ଯଦି ଆପଣଙ୍କ ହାତ ଗୋଡ ଝିମଝିମ ହେଇ ଯାଉଛି ତ ହେଇ ଯାଆନ୍ତୁ ସାବଧାନ, ଏହି 3ଟି ଜିନିଷ ଖାଇବା କରିଦିଅନ୍ତୁ ଆରମ୍ଭ -Health Tips

ବନ୍ଧୁଗଣ ସାଧାରଣତଃ ଆପଣ ମାନଙ୍କର ହାତ ଗୋଡ କେବେ ନା କେବେ ଝିମଝିମ ହେଉଥିବ । ଏହା ଏକ ଗମ୍ଭୀର ସମସ୍ଯା ନୁହେଁ ବନ୍ଧୁଗଣ ହେଲେ ଯଦି ଆପଣଙ୍କୁ ଏହି ସମସ୍ଯା ବାରମ୍ବାର ହେଉଛି ତା ହେଲେ ଆପଣ ଏହାକୁ ହାଲ୍କାରେ ନିଅନ୍ତୁ ନାହିଁ । ଯଦି ଆପଣ କୌଣସି ଜିନିଷକୁ ଧରି ଛନ୍ତି ହେଲେ ଆପଣ ମାନଙ୍କୁ ସେହି ଜିନିଷର ଅନୁଭବ ହେଉ ନାହିଁ ତା ହେଲେ ଆପଣଙ୍କ ହାତ ଝିମଝିମ ହେଇଯାଉଛି । ଏହା ବ୍ଯତୀତ ଝିମଝିମ ହେବା କାରଣରୁ ହାତରେ କିଛି ସମୟ ପର୍ଯ୍ୟନ୍ତ କଷ୍ଟ ମଧ୍ୟ ହୋଇଥାଏ ।

ବନ୍ଧୁଗଣ ସାଧାରଣତଃ ଏହି ସମସ୍ଯା ହେବାର ମୁଖ୍ୟ କାରଣ ହେଉଛି ଯେତେବେଳେ ଆପଣ ମାନଙ୍କ ହାତ ବା ଗୋଡରେ ଥିବା ଶିରରେ ରକ୍ତ ସଞ୍ଚାରଣ ଠିକ ଭାବରେ ହୋଇନଥାଏ ସେତେବେଳେ ଆପଣଙ୍କ ହାତରେ ଏହି ସମସ୍ଯା ହୋଇଥାଏ ।

ବେଳେବେଳେ ଆମେ ହାତ ବା ଗୋଡକୁ ଗୋଟିଏ ସ୍ଥାନରେ ବହୁତ ସମୟ ପର୍ଯ୍ୟନ୍ତ ରଖିଦେଇଥାଉ । ସେହି ସ୍ଥାନରେ ଯଦି ହାତ ବା ଗୋଡ ର ଶିର ଚିପି ହୋଇରହିଯିବ ତା ହେଲେ ଆପଣଙ୍କୁ ଏହି ସମସ୍ଯା ହେବ ।

ଯଦି ଆପଣ ମାନଙ୍କୁ ଏହି ସମସ୍ଯା ବାରମ୍ବାର ହେଉଛି ତା ହେଲେ ଆପଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ନିଜର ଏହି ସମସ୍ଯାକୁ ବହୁତ ସହଜରେ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆମକୁ ଡାଲଚିନି ଓ ମହୁର ଆବଶ୍ୟକତା ରହିଛି । ଆପଣ ମାନଙ୍କୁ ଏହି ଦୁଇଟି ଜିନିଷ ବହୁତ ସହଜରେ ମିଳିଯିବ । ବନ୍ଧୁଗଣ ଆପଣ ମାନେ ପ୍ରତ୍ୟକ ଦିନ ସଖାଳ ସମୟରେ ଏକ ଚାମଚ ଡାଲଚିନି ଗୁଣ୍ଡର ସେବନ କରନ୍ତୁ ଓ ଏହାପରେ ଆପଣ ଏକ ଚାମଚ ମହୁର ସେବନ କରନ୍ତୁ । ଏହି ଦୁଇଟି ଜିନିଷର ସେବନ କରିବା ପରେ ଆପଣ ଏକ ଗ୍ଳାସ ଉଷୁମ ପାଣିର ସେବନ କରନ୍ତୁ ।

ଯଦି ଆପଣ ପ୍ରତ୍ୟକ ଦିନ ଏହି ଉପଚାର କରିବେ ତା ହେଲେ ଆପଣଙ୍କର ଏହି ସମସ୍ଯା ବହୁତ ଶୀଘ୍ର ଦୂର ହୋଇଯିବ । ବନ୍ଧୁଗଣ ଏହି ଉପାୟ ବ୍ଯତୀତ ଅନ୍ୟ ଏକ ଉପାୟ ମଧ୍ୟ ଅଛି । ଏହି ଉପାୟରେ ଆପଣ ଏକ ଗ୍ଳାସ କ୍ଷୀରରେ ଅଧା ଚାମଚ ଅଦା ଗୁଣ୍ଡ ଓ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ସବୁଦିନ ରାତିରେ ଶୋଇବା ପୂର୍ବରୁ ଆପଣ ଏହି ମିଶ୍ରଣର ସେବନ କରନ୍ତୁ । ଦେଖିବେ ବନ୍ଧୁଗଣ ଏହି ଘରୋଇ ଉପଚାରକୁ କରିଲେ ଆପଣଙ୍କର ସେହି ସମସ୍ଯା ବହୁତ ସହଜେ ଦୂର ହୋଇଯିବ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *