ରଙ୍ଗ ଲଗାଇ ନାଚିଲେ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି ଛାଡି କାଲି ରଙ୍ଗିନ ହେବ ପରିବେଶ । ରଙ୍ଗିନ ହେବ ମନ । ଦେହରେ ଲାଗିବ ଅବିର, ରଙ୍ଗ ପିଚକାରୀରେ ହୋଲି ଖେଳିବେ ଲୋକେ । କରୋନା କଟକଣା ଭିତରେ ଏଥର ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦିଆବଯାଇଥିବା ବେଳେ ନିଜ ପରିବାର, ନିଜ ସମ୍ପର୍କୀୟ, ନିଜ ଆତ୍ମୀୟସ୍ୱଜନଙ୍କ ସହ ରଙ୍ଗ ଅବିରର ଖେଳ ଖେଳିବାକୁ ଆଉ ହୋଲି ପାଳିବାକୁ ଆଗୁଆ ଆରମ୍ଭ ହେଲାଣି ପ୍ରସ୍ତୁତି । ଘରେ ଘରେ ଦେଖିବାକୁ ମିଳିଲାଣି ସଜବାଜ ।

ତେବେ ରଙ୍ଗର ପର୍ବ ହୋଲି ପାଇଁ ଜମିଲାଣି ରାଜଧାନୀର ବଜାର । ଭଳିକି ଭଳି ଅବିର ରଙ୍ଗରେ ରଙ୍ଗୀନ ହେଉଛି ଦୋକାନ । ଆଉ ଏହାରି ଭିତରେ ଗିଫ୍ଟ ପ୍ୟାକେଟରେ ଆସିଛି ହର୍ବାଲ ରଙ୍ଗ । ଗତ କେଇ ବର୍ଷ ହେବ ହର୍ବାଲ ରଙ୍ଗର ଚାହିଦା ବେଳ ବଢିଥିବା ବେଳେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବଜାରରେ ମିଳୁଛି ସ୍ୱତନ୍ତ୍ର ଗିଫ୍ଟ ପ୍ୟାକେଟ । ୨୦୦ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ଯାଏଁ ମିଳୁଛି ଏଭଳି ଆକର୍ଷଣୀୟ ପ୍ୟାକେଟ । ଯାହା ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି ।

ତେବେ ଛୋଟ ଛୋଟ ପିଲାଙ୍କ ଚାହିଦାକୁ ଆଖି ଆଗରେ ରଖିି ବ୍ୟବସାୟୀମାନେ କାର୍ଟୁନ ପିଚକାରୀର ପସରା ମେଲାଇଛନ୍ତି । ଛୋଟା ଭୀମ ସାଙ୍ଗକୁ ଡୋରେମନ ଭଳି କାର୍ଟୁନ ତିଆରି ହୋଇଛି ପିଚକାରୀରେ । ପୂର୍ବ ବର୍ଷ ଅପେକ୍ଷା ଏଥର ରଙ୍ଗ ଓ ପିଚକାରୀରର ଦାମ ଦୁଇ ଗୁଣା ହୋଇଯାଇଛି । କୋଭିଡ ପାଇଁ ଗତ ଦୁଇ ବର୍ଷ ହେବ ବେପାର ମାନ୍ଦା ଥିବାରୁ ଏଥର ସବୁ ସାମଗ୍ରୀର ଦାମ ବଢିଥିବା କହିଛନ୍ତି ବ୍ୟବସାୟୀ ।

ତେବେ ରଙ୍ଗର ପର୍ବରେ ଝୁମିବାକୁ, ସାଧାରଣରେ ହୋଲି ଖେଳିବାକୁ ଏଥର ବି କଟକଣା କରାଯାଇଛି । ହେଲେ ତାରି ଭିତରେ ତଥାପି ଭଲ ବେପାର ନେଇ ଆଶା ରଖିଛନ୍ତି ବ୍ୟବସାୟୀ । ତେବେ ଏହି ରଙ୍ଗ ର ମାହୋଲ ସବୁଆଡେ ଭରି ରହିଛି । ତେବେ ଏହା ଆମ ରାଜ ନେତା ମାନଂକୁ ମଧ୍ୟ ପ୍ରଭାବିତ କରିଛି । ତେବେ ରାଜନେତା ମାନେ ମଧ୍ୟ ହୋଲି ରଙ୍ଗ ରେ ରଙ୍ଗେଇ ହୋଇ ଯାଉଛନ୍ତି ଏବଂ ଖୁସି ର ପର୍ବ କୁ ପାଳନ କରୁଛନ୍ତି ।

ତେବେ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶରେ । ତେବେ ମଧ୍ୟ ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ନିଜ କର୍ମଚାରୀ ତଥା ସାଧାରଣ ଲୋକଙ୍କ ସହ ହୋଲି ମନେଇଛନ୍ତି । ଖୁବ ରଙ୍ଗ ବୋଳା ବୋଳି ହୋଇ ଖୁବ ନାଚ ଗୀତ ମଧ୍ୟ କରୁଛନ୍ତି । ତେବେ ସବୁ ପ୍ରାକୃତିକ ରଙ୍ଗରେ ହୋଲି ଖେଳିବା ସହ ଆଧୁନିକ ହୋଲି ଗୀତ ରେ ନାଚିଥିଲେ ଏବଂ ଖୁବ ମଜା ମସ୍ତି ମଧ୍ୟ କରିଥିଲେ ଏବଂ ସେ ଗୀତ ମଧ୍ୟ ଗାଇଥିଲେ ।

ତେବେ ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ମଧ୍ୟ ଲାଗୁଛି । ତେବେ ଲୋକମାନେ ଜଣେ ମୁଖ୍ୟମନ୍ତ୍ରୀ ଙ୍କୁ ଏପରି ନିଜ କର୍ମଚାରୀ ଏବଂ ଲୋକମାନଙ୍କ ସହ ନାଚ ଗୀତ କରୁଥିବାର ଦେଖି ବହୁତ ଖୁସି ମଧ୍ୟ ହେଉଛନ୍ତି । ତେବେ ଆମେ ମାନେ ବି ଆଶା କରୁଛୁ କି ଆପଣ ମାନେ ମଧ୍ୟ ସମସ୍ତେ ମଜା ମସ୍ତିରେ ହୋଲି ଖେଳୁଥିବେ ଏବଂ ଏହି ରଙ୍ଗ ର ଏହି ଆତ୍ମୀୟତା ର ପର୍ବ କୁ ଖୁସି ମନରେ ପାଳନ କରିବେ ଏବଂ ଖୁସି ମନରେ ଆନନ୍ଦର ସହିତ ଉତ୍ସବର ମଜା ନେବେ । ତେବେ ଆପଣଙ୍କ ହୋଲି କିପରି ଯାଉଛି ନିଜର ମତାମତ ନିଶ୍ଚିତ ଆମକୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *