Kyiv ରୁ ହଟିଛି ନା ପୋଜିସନ ବଦଳାଉଛି ଋଷ ସେନା, କଣ ଋଷ ଆପଣାଉଛି ନୂଆ ରଣନୀତି ? କଣ ଆଗକୁ ଆହୁରି ଭୟଙ୍କର ହେବ ଏହି ଯୁଦ୍ଧ ? ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଶନିବାର ସୁଦ୍ଧା ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ପହଞ୍ଚିଥିବାବେଳେ ରୁଷ୍ ସୈନ୍ୟ ୟୁକ୍ରେନ୍‌ର ରାଜଧାନୀ କିଏଭ୍ ଓ ଚେର୍ନିଜିଭ୍ ଉପକଣ୍ଠରୁ ପଛଘୁଞ୍ଚା ଦେଉଥିବା ଜଣାପଡିଛି । ଦୀର୍ଘଦିନ ଧରି ରୁଷ୍ ଆକ୍ରମଣର ନାଭିକେନ୍ଦ୍ର ପାଲଟିଥିବା ମାରିୟୁପୋଲ ସହରରୁ ୟୁକ୍ରେନ୍ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାକୁ ରେଡକ୍ରସ୍ ସଂସ୍ଥା ତରଫରୁ ଜୋରସୋର ଉଦ୍ୟମ ଜାରି ରହିଛି ।


ଫଳରେ ଶନିବାର ସୁଦ୍ଧା ଏହି ସହରରେ ଅଟକିଥିବା ନାଗରିକମାନେ ସ୍ୱତନ୍ତ୍ର ବସ୍ ଯୋଗେ ସହର ଛାଡି ଜାପୋରିଜ୍‌ଝିଆ ସହରକୁ ପଳାଇଛନ୍ତିି ବୋଲି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ମିଖାଇଲୋ ପୋଡୋଲ୍ୟାକ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ରୁଷ ବର୍ତ୍ତମାନ ବନ୍ଦର ନଗରୀ ଓଡେଶା ଉପରେ ମିଶାଇଲ ର ବର୍ଷା କରିଛି । ଏୟାର ଷ୍ଟ୍ରାଇକ ରେ ହୁ ହୁ କରି ଘର ଦ୍ୱାର ସବୁ ଜଳୁଛି ।

ଓଡେଶା ରେ ଭୟଙ୍କର ପରିସ୍ଥିତି ଦେଖା ଯାଇଛି । ଲୋକ ମାନଂକୁ ବାହାରକୁ ନ ବାହୀରିବା ପାଇଁ ନିର୍ଦେଶ ଦିଆ ଯାଇଛି ଏବଂ କବାଟ ଝରକା ବନ୍ଦ କରିବାକୁ ମଧ୍ୟ କୁହାଯାଇଛି । ତେବେ ରୁଷ ୟୁକ୍ରେନ ର ଆଉ ଏକ ତେଲ ଟାଙ୍କି କୁ ଉଡାଇ ଦେଇଛି ଯାହା ଦ୍ୱାରା ସେନା ତେଲ ଏବଂ ଡିଜେଲ ପାଉଥିଲେ । ଏହା ସହ ୟୁକ୍ରେନ କୁ ଅନ୍ୟ ଦେଶ ସହିତ ଯୋଗାଯୋଗ ନ କରେଇ ଦେବା ପାଇଁ ସମୁଦ୍ର ରେ ମଧ୍ୟ ରୁଷ ରାସ୍ତା ବନ୍ଦ କରି ରହିଛି ।

ତେବେ ରୁଷ୍ ସେନା ବର୍ତ୍ତମାନ ୟୁକ୍ରେନ୍‌ର ପୂର୍ବ ଓ ଦକ୍ଷିଣ ପାଶ୍ୱର୍ରେ ନିଜର ପତିଆରା ବୃଦ୍ଧି କରୁଥିବା ସେ କହିଛନ୍ତି । ରୁଷ୍ ରଣନୀତିରେ ବର୍ତ୍ତମାନ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଶନିବାର ରୁଷ୍ ପକ୍ଷରୁ ୟୁକ୍ରେନ୍‌ର ପୋଲତାଭା ଓ କ୍ରେମେନ୍‌ଚୁକ୍ ସହର ଉପରେ ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ କରାଯାଇଥିବାବେଳେ ଦୁଇଟି ସହରର ଏକାଧିକ ଅଟ୍ଟାଳିକା ଓ ସରକାରୀ ପ୍ରତିଷ୍ଠାନ ବିଶେଷ କ୍ଷତିଗ୍ରସ୍ତ ହୋଇଛି ।


ଅପରପକ୍ଷରେ ରୁଷ୍ ସେନା ଆକ୍ରମଣରେ ମାରିୟୁପୋଲ ସହର ଏକପ୍ରକାର ଧ୍ୱଂସସ୍ତୂପ ପାଲଟିଛି । ପ୍ରାୟ ୫୦୦୦ ଲୋକଙ୍କର ପ୍ରାଣହାନି ଘଟିଥିବାବେଳେ ଅଟକି ରହିଥିବା ଆଉ ୧.୬ ଲକ୍ଷ ଲୋକ ଖାଦ୍ୟ, ପାନୀୟ ଓ ବିଜୁଳି ଶକ୍ତି ଅଭାବରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି । ଶୁକ୍ରବାର ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଆଉ ଏକ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।

ତେବେ ରୁଷ୍‌ର ତୈଳ ଡିପୋ ଉପରେ ବୋମାମାଡ କରାଯାଇଥିବାରୁ ୟୁକ୍ରେନ୍ ସେନାର ଆଭିମୁଖ୍ୟକୁ କ୍ରେମଲିନ୍ ନାପସନ୍ଦ କରିଛି । ପୂର୍ବଥର ଭଳି ଏଥର ମଧ୍ୟ ଆଲୋଚନା ନିଷ୍ଫଳ ହେବାର ସମ୍ଭାବନା ଦେଖାଦେଇଛି । ଅପରପକ୍ଷରେ ଅଧିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବିମାନ ଯୋଗାଇବାକୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍‌ସ୍କି ପୁଣି ଥରେ ନାଟୋ ରାଷ୍ଟ୍ର ସମୂହକୁ ଅନୁରୋଧ କରିଛନ୍ତି ।


ଏକ ତାଚ୍ଛଲ୍ୟପୂର୍ଣ୍ଣ ସ୍ୱରରେ ସେ କହିଛନ୍ତି ‘ତୁମେ ଯଦି ଏଫ୍‌-୧୮ କିମ୍ବା ଏଫ୍‌-୧୯ ବିମାନ ଦେଇନପାରୁଛ, ତେବେ ଆମକୁ ପୁରୁଣା ରୁଷୀୟ ବିମାନ ଦେଲେ ଭଲ ହୁଅନ୍ତା’ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *