ଗାଁ ଦାଣ୍ଡରେ ପଡିଛି କାନ୍ଦ ବୋବାଳି, ହୋଲି ଖେଳ ନେଇଗଲା ଜୀବନ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାଳ ହେଲା ହୋଲି ଖେଳ ! ନଦୀ ପାଣିରେ ଜୀବନ ଭାସିଗଲା । ତେବେ ଏପରି ଏଭବନୀୟ ଘଟଣା କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲୋକ କେନ୍ଦୁପାଟଣା ଅଞ୍ଚଳରେ ଘଟିଥିବାର ସୂଚନା ମିଳିଛି । ତେବେ ହୋଲି ଏକ ରଙ୍ଗର ବହୁତ ବଡ ପର୍ବ । ଯାହାକୁ ସମସ୍ତେ ମନ ଭରି ମନାଇଥାନ୍ତି । ତେବେ ସମସ୍ତେ ରଙ୍ଗରେ ରଙ୍ଗୀନ ହୋଇ ନିଜ ଜୀବନକୁ ମଧ୍ୟ ରଙ୍ଗୀନ କରିଦେବା ପାଇଁ ଚାହିଁଥାନ୍ତି । ତେବେ ଏହାରି ମଧ୍ୟରେ ଗତକାଲି ଏପରି ଏକ ଘଟଣା ଘଟିଯାଇଛି ।

ଯେଉଁଠାରେ କାହାର ଜୀବନ ରଙ୍ଗମୟ ସାଜିଥିବା ବେଳେ ଅନ୍ୟ କାହାର ଜୀବନ ପୁରାରଙ୍ଗହୀନ ହୋଇଯାଇଥିଲା । ତେବେ କିଛି ପିଲା ମାନେ ରଙ୍ଗ ହୋଇ ହୋଲି ଖେଳ ଖେଳୁଥିଲେ । ତେବେ ସାଙ୍ଗସାଥି ମଜାମସ୍ତି କରି ରଙ୍ଗ ଖେଳି ଖେଳି ନଦୀ ତୁଠକୁ ଆସିଯାଇଥିଲେ । ତେବେ ନାଗାମଠ ନିକଟସ୍ଥ ଲୁଣା ନଦୀରେ ସମସ୍ତେ ମନ ଖୁସିରେ ହୋଲି ଖେଳି ସାରି ଗାଧୋଇବା ସମୟରେ ଗଧାଉଥିଲେ ।

ତେବେ ଏହାରି ଭିତରେ ଉହାଲ ଗାଁର ୨୦ ବର୍ଷୀୟ ଯୁବକ ରାଜା ମଧ୍ୟ ନଦୀରେ ମଜାମସ୍ତି କରି ଗାଧାଉଥିଲେ । ତେବେ ଗାଧାଉ ଗାଧାଉ ତାଙ୍କର ଗୋଡ ଖସି ଯାଇଥିଲା । ତେବେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ରାଜା ନିଜ ଜୀବନକୁ ନଦୀ ପାଣିରୁ ଆଉ ମୁକୁଳାଇ ପାରିନଥିଲେ । ତେବେ ସାଙ୍ଗସାଥି ମାନେ ଆସି ରାଜାଙ୍କ ଘରେ ଖବର ଦେଇଥିଲେ । ତେବେ ଘର ଲୋକେ ଓ ସ୍ଥାନୀୟ ଲୋକେ ମିଶି ନଦୀ ପଠାରେ ରୁଣ୍ଡ ହୋଇଥିଲେ ।

ତେବେ ଅଗ୍ନୀ ଶ୍ରମବିଭାଗ ସମେତ ପୋଲିସ ମଧ୍ୟ ଘଟଣା ସ୍ତଳରେ ପହଞ୍ଚିଥିଲେ । ତେବେ ବହୁ ଖୋଜାଖୋଜି ପରେ ମଧ୍ୟ ଯୁବକ ଜଣଙ୍କୁ ଖୋଜିପାଇନଥିଲେ । ତେବେ ଏହି ସବୁ କଥା ନେଇ ପାଖ ଗାଁରେ ହଇଚଇ ସୃଷ୍ଟି ହୋଇଯାଇଛି । ତେବେ ଏବେ ପର୍ଯ୍ୟନ୍ତ ମଧ୍ୟ ସନ୍ଧାନକାରୀ ଟିମର ସନ୍ଧାନ ଜାରୀ ରହିଛି । ତେବେ ନିଜ ପୁଅକୁ ହରାଇ ଥିବା ପରିବାର ଲୋକେ ମଧ୍ୟ ଦୁଃଖରେ ଭାଙ୍ଗି ପଡି ଅତ୍ୟନ୍ତ ଭାବରେ ମର୍ମାହତ ହୋଇପଡିଛନ୍ତି ।

ତେବେ ଏହି ରଙ୍ଗର ପର୍ବରେ ପରିବାରରେ ନିଜ ପୁଅକୁ ହରାଇ ଏଭଳି ରଙ୍ଗହୀନ ପରିବେଶ ସୃଷ୍ଟି ହୋଇଯାଇଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *