ହଠାତ ଏମିତି କଣ ହେଲା ? ରାଗରେ ମହାରାଜା ସିନେମା ହଲ ମାଲିକ, ଉଠେଇ ଦେଲେ ଡେଲିଭରି ବୟ ସିନେମା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଗରେ ମହାରାଜା ହଲ୍ ଉଠେଇଦେଲା ଓଡିଆ ଫିଲ୍ମ ଡେଲିଭରୀ ବୟ ! ଗତ କିଛି ଦିନ ଧରି ଅର୍ଥାତ ଏପ୍ରିଲ ୭ ତାରିଖ ଠାରୁ ପ୍ରେକ୍ଷାଳୟରେ ପୂର୍ଣ୍ଣ ମାତ୍ରାରେ ସଗୌରବେ ଚାଲିଆସୁଥିଲା ଫିଲ୍ମ ଡେଲିଭରୀ ବୟ । ହେଲେ କିଛି ବିବାଦ କାରଣରୁ ରାଗରେ ମହାରାଜା ହଲ୍ ଡେଲିଭରୀ ବୟ ଫିଲ୍ମକୁ ଆଉ ଆଗକୁ ଚଳାଇବ ନାହିଁ ବୋଲି ସିଧାସଳଖ ମନା କରିଦେଇଛନ୍ତି ।

ତେବେ ଏକ ଟ୍ବିଟ ଜରିଆରେ ମହାରାଜା ହଲ୍ ର କର୍ତ୍ତୁପକ୍ଷ ନିଜର ଏପରି କିଛି ମତ ଲେଖି ଛାଡିଛନ୍ତି । ଯେଉଁଠାରେ ସ୍ପଷ୍ଠ ଭାବରେ ଉଲ୍ଲେଖ ରହିଛି । ଏହା କି ଯେ ମହାରାଜା ହଲରେ ଓଡିଆ ଫିଲ୍ମ ଡେଲିଭରୀ ଚଳଚିତ୍ରକୁ ଆଉ ଚଳାଜୀବ ନାହିଁ । କାରଣ ଏହା କି ଯେ ଫିଲ୍ମ ଡେଲିଭରୀ ବୟର ପ୍ରଯୋଜକ ଜ୍ଯୋତି ରଞ୍ଜନ ମହାରଣାଙ୍କର ମହାରାଜା ହଲକୁ ନେଇ ମିଡିଆ ସାମ୍ନାରେ ରଖିଥିବା ମନ୍ତବ୍ୟ ଆମକୁ ବହୁ ମାତ୍ରାରେ ବାଧିଛି ।  ତେଣୁ ଆମେ ବାଧ୍ୟ ହୋଇ ଓଡିଆ ଫିଲ୍ମ ଡେଲିଭରୀ ବୟକୁ ହଲରୁ ଡିସକଣ୍ଟିନ୍ୟୁ କରୁଛୁ ।

ତେବେ ଅପର ପକ୍ଷରେ ଡେଲିଭରୀ ବୟ ଫିଲ୍ମ ପ୍ରଯୋଜକଙ୍କ କହିବା ଅନୁଯାଇ ମହାରାଜା ୫୦୦ ସିଟ ବିଶିଷ୍ଠ ଏତେ ବଡ ହଲଟି ହୋଇଛି ।  ସେଣ୍ଟ୍ରାଲ ଜାଗା ଉପରେ ମହରଜା ହଲଟି ରହିଅଛି । ହେଲେ ଏଠାରେ ବରିଷ୍ଠ ନାଗରିକ କିମ୍ବା ଦିବ୍ୟାଙ୍ଗ ମାନଙ୍କ ଯିବା ପାଇଁ ଲିଫ୍ଟର କୌଣସି ପ୍ରକାର ସୁବିଧା ମହାରାଜା ହଲରେ କରାଯାଇ ନାହିଁ । ମହାରାଜା ହଲ ଛୋଟରୁ ବଡ ଯେମିତିକା ଫିଲ୍ମ ହୋଇଥାଉ ନା କାହିଁକି ହଲରେ ସିନା ପଡୁଛି ।

ହେଲେ ଦିବ୍ୟାଙ୍ଗ ମାନଙ୍କ ଯିବା ପାଇଁ ହଲରେ ଲିଫ୍ଟର ବ୍ୟବସ୍ଥା କରାଯାଇ ନାହିଁ । ତେବେ ଡେଲିଭରୀ ବୟ ଫିଲ୍ମର ପ୍ରଯୋଜକ ଜ୍ଯୋତି ରଞ୍ଜନଙ୍କର ଏପରି କିଛି କଥାକୁ ନେଇ ରାଗରେ ଉତ୍ତେଜିତ ହୋଇଯାଇଛନ୍ତି ମହାରାଜା ହଲର କର୍ତ୍ତୁପକ୍ଷ । ଏହି ପ୍ରସଙ୍ଗକୁ ନେଇ ମହାରାଜା ହଲର କର୍ମକର୍ତ୍ତା ଏବଂ ଡେଲିଭରୀ ବୟ ଫିଲ୍ମର ପ୍ରଯୋଜକଙ୍କୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି ।

ଯେଉଁ କାରଣରୁ ସିଧା ସିଧା ଓଡିଆ ଫିଲ୍ମ ଡେଲିଭରୀକୁ ଆଉ ମହାରାଜା ହଲରେ ଚଳାଇ ଦିଆଯିବ ନାହିଁ ବୋଲି ଟ୍ବିଟ କରି ଲେଖିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହ ଏହି ପ୍ରସଙ୍ଗ ଉପରେ ଆପଣଙ୍କର ନିଜସ୍ୱ ମତାମତ ଆମକୁ କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *