ହଟହଟା ହେଲେ ବୁଦ୍ଧି ଶିଖିଲେ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀଙ୍କ ଗୋଟିଏ ମାଡରେ ସାଇଜ ହୋଇଗଲେ ରାଜ୍ୟ ସରକାର । ପୂର୍ବରୁ କରୁନଥିଲେ ଏବେ ବିଜ୍ଞାପନରେ କରୁଛନ୍ତି ମୋଦିଙ୍କ ପ୍ରଚାର । ଉଡ଼ାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଛାପି ଲୋକହସା ହୋଇଥିଲେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟାକ । ହକି ନେଇ ମୋଦିଙ୍କ ପାଇଁ ଖବର କାଗଜରେ ଦେଲେ ସାନି ବିଜ୍ଞାପନ । ତେବେ ବିଜେପି ଯଦି ସବୁ ଶ୍ରେୟ ନେଇଯିବ ।

ଏହା ଭାବି ଭାବି ବିଜେଡି ପାର୍ଟିକୁ ଭୟ ଘାରିଛି ଏହି କଥାକୁ ନେଇ ବର୍ତ୍ତମାନ ସମୟରେ ବହୁତ ଆଲୋଚନା ପର୍ଜୟାଲୋଚନା ଚାଲୁଅଛି । ତେବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟର ଶ୍ରେୟ ନେବା ପାଇଁ ଯେକୌଣସି ସ୍ତରକୁ ମଧ୍ୟ ଚାଲି ଯାଉଛନ୍ତି । କାରଣ ଏହି ସମ୍ପର୍କିତ ଅନେକ କିଛି ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଯାହାକୁ ନେଇ ସବୁଆଡେ ଆଲୋଚନା ମଧ୍ୟ ସରଗରମ ଦେଖିବାକୁ ମିଳିଛି ।

ତେବେ ହକି ବିଶ୍ଵ ଭଳି ଏତେ ବଡ ଆୟୋଜନ ଓଡିଶାରେ କରାଯାଇଛି । ଯାହାକୁ ନେଇ ସବୁଆଡେ ଜୋରଦାର ପ୍ରସ୍ତୁତି ବହୁ ଦିନରୁ ଚାଲି ଆସୁଛି । ତେବେ ହକିବିଶ୍ଵକପର ଉଦ୍ଘାଟନୀ ପର୍ବ କଟକ ବାରବାଟୀ ଷ୍ଟାଡିୟମରେ କରାଯିବ । ଆସନ୍ତା କାଲି ୧୩ ତାରିଖରେ ଭାରତର ଜାତୀୟ ଖେଳ ହକିବିଶ୍ଵକପର ଶୁଭ ଉଦ୍ଘାଟନ ହେବା ପାଇଁ ଯାଉଅଛି ।

ତେବେ ଏହି ଯେଉଁ ବହୁତ ବଡ ଆଡମ୍ବର ସହକାରେ ବିଶ୍ଵହକି ମ୍ଯାଚ ଅନୁଷ୍ଟିତ ହେବା ପାଇଁ ଯାଉଛି । ଏହାର ଆୟୋଜନ ପ୍ରସ୍ତୁତି ପାଇଁ କେନ୍ଦ୍ରର ମଧ୍ୟ କିଛି କମ୍ ଅବଦାନ ନାହିଁ । ତେବେ ବିସ୍ତାର ଭାବରେ କରାଯାଉଥିବା ହକି ମ୍ଯାଚର ଆୟୋଜନ ପର୍ବ ପାଇଁ ଖରଚ ତଥା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସପର୍ଟ ମଧ୍ୟ କେନ୍ଦ୍ର ଓଡିଶା ସରକାରଙ୍କୁ ଯୋଗାଇ ଦେଉଅଛି । ତେବେ କେନ୍ଦ୍ରର ଓଡିଶା ରାଜ୍ୟକୁ ଏତେ ମାତ୍ରାରେ ସପର୍ଟ ଥାଇ ସୁଧା ବିଜ୍ଞାପନରେ କେନ୍ଦ୍ର ସରକାରଙ୍କର ସ୍ଥାନ ପାଇପାରିନାହିଁ ।

ଯେଉଁ ବିଜ୍ଞାପନରେ ମାନ୍ୟବର ନବୀନ ପଟ୍ଟନାୟକ ରହିଛନ୍ତି । କିନ୍ତୁ ସେଠାରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ଫୋଟ ସ୍ଥାନ ପାଇପାରିନାହିଁ । ତେବେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଜ୍ଯୋତିରାଦିତ୍ୟ ସିନ୍ଧ୍ୟା ଓଡିଶା ସରକାରଙ୍କୁ ସମାଲୋଚନା କରିଛନ୍ତି ।

ବିଜ୍ଞାପନରେ ପ୍ରଧାନ ମନ୍ତ୍ରୀଙ୍କର ଫୋଟ ନରହିବାକୁ ନେଇ ସେ ଏହା ଏକ ଦୁଃଖର ବିଷୟ ବୋଲି ଜଣାଇଥିଲେ । ତେବେ ଏହି ପ୍ରସଙ୍ଗ ପରେ ସମାଲୋଚିତ ହୋଇ ମୁଣ୍ଡରେ ବୁଦ୍ଧି ଆସିଛି । ବର୍ତ୍ତମାନ ର ସବୁ ବିଜ୍ଞାପନରେ ଉଭୟ ମୋଦି ସରକାର ଓ ନବୀନ ସରକାରଙ୍କର ଫୋଟ ଛପାଯାଇଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *