Heavy Rain Alert: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, କାଲି ଠୁ ପ୍ରବଳ ବର୍ଷିବ, ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ବନ୍ଧୁଗଣ ବର୍ତ୍ତମାନ ପାଣିପାଗ ବିଭାଗ ତରଫରୁ ଏକ ବଡ ସୂଚନା ଦିଆଯାଇଛି । ଆସନ୍ତା କାଲି ଠାରୁ ପ୍ରବଳ ବର୍ଷା ହେବ । ଉତ୍ତର-ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି । ବାଙ୍ଗଲାଦେଶ ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ପଶ୍ଚିମ ବଙ୍ଗ ଉପକୂଳ ଆଡକୁ ଗତି କରିବ । ଏହାର ପ୍ରଭାବରେ ୨୯ ଓ ୩୦ରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଉତ୍ତର-ଓଡିଶା ଉପରେ ଅଧିକ ପ୍ରଭାବ ପଡିବ । ଆଜି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହ ପୁରର କେତେକ ସ୍ଥାନରେ ଘଡଘଡି ସହ ଅଧିକ ବର୍ଷା ହୋଇପାରେ । ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଅନ୍ୟ ପକ୍ଷରେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଏହି ସେପ୍ଟେମ୍ବର ମାସରେ ସ୍ଵାଭାବିକରୁ ପ୍ରାୟ ୭୦ ପ୍ରତିଶତ ବର୍ଷା ହୋଇଛି ।

ବର୍ତ୍ତମାନ ପାଣିପାଗ ଅନୁକୂଳ ଥିବାରୁ ବଙ୍ଗପ ସାଗରରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଏକାଧିକ ଲଘୁଚାପ ସୃଷ୍ଟି ହେବା ପାଇଁ ବାତାବରଣର ସମ୍ଭାବନା ରହିଛି । ତେଣୁ ବନ୍ଧୁଗଣ ଆସନ୍ତା କାଲି ତଥା ୨୯ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଓ ସେଥିପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଦିଆଯାଇଛି ।

ଅବଶ୍ୟ ଏହି ସେପ୍ଟେମ୍ବର ମାସରେ ଆମେ ମାନେ ଅନେକ ଲଘୁଚାପର ସମ୍ମୁଖୀନ ହେଲେଣି ହେଲେ ପାଣିପାଗ ସୂଚନା ଅନୁସାରେ ଆଗାମୀ ଦୁଇ ସପ୍ତାହରେ ଲଘୁଚାପ ହେବାର ସ୍ଥିତି ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଅନ୍ୟ ମାନଙ୍କୁ ଏହି ପାଣିପାଗ ଖବରର ସୂଚନା ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *