ଚମତ୍କାର ! ହଠାତ ଯେତେବେଳେ ମଶାଣିରୁ ଉଠି ଦୌଡି ପଳାଇଲା ଶବ, ଜାଣନ୍ତୁ ତା’ପରେ କଣ ହେଲା ?

ବନ୍ଧୁଗଣ ଏହି ଦୁନିଆର ସବୁଠାରୁ ବଡ ସତ୍ୟ ହେଉଛି ମୃତ୍ୟୁ ଯାହା ସମସ୍ତଙ୍କୁ ଗ୍ରହଣ କରିବାକୁ ପଡିବ । ତେବେ ଦିନେ ନା ଦିନେ ଆମ ସମସ୍ତଙ୍କୁ ମରିବାକୁ ପଡିବ । ପ୍ରତିଦିନ ଆପଣ ଅନେକ ଲୋକଙ୍କ ମୃତ୍ୟୁର ଖବର ଶୁଣୁ ଥିବେ କିନ୍ତୁ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଅନ୍ତିମ ସତ୍କାର ସମୟରେ ମୃତ୍ୟୁ ମୁଖରୁ ଫେରି ଆସିଥିଲେ ।

କେଲଭିନ ସେଣ୍ଟୋସ- କେଲଭିନ ଗୋଟେ କୁନି ପିଲା ଥିଲା ସେ ନିଜ ବାପା ମା ସହ ବ୍ରାଜିଲରେ ରହୁଥିଲା । ମାତ୍ର 2 ବର୍ଷ ବୟସରେ ତାକୁ ନିମୋନିଆ ହେଇଗଲା । ବାପା ମା ତାକୁ ଡାକ୍ତର ଖାନା ନେଇଗଲେ ହେଲେ ଡାକ୍ତର ମାନେ କହିଲେ କେଲଭିନ ଆଉ ଏହି ଦୁନିଆରେ ନାହିଁ ସେ ମରି ସାରିଛି । ଦୁଃଖରେ ଭାଙ୍ଗି ଯାଇ ମା ବାପା ନିଜ ଛୁଆର ମୃତ ଶବକୁ ନେଇ ଘରକୁ ଫେରିଲେ ଆଉ ତାର ଅନ୍ତିମ ସତ୍କାର ପ୍ରକ୍ରିୟା କରା ହେଲା । ହେଲେ ସେହି ସମୟରେ କେଲଭିନ ଉଠି ବାପା ମାକୁ ପାଣି ମାଗିଲା ଆଉ ପାଣି ପିଇବା ପରେ ସେ ପୁଣି ମରିଗଲା ।

ଟିନା- ଆମେରିକାରେ ଟିନା ନାମକ ଗୋଟେ ଝିଅ ଅଛି ଯିଏ ଅଧ ଘଣ୍ଟା ମରିବା ପରେ ପୁଣି ଜୀବିତ ହୋଇଥିଲା । ଟିନା ନିଜ କ୍ୟାନ୍ସର ରୋଗକୁ ଠିକ କରିବା ପାଇଁ ହସ୍ପିଟାଲରେ ଆଡମିଟ ହେଇଥିଲା । ଗୋଟେ ଦିନ ଡାକ୍ତର ତାଙ୍କ ଘର ଲୋକଙ୍କୁ କହିଲେ ଟିନାର ମୃତ୍ୟୁ ହୋଇଯାଇଛି । 27 ମିନିଟ ପର୍ଯ୍ୟନ୍ତ ଟିନାର ଶ୍ଵାସ ବନ୍ଦ ହୋଇଯାଇଥିଲା ହେଲେ ଏହା ପରେ ହଠାତ ଟିନାର ଶରୀରରେ ଗତିବିଧି ହେବା ଆରମ୍ଭ ହେଲା ।

ଡାକ୍ତର ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଟିନା ଏକ ପେପର ମାଗିଲା ଆଉ ଲେଖିଲେ ଏଇଟା ସତ । ବନ୍ଧୁଗଣ ଟିନା କହିଲା ମରିବା ପରେ ସେ ଦୂର ଆକାଶକୁ ଚାଲିଯାଇଥିଲା । ଏହି ଦୁନିଆରେ ଏକ ଅଦୃଶ୍ୟ ଶକ୍ତି ଅଛି ଯିଏ ଜୀବନ ଆଉ ମୃତ୍ୟୁର ଆଧାର ଅଟେ । ବଞ୍ଚିବା ପରେ ଟିନା ଲୋକ ମାନଙ୍କୁ ନିଜ କାହାଣୀ ବିଷୟରେ କହୁଛି ।

ସିମାଞ୍ଚଳ ମଲିକ- ବନ୍ଧୁଗଣ ଏହି ଘଟଣାଟି ଆମ ଓଡିଶାର ଗଞ୍ଜାମ ଜିଲ୍ଲାରେ ଘଟିଥିଲା । ସିମାଞ୍ଚଳ ନାମକ 55 ବର୍ଷୀୟ ବ୍ୟକ୍ତି ସବୁଦିନ ଭଳି ଦିନେ ଛେଳି ଚରେଇବାକୁ ଯାଇଥିଲା । ସନ୍ଧ୍ୟାରେ ଛେଳି ମାନେ ଘରକୁ ଫେରି ଆସିଥିଲେ ହେଲେ ସିମାଞ୍ଚଳ ଫେରିଲେ ନାହିଁ । ଏହା ପରେ ତାକୁ ଗାଁ ଲୋକ ଖୋଜି ଏକ ପଡିଆରେ ତାଙ୍କୁ ପାଇଥିଲେ ।

ସିମାଞ୍ଚଳ ସେହି ପଡିଆରେ ଚେତା ହରାଇ ପଡିଥିଲେ । ଗାଁ ଲୋକ ଭାବିଲେ ସିମାଞ୍ଚଳ ଆଉ ଏ ଦୁନିଆରେ ନାହାନ୍ତି । ଏହା ପରେ ତାଙ୍କ ଅନ୍ତିମ ସତ୍କାର କରାଗଲା ହେଲେ ଜୁଇ ଜଳା ହେବା ସମୟରେ ସେ ହଠାତ ଉଠିଲେ ଆଉ ବଞ୍ଚିଗଲେ ।

Leave a Reply

Your email address will not be published. Required fields are marked *