Heavy Rain Alert: ଆଜି ରାତିରୁ ପ୍ରବଳ ବର୍ଷିବ, ପୁଣି ନଦୀରେ ବଢିବ ପାଣି ! ଏହି ଜିଲ୍ଲାରେ ହେବ ଭୟଙ୍କର ବର୍ଷା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜିଠାରୁ ପ୍ରବଳ ବେଗରେ ହେବ ବର୍ଷା । ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ମାତ୍ରାରେ ବର୍ଷିବ । ପାଣି ଖସିବାରେ ଲାଗିଛି ଏବଂ ବନ୍ୟା ର ଆଶଙ୍କା ମଧ୍ୟ ରହିଛି । ସବୁ ନଦୀରେ ଜଳସ୍ତର ବର୍ତ୍ତମାନ ଖସିବାରେ ଲାଗିଛି । ଅନ୍ୟ ପଟେ ବଙ୍ଗୋପ ସାଗର ରେ ଘୁର୍ଣ୍ଣି ବଳୟ ସୃଷ୍ଟି ହେବା ଯୋଗୁଁ ବର୍ଷା ଆରମ୍ଭ ହୋଇଯାଇଛି । ଆଜିଠୁ ବଢ଼ିବ ବର୍ଷା ର ପରିମାଣ । ୨୧ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ।

ବିଶେଷ କରି ଉତ୍ତର ଓଡ଼ିଶା ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଜି ରାତିରେ ଏହି ସବୁ ଜିଲ୍ଲା ରେ ପ୍ରବଳ ବର୍ଷା ର ଆଶଙ୍କା ରଖିଛି ପାଣିପାଗ ବିଭାଗ । ତେବେ କଣ ସେହି ଜିଲ୍ଲା ଗୁଡ଼ିକ ଏବଂ କଣ ରହିଛି ଲାଟେଷ୍ଟ ପାଣିପାଗ ର ଅପଡେଟ୍ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ମହାନଦୀ ର ଜଳସ୍ତର ବର୍ତ୍ତମାନ ୬୨୮ ଫୁଟ ଅଛି । ଜଳ ଭଣ୍ଡାର କୁ ପ୍ରତି ସେକେଣ୍ଡ ରେ ୩,୨୭,୭୯୦ କ୍ୟୁବିସେଜ ପାଣି ପ୍ରବେଶ କରୁଛି ।

୧୮ଟି ଗେଟ ଖୋଲା ଥିବା ବେଳେ ଜଳ ଭଣ୍ଡାର ରୁ ପ୍ରତି ସେକେଣ୍ଡ ରେ ୩.୧୫ ଲକ୍ଷ କ୍ୟୁବସେଜ ପାଣି ଛଡ଼ା ଯାଉଛି । ତେବେ ଜଳକା ନଦୀ ଏବେ ବିପଦ ସଂକୁଳ ଅଛି । ମାତ୍ର ଜଳସ୍ତର ଖସିବାରେ ଲାଗିଛି । ସୁବର୍ଣ୍ଣରେଖା ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ସତର୍କ ସଙ୍କେତ ଠାରୁ ଯଥେଷ୍ଟ ତଳେ ଅଛି । ବୈତରଣୀ ସତର୍କ ସଙ୍କେତ ଉପରେ ଥିଲେ ମଧ୍ୟ ଖସିବାରେ ଲାଗିଛି । ବୁଢ଼ା ବଳଙ୍ଗ, ବ୍ରାହ୍ମଣୀ, ଋଷିକୁଲ୍ୟା ଏବଂ ଵଂଶଧରା ସବୁଠାରେ ପାଣି କମୁଛି ।

ପାଣିପାଗ ବିଭାଗ କହିଛି ଉତ୍ତର ପଶ୍ଚିମ ଓ ପାର୍ଶ୍ଵବର୍ତ୍ତି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଘୁର୍ଣ୍ଣିବଳୟ ରହିଛି । ଏହା ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି । ରାତି ଭିତରେ ଏହା ଓଡ଼ିଶା ଉପକୂଳ ଆଡ଼କୁ ଆସିବାର ସମ୍ଭାବନା ରହିଛି । ଏହାର ପ୍ରଭାବ ରେ ବାଲେଶ୍ଵର, ଭଦ୍ରକ ସମେତ ଉତ୍ତର ଉପକୂଳ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଅନ୍ୟ କେତେକ ସ୍ଥାନରେ ମଧ୍ୟ ବର୍ଷାର ସମ୍ଭାବନା ଅଛି । ତେବେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ।

ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ରେ ପ୍ରବଳ ବର୍ଷା ହୋଇପାରେ । ତେବେ ଆସନ୍ତା କାଲି ସୋମବାର ଆଭ୍ୟନ୍ତରୀଣ ଓଡ଼ିଶା ରେ ମଧ୍ୟମ ଧରଣ ର ବର୍ଷା ହେବ । ସେହି ଜିଲ୍ଲା ଗୁଡ଼ିକ ମଧ୍ୟ ରେ ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ଦେବଗଡ଼ ଜିଲ୍ଲା ରହିଛି । ତେବେ ଯଦି ରାଜ୍ୟ ରେ ଏହିଭଳି ବର୍ଷା ଲାଗି ରହିବ ପୁଣି ନଦୀର ଜଳସ୍ତର ବଢିବା ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *