ଏହି ତାରିଖରେ ଖୋଲିବ ହୀରାକୁଦ ଗେଟ, ଛଡାଯିବ ବନ୍ୟାଜଳ, ଏହି 12 ଟି ଜିଲ୍ଲାକୁ ଜାରି ହେଲା ସତର୍କ ସୁଚନା, ଦେଖନ୍ତୁ ଏଥିରେ ଆପଣଙ୍କ ଜିଲ୍ଲା ଥାଇପାରେ

ବନ୍ଧୁଗଣ, ସୂଚନା ଅନୁଯାୟୀ ୧୮ ତାରିଖରେ ହୀରାକୁଦ ଗେଟ ଖୋଲାଯିବ । ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ଘଟୁଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢୁଛି । ଆସନ୍ତା ସୋମବାର ସକାଳ ୧୧ ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ଜଳ ନିଷ୍କାସନ କରାଯିବ । ଏଥିଯୋଗୁଁ ମହାନଦୀ ଏବଂ ଏହାର ଶାଖାନଦୀ ଗୁଡିକର ଜଳସ୍ତର ବୃଦ୍ଧି ଘଟିବ । ଏଣୁ ନଦୀ ମଧ୍ୟକୁ ପ୍ରବେଶ ନ କରିବାକୁ ସତର୍କ କରାଯାଇଅଛି । ଏହା ସହିତ ୧୨ ଟି ଜିଲ୍ଲାକୁ ସତର୍କ କରିବାକୁ ସୂଚନା ଦିଆଯାଇଅଛି ।

ଉପର ମୁଣ୍ଡରେ ଅର୍ଥାତ ଛତିଶଗଡରେ ଲଗାତାର ବର୍ଷା ଜାରି ରହିଅଛି, ସେହି ପାଣିଟି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଅଛି । ଏବଂ ଆସନ୍ତା ୧୧ଟା ସମୟରେ ହୀରାକୁଦ ଡ୍ୟାମ କତୃପକ୍ଷ ବର୍ତ୍ତମାନ ନିଷ୍ପତ୍ତି ନେଇଛନ୍ତି, ହୀରାକୁଦ ଡ୍ୟାମର ଗେଟ ଖୋଲାଯିବ । ତେବେ ସମୁଦାୟ କେତୋଟି ଗେଟ ଖୋଲାଯିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଯେହେତୁ ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୬୦୭ ଫୁଟ ପାଣି ହୋଇ ସାରିଲାଣି ।

ଏବଂ ହୀରାକୁଦ ଜଳ ଭଣ୍ଡାରକୁ ୨ ଲକ୍ଷ ୧୮ ହଜାର ୪୭୪ କ୍ଵିସେକ ପାଣି ପ୍ରତି ସେକେଣ୍ଟରେ ପ୍ରବେଶ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗେଟ ଖୋଲାଯାଇନାହିଁ । କେବଳ କେନାଲ ସାହାର୍ଯ୍ୟରେ ଅର୍ଥାତ ବରଗଡ କେନାଲ ଏବଂ ଶାସନ କେନାଲରେ ଯାହା ପାଣିନିଷ୍କାସନ କରାଯାଉଅଛି । ବର୍ତ୍ତମାନ କହିବାକୁ ଗଲେ ସମ୍ବଲପୁର ହୀରାକୁଦରେ ତଳମୁଣ୍ଡା ଏବଂ ଉପରମୁଣ୍ଡାରେ ବର୍ଷା ଲାଗିରହିଅଛି ।

ଏହା ସହିତ ହୀରାକୁଦ ଜଳ ଭଣ୍ଡାର ଧୀରେ ଧୀରେ ପୂର୍ଣ୍ଣ ହେବାରେ ଲାଗିଛି । ଏବଂ ୧୮ ତାରିଖ ସୁଦ୍ଧା ଯାହା ଆଶା କରାଯାଉଅଛି ପାଖାପାଖି ୬୧୧ ଫୁଟ ହୋଇଯାଇପାରେ । ଏବଂ ଏହାକୁ ଦୃଷ୍ଟିରେ ରଖି ଏବଂ ଆଗକୁ ଯେଉଁ ଲଘୁଚାପ ଗୁଡିକ ରହିଅଛି ତାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାର କତୃପକ୍ଷ ବର୍ତ୍ତମାନ ନିଷ୍ପତ୍ତି ନେଇଛନ୍ତି ଗେଟ ଖୋଲିବା ପାଇଁ, ଏବଂ କେତୋଟି ଗେଟ ଖୋଲାଯିବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ଏବଂ ଯେତେବେଳେ ହୀରାକୁଦ ଡ୍ୟାମ ଗେଟ ଖୋଲିବ, ହୀରାକୁଦ ଜଳ ଭଣ୍ଡାର ତଳ ଅଞ୍ଚଳରେ ଥିବା ୧୨ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଅଛି ।

ନଦୀ ମଧ୍ୟକୁ କାହାରିକୁ ଛଡାଯିବ ନାହିଁ, ପେଟ୍ରୋଲିୟମ କଡାକଡି କରାଯିବ । ବିଶେଷ କରି ମାଛ ଧରାଳି ମାନଙ୍କୁ ବାରଣ କରାଯାଇଅଛି । ଏବଂ ଯେଉଁ ତଳିଆ ଅଞ୍ଚଳ ରହିଅଛି ୧୨ଟି ଜିଲ୍ଲାର ସେହି ତଳିଆ ଅଞ୍ଚଳର ଲୋକ ମାନଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ନିଆଯିବ ତାହା ମଧ୍ୟ ବ୍ୟବସ୍ଥା କରାଯାଉଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *