ହେ ପ୍ରଭୁ…ଏତେ ଟଙ୍କା ! ଅଚାନକ ମହିଳାଙ୍କ ଆକାଉଣ୍ଟକୁ ଅଚାନକ ଆସିଗଲା 81 କୋଟି ଟଙ୍କା, ଆଉ ତା’ପରେ ଯାହା ହେଲା ନା…

ବନ୍ଧୁଗଣ, ସାଧାରଣତଃ ଅନେକ ଥର ଏଭଳି ଘଟିଥାଏ ଯେ ବେଳେ ବେଳେ କିଛି ତୃଟି ଯୋଗୁଁ ଟଙ୍କା ସ୍ଥାନାନ୍ତରିତ ହୋଇ ପାରି ନଥାଏ । ସେହିପରି କିଛି ତୃଟି ଯୋଗୁଁ ଟଙ୍କା ଭୁଲ ରେ ଆକାଉଣ୍ଟ ରେ ଜମା ହୋଇଯାଇଥାଏ । ଠିକ ଏହିଭଳି କିଛି ଘଟିଛି ଜଣେ ମହିଳା ଙ୍କ ସହିତ । ହଠାତ ଜଣେ ମହିଳା ଙ୍କ ଆକାଉଣ୍ଟ ରେ ୮୧ କୋଟି ଟଙ୍କା ପଡିଥିବା ଜଣା ପଡିଛି । ଟଙ୍କା ପଡିବା ପରେ ମହିଳା ଜଣଙ୍କ ଖୁସିରେ ପାଗଳ ପ୍ରାୟ ହୋଇଯାଇଥିଲେ ।

ତେବେ ସେ କାହାକୁ କିଛି ନ କହି ଚୁପଚାପ ଟଙ୍କା ବାହାର କରି ବିଭିନ୍ନ କାର୍ଯ୍ୟ ରେ ଖର୍ଚ୍ଚ କରିଥିଲେ ମହିଳା । ସୂଚନା ଅନୁଯାୟୀ ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଅଷ୍ଟ୍ରେଲିଆ ର ଏକ ସହରରୁ ସାମ୍ନା କୁ ଆସିଛି । ଥେବା ମାନୋଗିରୀ ମନୀଭେଲ ନାମକ ଜୟିନୀକ ମହିଳା ଙ୍କ ଆକାଉଣ୍ଟ ରେ ହଠାତ ପଡିଥିଲା ୮୧ କୋଟି ଟଙ୍କା ଏକା ସାଙ୍ଗରେ ଏତେ ଟଙ୍କା ଦେଖି ମହିଳା ବହୁତ ଖୁସି ହୋଇଥିଲେ ।

ଏତେ ଟଙ୍କା ହଠାତ ଏମିତି ବ୍ୟାଙ୍କ ଆକାଉଣ୍ଟ କୁ ଆସିଥିଲେ ମଧ୍ୟ ମହିଳା ଜଣଙ୍କ କମ୍ପାନୀ କୁ କିମ୍ବା ବ୍ୟାଙ୍କ କୁ ଜଣାଇ ନଥିଲେ । ସେ ଏହି ଟଙ୍କା ରେ ପ୍ରଥମେ ସେ ଏକ ବଡ ଘର କିଣିଥିଲେ ଏବଂ ପରେ ଅବଶିଷ୍ଠ ଟଙ୍କା କୁ ସମ୍ପର୍କୀୟ ମାନଙ୍କ ମଧ୍ୟରେ ବାଣ୍ଟିବା ଆରମ୍ଭ କରିଥିଲେ । ତେବେ କମ୍ପାନୀ ୮ ମାସ ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା ।

ବାସ୍ତବରେ ମହିଳା ଙ୍କ କ୍ରିପ୍ଟୋ କମ୍ପାନୀରୁ ପ୍ରାୟ ୮ ହଜାର ଟଙ୍କା ମିଳିବାର ଥିଲା । କିନ୍ତୁ କମ୍ପାନୀ ର ଭୁଲ ହେତୁ ତାଙ୍କ କ୍ରିପ୍ଟୋ ମୁଦ୍ରା ଆକାଉଣ୍ଟ ରେ ୮୧ କୋଟି ଟଙ୍କା ଆସିଥିଲା । ତେବେ କଂମ୍ପାନୀ ୮ ମାସ ପରେ ଘଟଣା ସମ୍ପର୍କରେ ମହିଳା ଙ୍କୁ ଅବଗତ କରିବାରୁ ମହିଳା କମ୍ପାନୀ କଥା କୁ ଅଣଦେଖା କରି କୌଣସି ଉତ୍ତର ଦେଇ ନଥିଲେ ।

ମାତ୍ର ଯେତେବେଳେ କମ୍ପାନୀ ତାଙ୍କୁ ପ୍ରମାଣ ସହିତ ଏକ ନୋଟିସ ପଠାଇଲା ସେତେବେଳେ ତାଙ୍କର ହୋସ ଉଡିଗଲା । ବର୍ତ୍ତମାନ ତାଙ୍କ ପାଖରେ ଟଙ୍କା ନାହିଁ ଏବଂ ଯଦି ସେ ଟଙ୍କା ଫେରସ୍ଥ ନ କରନ୍ତି ତେବେ ସେ ଜେଲ ଯାଇ ପାରନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *