିହାରେ ହାବଡା ଷ୍ଟେସନ ହେବା ପରେ ଧୀରେ ଧୀରେ ଟ୍ରାଫିକ ବଢିବାରେ ଲାଗିଥିଲା । ଏହା ପରେ ସେହି ନଦୀରେ ଏକ ଫ୍ଲୋର୍ଟିଂ ବ୍ରିଜ ନିର୍ମାଣ କରଯାଇଥିଲା ଯେଉଁଥିରେ ଗାଡି ଯାଇପାରୁଥିଲା । 1922 ମସିହାରେ ନିଉ ହାବଡା ବ୍ରିଜ କମିଶନ ଗଠନ ହେବାର କିଛି ବର୍ଷ ପରେ ବ୍ରିଜ ପାଇଁ ଟେଣ୍ଡର ଜାରି କରଯାଇଥିଲା ।

ହାବଡା ବ୍ରିଜକୁ ବନେଇବା ପାଇଁ 26,500 ଟନ ଷ୍ଟିଲ ବ୍ୟବହାର କରାଯାଇଛି । ସେତେବେଳେ ଏତେ ଷ୍ଟିଲ ଆଣିବା ବହୁତ କଷ୍ଟକର ଥିଲା ହେଲେ ଦେଶର ବଡ ଷ୍ଟିଲ କମ୍ପାନୀ ତଥା ଟାଟା ଷ୍ଟିଲ ବ୍ରିଜ ପାଇଁ ଷ୍ଟିଲ ଯୋଗାଇ ଥିଲା । 23,500 ଟନ ଷ୍ଟିଲ ଟାଟା ଷ୍ଟିଲ ଦେଇଥିଲା । କହିବାକୁ ଗଲେ ଏହି ବ୍ରିଜ ଟାଟା ଷ୍ଟିଲ ପାଇଁ ନିର୍ମାଣ ହୋଇ ପାରିଛି । ଏହା ପରେ ଇଂରେଜ ମାନେ ବ୍ରିଜ ବନେଇବା ପାଇଁ ସମସ୍ତ ଯୋଜନା ଆରମ୍ଭ କରିଲେ ।

ବ୍ରିଜ ତଳେ ଯେମିତି ବୋଟ ଯାଇପାରିବ ସେଥିପାଇଁ ବହୁତ ଆଲୋଚନା କରଯାଇଥିଲା । ତେଣୁ ବ୍ରିଜଟି 4ଟି ଖମ୍ବରେ ନିର୍ମାଣ ହୋଇଛି ଆଉ ନଦୀରେ କୌଣସି ଖମ୍ବ ନାହିଁ । ସଂପୂର୍ଣ୍ଣ ବ୍ରିଜର ଉଚ୍ଚତା 280 ଫୁଟ ରହିଛି । ବ୍ରିଜର ଦୂରତା 1500 ଫୁଟ ରହିଛି । ବନ୍ଧୁଗଣ ହାବଡା ବ୍ରିଜ ଦୁନିଆର ଏକ ମାତ୍ର ବ୍ରିଜ ଅଟେ ଯାହାର ଉଦଘାଟନ ଆଜି ପର୍ଯ୍ୟନ୍ତ ହୋଇନାହିଁ । କାରଣ ଏହି ବ୍ରିଜ ନିର୍ମାଣ ହେବା ପରେ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ଚାଲିଥିଲା ।

ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ଜାପାନୀ ସେନା ଏହି ବ୍ରିଜକୁ ନଷ୍ଟ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ ହେଲେ ଶୋଭାଗ୍ୟ ବଶତଃ ବ୍ରିଜର କୌଣସି କ୍ଷତି ହୋଇ ନଥିଲା । ଆଜି ବି ଏହି ବ୍ରିଜରେ 1 ଲକ୍ଷ 25 ହଜାର ଗାଡି ଆଉ 5 ଲକ୍ଷ ଲୋକ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *