ରାଶିଫଳ 7 ମେ 2020, ମା ଲକ୍ଷ୍ମୀ ବଦଳାଇଲେ ଏହି ୫ଟି ରାଶିର ଭାଗ୍ୟ, ବନୁଛି ଧନପ୍ରାପ୍ତିର ଯୋଗ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଆଜି ଗୁରୁବାର, ମା ଲକ୍ଷ୍ମୀଏହି ୫ଟି ରାଶିର ଭାଗ୍ୟ ବଦଳାଇବେ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ! ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ-

ମେଷ ରାଶିର ଜାତକ ଆଜି ବିରୋଧୀଙ୍କୁ ସାହସର ସହିତ ସାମ୍ନା କରିବେ । ଯଦି ଆଜି ଆପଣ କଠିନ ପରିଶ୍ରମ କରିବେ ତେବେ ନିଜର ଉଦ୍ଦେଶ୍ୟ ହାସଲ କରି ପାରିବେ । ଆଜି ଆପଣଙ୍କୁ କୌଣସି ସମ୍ମାନିତ ବ୍ୟକ୍ତି ସହିତ ଦେଖା କରିବାର ମଉକା ମିଳିବ । କାରୋବାର ଓ ବ୍ୟାପାରରେ ଲାଭ ପ୍ରାପ୍ତି ହେବ । ଆପଣ ନିଜକୁ ପ୍ରସନ୍ନ ରଖିବା ଆବଶ୍ୟକ । ସାର୍ବଜନୀକ ରୂପରେ ମାନହାନି ହୋଇପାରେ । ମୁସ୍କିଲ ମାମଲାରୁ ବଞ୍ଚିବା ପାଇଁ ଆପଣଙ୍କୁ ସମ୍ପର୍କୀୟଙ୍କ ସାହାର୍ଯ୍ୟ ନେବାକୁ ପଡିବ ।

ବୃଷ-

brusha rashi

ପ୍ରେମ ମାମଲାରେ ଆଜି ଆପଣଙ୍କ ହାତରେ ନିରାଶା ଲାଗିବ । କିନ୍ତୁ ଧୈର୍ଯ୍ୟ ହରାନ୍ତୁ ନାହିଁ । ଶେଷରେ ଆପଣଙ୍କ ସଚ୍ଚା ପ୍ରେମ ଜିତିପାରେ । କାମ କାର୍ଯ୍ୟରେ ଏହା ଏକ କଷ୍ଟଭରା ଦିନ ରହିପାରେ । ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିପାରେ । ନେଗେଟିଭ ବିଚାର ରୁ ବଞ୍ଚନ୍ତୁ । ପରିଜନଙ୍କ ସହିତ ଖୁସିରେ ସମୟ କାଟିବେ । ସାଙ୍ଗ ବା କୌଣସି ସ୍ନେହୀ ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ଉପହାର ମିଳିବ ।

ମିଥୁନ-

mithuna rashi

ଆଜି ଭଗବାନ ବିଷ୍ଣୁ ଙ୍କ କୃପାରୁ ଧନଲାଭର ଅନେକ ଶୁଭ ଅବସର ମିଳିବ । ଯଦି ଆପଣଙ୍କ ପାଖରେ ପରିସ୍ଥତି ସହ ଲଢିବା ପାଇଁ ଦୃଢ ଇଚ୍ଛା ଶକ୍ତି ଅଛି ତେବେ ଆପଣ କିଛି ବି କରିପାରିବେ । ସ୍ୱାସ୍ଥ୍ୟ ପଛରେ ଧନଖର୍ଚ୍ଚ ହୋଇପାରେ । ବେକାର କାର୍ଯ୍ୟରେ ଆପଣଙ୍କ ଶକ୍ତି ଖର୍ଚ୍ଚ ହେବ । ଅଳ୍ପ ବହୁତ ଉତ୍ଥାନ ପତ୍ତନ ସହିତ ଆପଣଙ୍କ ଆର୍ଥିକ ସ୍ଥିତି ଲଗାତାର ସୁଧୁରିବାକୁ ଲାଗିବ । ପ୍ରପର୍ଟି ମାର୍କେଟ ରେ ଆପଣଙ୍କୁ ଲାଭ ର କିଛି ଶୁଭ ସମାଚାର ମିଳିପାରେ ।

କର୍କଟ-

karkat rashi

ଆଜି ପଡୋଶୀମାନଙ୍କ ସହ ଆପଣଙ୍କର ଅଧିକ ସମୟ କଟିପାରେ । ଆପଣଙ୍କ ମନରେ ବହୁତ ବିଚିତ୍ର ଓ ଅନାବଶ୍ୟକ ଚିନ୍ତା ରହିବ । ଆଜି କୌଣସି ପ୍ରକାରର ପ୍ରତିଶୃତି ଦେବା ପୂର୍ବରୁ ଏହା ଦେଖି ନିଅନ୍ତୁ କି ଏହା ଆପଣଙ୍କ କାମରେ କୌଣସି ବାଧା ତ ଆଣିବ ନାହିଁ । କୌଣସି କାର୍ଯ୍ୟ ପୁରା ନ ହେବା କାରଣରୁ ହାତାସ ହୋଇପାରନ୍ତି । ଅଫିସ ରେ ଅଧିକାରୀ ବର୍ଗଙ୍କ ସହିତ ସମ୍ଭାଳି କି କାର୍ଯ୍ୟ କରନ୍ତୁ । ସହଯୋଗୀଙ୍କ ସହିତ ବିବାଦ ହୋଇପାରେ । ଆଶା ନିରାଶାର ମିଶ୍ରିତ ଭାବ ମନରେ ରହିବ ।

ସିଂହ-

singha rashi

ଆଜି କୌଣସି ବି ବଡ ନିବେଶ କରିବା ପୂର୍ବରୁ ଅନୁଭବୀଙ୍କର ଉପଦେଶ ନିହାତି ନିଅନ୍ତୁ । ନହେଲେ ପଇସା ଫସି ରହିପାରେ । ଯେଉଁ ଲୋକଙ୍କୁ କୌଣସି କାମର ପରିଣାମ କୁ ନେଇ ଚିନ୍ତା ହେଉଥିଲା ସେମାନେ ନିଜ ଡରରୁ ବାହାରକୁ ବାହାରିବାରେ ସଫଳ ରହିବେ । ଅଫିସରେ ଆଜି ସହକର୍ମୀଙ୍କ ଦ୍ଵାରା ଭୁଲ ହେଲେ ତାଙ୍କ ସହିତ ଯୁକ୍ତି କରିବା ପରିବର୍ତ୍ତେ ତାଙ୍କୁ କ୍ଷମା କରନ୍ତୁ । ହଡବଡିରେ ନେଇଥିବା ନିଷ୍ପତ୍ତି କାରଣରୁ ଆପଣଙ୍କୁ ଆଗାମୀ ଜୀବନରେ ପଶ୍ଚାତାପ ହୋଇପାରେ ।

କନ୍ୟା-

kanya rashi

ଆପଣଙ୍କ ଜୀବନସାଥିଙ୍କ ମୁଡ ଆଜି ଉଦାସ ରହିପାରେ । ଏଥିପାଇଁ ନିଜର କ୍ରୋଧ ଉପରେ ଟିକେ ଲଗାମ ଲଗାନ୍ତୁ, ନହେଲେ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । କେବେ ବି କୌଣସି ଛୋଟ ବଡ ପରିବର୍ତ୍ତନ କୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ । କୌଣସି କଠିନ ପାରିବାରିକ ମାମଲାକୁ ସାବଧାନୀ ସହିତ ସମାଧାନ କରିବାର ଆବଶ୍ୟକତା ଅଛି । ଆପଣ ନିଜର ପରିଶ୍ରମ ଦ୍ଵାରା ଆର୍ଥିକ ସଙ୍କଟକୁ ପାର କରିବାରେ ସଫଳ ହେବେ । ମଉଜ ସଉକ ତଥା ମନୋରଞ୍ଜନ ପଛରେ ଖର୍ଚ୍ଚ ହେବ ।

ତୁଳା-

tula rashi

ଆଜି ଆପଣଙ୍କ ପାଖରେ ନିଜର ସ୍ଵାସ୍ଥ୍ଯାକୁ ସୁଧାରିବାର ଭରପୁର ସମୟ ରହିବ । ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇଯିବ । ପରିବାର ସଦସ୍ୟ ଆପଣଙ୍କୁ ସମର୍ଥନ କରୁଥିବାର ନଜର ଆସିବେ । ମା’ଙ୍କ ସହିତ ଅପ୍ରିୟ ହୋଇପାରନ୍ତି ବା ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଜି ଜମି, ଘର ତଥା ବାହନ କ୍ରୟ କରିବା ପାଇଁ ଶୁଭାଦିନ ଅଟେ । ସ୍ଵଭାବରେ ଚିଡିଚିଡାପଣ ହୋଇପାରେ ।

ବିଛା-

bichha rashi

ଆଜି ପରିବାରରେ ମାତା ପିତାଙ୍କ ସହଯୋଗ ଆପଣଙ୍କୁ ଅଧିକ ମିଳିବ । କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରେସର ରହିବ । କ୍ରୋଧ ଉପରେ କାବୁ ରଖନ୍ତୁ ଓ ବାଣୀ ଉପରେ ସଂଯମ ରକ୍ଷା କରିବା ଦ୍ଵାରା କାହା ସହିତ ବି ଅପ୍ରିୟ ହେବେ ନାହିଁ । ଘରେ ଅଶାନ୍ତି କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି । ଯାହା ଦ୍ଵାରା ଆପଣଙ୍କ ଏକାଗ୍ରତା ଭଗ୍ନ ହୋଇପାରେ । ଆପଣଙ୍କ ମଧ୍ୟରୁ କୌଣସି ଲୋକକୁ ଆର୍ଥିକ ସ୍ତରରେ ମଝବୁତି ମିଳିବାର ସମ୍ଭାବନା ଅଛି । ପାଠ ପଢା କ୍ଷେତ୍ରରେ ଆପଣଙ୍କ ପରିଶ୍ରମ ସଫଳ ହେବାର ଅଛି ।

ଧନୁ-

dhanu rashi

କିଛି ଭୁଲ ନିଷ୍ପତ୍ତି ଆଜି ଆପଣଙ୍କ କାମରେ ବାଧା ସୃଷ୍ଟି କରିପାରେ । ପୁରୁଣା କାମ ଅଧୁରା ରହିପାରେ । ଜୀବନସାଥିଙ୍କ ଠାରୁ ସହଯୋଗ ପ୍ରାପ୍ତି ହେବ । ଆଇନ ଗତ ସମସ୍ଯା ଆଜି ଦୂର ହେବ । ଆପଣଙ୍କ ବ୍ୟବସାୟ ଠିକ ଠାକ ଚାଲିବ । ପ୍ରସନ୍ନତାର ଅନୁଭବ କରିବେ । ସାର୍ବଜନୀକ ଜୀବନରେ ଯଶ କୀର୍ତ୍ତି ମିଳିବ । ଖର୍ଚ୍ଚ ଓ ଟେନସନ ବଢିପାରେ । ପଡୋଷୀଙ୍କ ମଧ୍ୟରେ ଆପଣଙ୍କ ପ୍ରତିଷ୍ଠା ବଢିବ ।

ମକର-

makar rashi

ଆଜି ଆପଣଙ୍କୁ ଶୁଭ ସମାଚାର ମିଳିବ । ପୁରୁଣା ମିତ୍ର ବା ସମ୍ବନ୍ଧୀୟଙ୍କ ସହିତ ସାକ୍ଷାତ ହେବ । ପ୍ରସନ୍ନତା ରହିବ । ବ୍ୟବସାୟ ଠିକ ଠାକ ଚାଲିବ । ଆଜି ଘରେ କୌଣସି ପରିବର୍ତ୍ତନ ହେବ ଯାହା ଆପଣଙ୍କୁ ଭାବୁକ ବନାଇପାରେ । କିନ୍ତୁ ଆଜି ଆପଣ ନିଜର ଭାବନା ଅନ୍ୟାମାନଙ୍କ ପାଖରେ ଜାହିର କରିବାରେ ସଫଳ ହେବେ । ଶତୃ ହାନି ପହଞ୍ଚାଇ ପାରନ୍ତି । ନୂଆ କାମର ଆରମ୍ଭ କରନ୍ତୁ ନାହିଁ ।

କୁମ୍ଭ-

kumbha rashi

ଆପଣଙ୍କୁ ବ୍ୟାପାର ଓ ଚାକିରି କ୍ଷେତ୍ରରେ ବଡ ସଫଳତା ମିଳିବାର ଯୋଗ ବନୁଛି । ବ୍ୟାପାର କ୍ଷେତ୍ରରେ ଅଚାନକ ଭାରି ଧନଲାଭ ହେବା ଦ୍ଵାରା ମନ ପ୍ରସନ୍ନ ରହିବ । ସାଂସାରିକ କଥା ଭୁଲି ଆଧ୍ୟାତ୍ମିକ ପ୍ରବୃତିରେ ଲୀନ ରହିବେ । ଆର୍ଥିକ ସ୍ତରରେ ସ୍ଥିତି ଭଲ ରହିବ । ସ୍ୱାସ୍ଥ୍ୟ ରେ ଉତ୍ଥାନ ପତ୍ତନ ଲାଗି ରହିବାର ସଙ୍କେତ ମିଳୁଛି । ନୂଆ ସମ୍ବନ୍ଧ ସ୍ଥାପନ କରିବା ପୂର୍ବରୁ ଗମ୍ଭୀରତାର ସହ ବିଚାର କରନ୍ତୁ । ସାର୍ବଜନୀକ ଜୀବନରେ ମାନ ପ୍ରତିଷ୍ଠା ବଢିବ ।

ମୀନ-

mina rashi

ନିଜର କାମକାର୍ଯ୍ୟ ବିଷୟରେ ଗମ୍ଭୀରତାର ସହ ବିଚାର କରନ୍ତୁ । ଆଜି ଅନ୍ୟମାନଙ୍କ ଉପଦେଶ ଉପରେ ଧ୍ୟାନ ରଖନ୍ତୁ । ଆପଣ ଆବଶ୍ୟକତା ଠାରୁ ଅଧିକ ଭାବୁକ ହେବା କାରଣରୁ ଆଜି ଆପଣଙ୍କୁ ଲୋକଙ୍କ ସହିତ ସମ୍ବନ୍ଧରେ ଅପମାନିତ ହେବାକୁ ପଡିବ । ନୂଆ ଲୋକଙ୍କ ସହ ସାକ୍ଷାତ ହେବ ଯାହା ଦ୍ଵାରା ଆପଣଙ୍କୁ କିଛି ଲାଭ ହେବ । ବିଜିନେସ ରେ ଆସୁଥିବା ସମସ୍ୟା ଆଜି କୌଣସି ମିତ୍ରଙ୍କ କାରଣରୁ ଶେଷ ହୋଇଯିବ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *