ହୋଲିରେ ଅଘଟଣ ! ନିଜ ସହିତ ହୋଇଥିବା ହୃଦୟଥରା ଘଟଣା କହି ଭୋ-ଭୋ ହେଇ କାନ୍ଦିଲେ ଏହି ଯୁବକ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ହୋଲିର ପର୍ବ ଆସିଛି । ଯେଉଁଥିରେ ଅନେକ ଲୋକ ମାନେ ବହୁତ ମଉଜ ଉଲ୍ଲାସ ରେ ରଙ୍ଗ ଖେଳିଥାନ୍ତି । ବର୍ଷକୁ ଥରେ ମାତ୍ର ଏହି ପର୍ବ ଆସିଥାଏ । ଯେଉଁଥିରେ ସମସ୍ତେ ନିଜର ସାଙ୍ଗ ସାଥି ସମ୍ପର୍କୀୟ ମାନଙ୍କ ସହିତ ମଜାମସ୍ତି କରିଥାନ୍ତି । ଅନେକ ଲୋକ ମାନେ ନିଜର ଅସାବଧାନତା କାରଣରୁ ଅନେକ ପ୍ରକାର ଅଘଟଣ ଘଟିଥାଏ । ଏହା ବ୍ୟତୀତ କାହାର କେତେବେଳେ କଣ ଘଟିବ ତାହା କେହି କହିପାରିବେ ନାହିଁ ।

ବେଳେ ବେଳେ ନିଜର ଅସାବଧାନତା କାରଣରୁ ଅନେକ ବଡ଼ ବଡ଼ ଅଘଟଣା ଘଟିଯାଇଥାଏ । ଆପଣ ମାନେ ମଧ୍ୟ ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥିବେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଅଘଟଣ ଘଟିଛି । ହୋଲିର ମଜା ନେଉ ନେଉ ଚାଲିଗଲା ଜୀଵନ । ତେବେ ସେହିଭଳି ଖରସ୍ରୋତାରେ ବୁଡ଼ିଗଲେ ୭ ଜଣ ।

ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ନିଖୋଜ ହୋଇଯାଇଛନ୍ତି । ଯାଜପୁର ଖରସ୍ରୋତା ନଦୀରେ ବୁଡ଼ି ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି ।  ହୋଲି ଖେଳି ସାରି ଗାଧୋଇବା ବେଳେ ସମସ୍ତେ ବୁଡ଼ି ଯାଇଥିଲେ । ବଡ଼ସୁଆର ନିକଟ ମଙ୍ଗଳାଘାଟରେ ଭାସି ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି ରହିଥିଲା ।
ତେବେ ଉଦ୍ଧାର ହେବା ପରେ ଜଣଙ୍କୁ ପ୍ରଥମେ ଚେତାଶୂନ୍ୟ ଅବସ୍ଥାରେ ମେଡିକାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଅନ୍ୟ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସେ ସୁସ୍ଥ ଅଛନ୍ତି । ତେବେ ଉଦ୍ଧାର ହୋଇ ନୂଆ ଜୀବନ ପାଇଥିବା ଅମିତ ଜେନା କହିଛନ୍ତି ଯେ ଆମେ ୨ଟି ଗ୍ରୁଫ୍ ମିଶାଇ ୨୦ ଜଣ ଯାଇଥିଲୁ । ନଦୀର ଗୋଟିଏ ପାର୍ଶ୍ୱରେ ୨୦ ଜଣ ଥିଲୁ ଓ ଅନ୍ୟ ପାର୍ଶ୍ୱରେ ୨୦ ଜଣ ମଧ୍ୟ ଥିଲେ । ପାଣିର ଗଭୀର ମଧ୍ୟ ଅଳ୍ପ ଥିଲା । ତାପରେ ଭିତରେ ପଶିଲୁ । ନଦୀରେ ଖେଳକୁଦ କରିବା ଆରମ୍ଭ କଲୁ । ନଦୀ ମଝିରେ ବାଇଗଣ ଫୋପଡା ଖେଳ ଖେଳିଲୁ ।

ସେହି ଖେଳରେ ୨୫ ଜଣ ସାମିଲ ହୋଇଥିଲେ । ତେବେ ମୋର ଜଣେ ସାଙ୍ଗ ବାଇଗଣକୁ ଦୂରକୁ ଫୋପାଡ଼ି ଦେବାରୁ ରାଲ ନାମକ ମୋର ଜଣେ ସାଙ୍ଗ ସେହି ବାଇଗଣକୁ ଆଣିବା ପାଇଁ ଯାଇଥିଲା, କିନ୍ତୁ ଆସିଲାନି । ଯେତେବେଳେ ପାଣି ଭିତରକୁ ଚାଲିଗଲା ମୋତେ ଅମିତ୍‌ ଅମିତ୍ ଡାକିଲା । ତାକୁ ଆଣିବାକୁ ୫ ଜଣ ଗଲେ ସେ ହି ୫ଜଣ ଯାକ ବି ରହିଗଲେ ।

ଅନ୍ୟମାନେ ବନ୍ଧ ଉପରକୁ ଦୌଡି ପଳାଇଲେ । ମୋର ଦୁଇ ସମ୍ପର୍କୀୟ ଦାଦା ବି ଗଲେ କିନ୍ତୁ ଥଳକୂଳ ନପାଇବାରୁ ଚାଲି ଆସିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଖୋଜା ଖୋଜି ଚାଲିଛି । ତେବେ ଆପଣ ମାନେ ହୋଲି ଖେଳନ୍ତୁ କିନ୍ତୁ ସାବଧାନତାର ସହିତ ।

Leave a Reply

Your email address will not be published. Required fields are marked *