ମୃତ୍ୟୁ ପୂର୍ବରୁ ହସ୍ପିଟଲ ରୁ ଅଭିନେତ୍ରୀ Tilottama ଙ୍କ ଶେଷ ଭିଡିଓ, ଦେଖିଲେ ଆଖିରେ ଲୁହ ରହିବନି…

ବନ୍ଧୁଗଣ ନମସ୍କାର, ତେବେ ଭାଇରାଲ ହେବାରେ ଲାଗିଛି ହସ୍ପିଟାଲରେ ଥିବା ବେଳେ ତିଲୋତ୍ତମା ଙ୍କ ଶେଷ ଭିଡ଼ିଓ । ଆପଣ ମାନେ ତ ଜାଣିଥିବେ ଯେ, ଅଭିନେତ୍ରୀ ତିଲୋତ୍ତମା ଖୁଣ୍ଟିଆ ଗତକାଲି ମୃତ୍ୟୁ ବରଣ କରିଛନ୍ତି । ଓଡ଼ିଆ ସିନେ ତଥା ଧାରାବାହିକ ଜଗତ ର ଜଣାଶୁଣା ଅଭିନେତ୍ରୀ ଭାବରେ ସେ ବେଶ ପରିଚିତ । ମୃତ୍ୟୁ ପୂର୍ବରୁ ବୋଧହୁଏ ସେ ନିଜ ସ୍ୱାମୀ ଙ୍କୁ କହିଥିବେ ଯେ, ମୋ ଝିଅ ଦୁଇ ଜଣ ତୁମକୁ ଲାଗିଲେ ।

ତୁମେ ତାଙ୍କର ବହୁତ ଯତ୍ନ ନେବ । କାହିଁକି ନା ମୁଁ ଦୁଇ ଜଣକୁ ବହୁତ ଅଲିଅଳି ରେ ବଢ଼ାଇଛି । ଏମିତି କିଛି କହିଥାଇ ପାରନ୍ତି ତିଲୋତ୍ତମା । କାହିଁକିନା ନିଜର ଦୁଇ ଝିଅ ଅନୁଭୂତି ଓ ଅରୁନ୍ଧତୀ କୁ ବେଶ ଭଲ ପାଆନ୍ତି ତିଲୋତ୍ତମା । ଦୁଇ ଜଣକୁ ନିଜ ହାତରେ ସେ ଗଢି ତୋଳିଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରୀ ର ଦକ୍ଷ ନାୟିକା ଭାବରେ ପରିଚିତ ତିଲୋତ୍ତମା ନିଜର ଦୁଇ ଝିଅ ମଧ୍ୟ ଓଡ଼ିଆ ସିରିଆଲ ଜଗତ ରେ ବେଶ ପାରଙ୍ଗମ ।

ଜଣେ ନାୟିକା ହେବା ସହିତ ଅନ୍ୟ ଜଣେ ସାଇଡ଼ ହିରୋଇନ ସହିତ ଖଳନାୟିକା ଭାବରେ ବହୁତ ସୁନ୍ଦର ଅଭିନୟ ପ୍ରଦର୍ଶନ କରନ୍ତି । ଏବେ ମାଆ କୁ ଝୁରି ହେଉଛନ୍ତି ତାଙ୍କର ଦୁଇ ଝିଅ । ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ଦେଖିବାକୁ ମିଳିଛି କିଛି ଭାବ ବିହ୍ଵଳ ପୋଷ୍ଟ ଉଭୟ ଙ୍କର ।

ଯେଉଁଥିରେ ନିଜ ମାଆ ଙ୍କୁ ବହୁତ ମନେ ପକାଉଛନ୍ତି ଦୁଇ ଜଣ ଏବଂ ଏଭଳିକି ଅରୁନ୍ଧତୀ ଲେଖିଛନ୍ତି ଯେ, ମାଆ ତୁ ଯେଉଁଠି ଥା’ ଭଲ ରେ ଖୁସି ରେ ଥା’ । ଅନୁଭୂତି ଲେଖିଛନ୍ତି, ମାଆ ତୁ ସବୁବେଳେ ଆମ ସାଙ୍ଗ ରେ ରହିଥାଆ, ତୋର ସାଥ ହିଁ ଆମକୁ ଆଗକୁ ବଢ଼ିବାରେ ପ୍ରେରଣା ଦେବ । ନିଜ ମାଆ କୁ ହରାଇ ଏବେ ମାଆ ଛେଉଣ୍ଡ ହୋଇ ଯାଇଛନ୍ତି ଦୁଇ ଝିଅ । କିନ୍ତୁ ଏବେବି ଭୁଲି ନାହାନ୍ତି ନିଜ ମାଆ ଙ୍କୁ । କାରଣ ମାଆ ତାଙ୍କୁ ଦେଇଥିଲେ

ସେତିକି ଶ୍ରଦ୍ଧା ଓ ସ୍ନେହ । ନିଜ ସ୍ୱାମୀ ର ହାତରେ ଦୁଇ ଝିଅ ଙ୍କ ହାତ ଧରାଇ ଆରପାରି କୁ ଚାଲି ଯାଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ବରିଷ୍ଠ କଳାକାର ତିଲୋତ୍ତମା ଖୁଣ୍ଟିଆ । ତେବେ ଏହି ମହାନ କଳାକାର ଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ଆମେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଅଛୁ । ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ । ଆପଣଙ୍କୁ ଅଭିନେତ୍ରୀ ତିଲୋତ୍ତମା ଖୁଣ୍ଟିଆ ଙ୍କ ଅଭିନୟ କିପରି ଲାଗେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *