ହାତରେ ଝାଡୁ, ମୁହଁ ଘୋଡାଇ ଝାଡୁ ମାରୁଛନ୍ତି ପୂର୍ବତନ ମହିଳା ସରପଞ୍ଚ, ଯାହାଙ୍କ କାହାଣୀ ଆପଣଙ୍କୁ ବି ଚିନ୍ତା କରିବାକୁ ବାଧ୍ୟ କରିବ

ନମସ୍କାର ବନ୍ଧୁଗଣ, ସରପଞ୍ଚ ପଦବୀରେ ରହିବା ପରେ ଅନେକ ମାନ ସମ୍ମାନ ମିଳିଥାଏ । ପାଞ୍ଚବର୍ଷ ଧରି ଲୋକଙ୍କ ଆବଶ୍ୟକତାକୁ ପୁରା କରିବା ପାଇଁ କିଛି ନିସ୍ଵାର୍ଥପର ସରପଞ୍ଚ ନିଜକୁ ନ୍ୱେଚ୍ଛାବର କରିଦିଅନ୍ତୁ । ଆଉ ସେହିଭଳି ଜଣେ ମହିଳା ମଧ୍ୟ ସଚୋଟତା ସହ ସରପଞ୍ଚ ହୋଇ ସମସ୍ତଙ୍କ ଦୁଃଖ ସୁଖ ବୁଝୁଥିଲେ । ହେଲେ ଆଜି ତାଙ୍କୁ ସମୟ ସରପଞ୍ଚରୁ ଝାଡୁଦାର ବନାଇ ଦେଇଛି । ଯେଉଁଥିପାଇଁ ସେ ସମାଜରୁ ନିଜ ମୁହଁ ଲୁଚାଇବାକୁ ଲାଗିଛନ୍ତି । ତେବେ ସେ ଏହା ସମ୍ପର୍କରେ କଣ ପ୍ରତିକ୍ରିୟା ରଖିଲେ ଆଉ ବିଳମ୍ବ ନକରି ଆସନ୍ତୁ ଜାଣିବା ।

ପୂର୍ବତନ ମହିଳା ସରପଞ୍ଚ ଜଣଙ୍କ ହେଉଛନ୍ତି ମମତା । ବାପଘର ପୁରୀ ଜିଲ୍ଲାରେ ଅବସ୍ଥିତ । ଆଉ ଶାଶୁ ଘର ଖୋର୍ଦ୍ଧା ଜିଲ୍ଲାର ରେତଙ୍ଗ ଗ୍ରାମରେ ଅବସ୍ତିତ । ଶାଶୁ ଘରେ ଖୁସିରେ କିଛି ବର୍ଷ ସଂସାର କରିବା ପରେ ତାଙ୍କ ସ୍ଵାମୀଙ୍କ ଦେହାନ୍ତ ହୋଇଗଲା । ପରିବାର ଲୋକଙ୍କ ସହଯୋଗରେ ଗୋଟିଏ ବୋଲି ପୁଅକୁ ନେଇ କଷ୍ଟ କରି ଜୀବନ ବଞ୍ଚିବାକୁ ଲାଗିଲେ ମମତା ।

ଏହାପରେ ହଠାତ ତାଙ୍କ ଭାଗ୍ୟ ଏକ ନୂଆମୋଡ ନେଲା । ଘର ଲୋକ ଏବଂ ଆଖ ପାଖ ଗ୍ରାମର ସହଯୋଗ ଏବଂ ଭଲ ପାଇବା ପାଇ ସେ ହୋଇଗଲେ ସରପଞ୍ଚ । 2012 ରୁ 2017 ଯାଏ ସରପଞ୍ଚ ହୋଇ ଗ୍ରାମ ଲୋକଙ୍କ ସେବାରେ ଲାଗିଗଲେ ମମତା । ସ୍ଵାମୀଙ୍କୁ ହରାଇ ଥିବା ମମତାଙ୍କ ଗୋଟିଏ ବୋଲି ପୁଅ ହୃଦରୋଗରେ ପୀଡିତ ଥିଲା ।

ହେଲେ ମମତା ଲୋକଙ୍କ ସେବା କରିବାରୁ ସମୟ ନ ପାଇଁ ପୁଅର ଏତେ ଦେଖା ଶୁଣା କରିପାରନ୍ତି ନାହିଁ । ତଥାପି କିଛି ସମୟ ବାହାର କରି ପୁଅକୁ ଚିକିତ୍ସା କରାଉଥିଲେ । ପାଞ୍ଚବର୍ଷ ପରେ ସରପଞ୍ଚ ପଦବୀରୁ ଓହରି ଗଲେ ମମତା । ପୁଅକୁ ବଞ୍ଚାଇବା ପାଇଁ ମମତାଙ୍କ ପାଖରେ ଥିବା ସବୁ ଟଙ୍କା ଜମି ବାଡି ବିକି ନିଜର ସବୁ ସାମର୍ଥ୍ୟ ଲଗାଇଦେଇଥିଲେ ।

ଶେଷରେ ପୁଅ ସମ୍ପୂର୍ଣ ଭଲ ବି ହୋଇଗଲା । ମମତା ନିଜେ କହିଛନ୍ତି ସେ ସ୍ଵାଧୀନ ରହିବା ପାଇଁ ଭଲ ପାଆନ୍ତି । କାହା ଅଧୀନରେ ରହିବା ତାଙ୍କୁ ପସନ୍ଦ ନୁହେଁ । ତ୍ତାଙ୍କୁ ତାଙ୍କର ଅଭାବ ହେବା ପରେ ସେ ତାଙ୍କ ନିଜ ଇଚ୍ଛାରେ ଏକାମ୍ର କାନନରେ ଆସି ଝାଡୁ ଲଗାଇ ନିଜ ଭରଣ ପୋଷଣ କରୁଛନ୍ତି । ବାପା ଘର ଲୋକ ସହ ଶାଶୁ ଘର ଲୋକଙ୍କର ବି ଚାଲିବା ଭଲ କିନ୍ତୁ ମମତା କାହାର ସାହାର୍ଯ୍ୟ ନେବାକୁ ଚାହାନ୍ତିନି । ଏହା ସମ୍ପର୍କରେ ଆପଣଙ୍କ ମତ ଜଣାଇବା ପାଇଁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *