Heavy Rain Alert: 19 ଓ 20 ରେ ପ୍ରବଳ ଛେଚିବ, ରାଜ୍ୟର ଏହି 3 ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ନମସ୍କାର ବନ୍ଧୁଗଣ ତେବେ ଏହି କିଛି ଦିନ ହେବ ପ୍ରବଳ ବର୍ଷା ଲାଗି ରହୁଛି ଏବଂ କିଛି ଜିଲ୍ଲା କୁ ରେଡ଼ ଏବଂ ୟେଲୋ ୱାର୍ନିଙ୍ଗ ମଧ୍ୟ ଦିଆଯାଇଥିଲା । ଏହା ସହ ଏକ ବନ୍ୟା ର ମଧ୍ୟ ସୂଚନା ମିଳିଥିଲା ତେବେ ଏହା ସହ ବହୁତ ଧନ ଜୀଵନ ନଷ୍ଟ ହେଉଛି ଏବଂ ଅନେକ ଲୋକ ହଇରାଣ ମଧ୍ୟ ହେଉଛନ୍ତି । ତେବେ ବର୍ତ୍ତମାନ ପୂର୍ବ କେନ୍ଦ୍ର ବଙ୍ଗୋପସାଗର ଏବଂ ମିଆଁମାର ଉପକୂଳରେ ସୃଷ୍ଟି ଘୁର୍ଣ୍ଣି ବଳୟ ପ୍ରଭାବରେ ଓଡ଼ିଶାରେ ଫୁଣି ବର୍ଷା ଆରମ୍ଭ ହୋଇ ଯାଇଛି ।

ଆଜି ସକାଳ ୮:୩୦ ରୁ ୨୧ ତାରିଖ ସକାଳ ୮ ଟା ପର୍ଯ୍ୟନ୍ତ ଉତ୍ତର ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶା ରେ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ସତର୍କ ରହିବା ପାଇଁ ସବୁ ଜିଲ୍ଲାପାଳ ଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆଜି ପାଇଁ ଭଦ୍ରକ,ମୟୁରଭଞ୍ଜ, ବାଲେଶ୍ଵର ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ସହ କେତେକ ସ୍ଥାନରେ ପାଣିପାଗ ବିଭାଗ ପ୍ରବଳ ବର୍ଷା ର ଅନୁମାନ କରିଥିବା କୁହାଯାଉଛି ।

ସେହି ପରି ୧୯ ଏବଂ ୨୦ ତାରିଖ ଦୁଇଦିନ ପାଇଁ ରାଜ୍ୟ ର ୧୬ ଟି ରାଜ୍ୟ କୁ ଦିଆଯାଇଛି ୟେଲୋ ୱାର୍ନିଙ୍ଗ ଏସବୁ ଜିଲ୍ଲା ଗୁଡିକ ହେଉଛି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, କନ୍ଧମାଳ, ମାଲକାନଗିରି ଏଵଂ କୋରାପୁଟ ।

ଏହି ଘୁର୍ଣ୍ଣି ବଳୟ ର ଅଧିକ ପ୍ରଭାବ ଉତ୍ତର ଓଡିଶା ଜିଲ୍ଲା ରେ ଅଧିକ ଦେଖାଯିବ । ଏହି ସବୁ ଜିଲ୍ଲା ଗୁଡିକ ରେ ପ୍ରବଳ ବର୍ଷା ର ସମ୍ଭାବନା ରହୁଛି ୭ ରୁ ୮ ସେଣ୍ଟିମିଟର ଏହା ଯୋଗୁଁ ସେସବୁ କୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ତେବେ ସମସ୍ତ ଙ୍କୁ ସତର୍କ ରହିବା ସହ ନଦୀ ସମୁଦ୍ର ଆଡ଼କୁ ନଯିବା ପାଇଁ ମନା ମଧ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *