ହାତ ଗୋଡ ଝିମିଝିମି ହେଇ ଯାଉଛି ତ ହେଇ ଯାଆନ୍ତୁ ସାବଧାନ ! ଜାଣନ୍ତୁ ଏମିତି କାହିଁକି ହେଉଛି ଓ କିପରି କରିବେ ଏହାର ଚିକିତ୍ସା- Health Tips

ନମସ୍କାର ବନ୍ଧୁଗଣ ବେଳେ ବେଳେ ଆମ ହାତ ଗୋଡ଼ ଝିମଝିମ କିମ୍ବା ବଧିର ହୋଇ ଯାଏ । ଏହା ଏକ ସାମାନ୍ୟ କଥା କିନ୍ତୁ ଏହା ବାରମ୍ବାର ହେଲେ ବହୁତ ବଡ଼ ସମସ୍ୟା ଦେଖାଯିବ । ଏହା କୌଣସି ଗମ୍ଭୀର ରୋଗ ର ଲକ୍ଷଣ ହୋଇ ପାରେ । ତେଣୁ ଏଥି ପ୍ରତି ସମୟ ଥାଉ ଥାଉ ଧ୍ୟାନ ଦେବା ଉଚିତ । ତେବେ ଆଜି ଆମେ ଆପଣଙ୍କୁ ହାତ ଗୋଡ଼ ପାଦ ରେ ହେଉଥିବା ହଠାତ ଝିମଝିମ କୁ କିପରି ରୋକି ପାରିବେ ଏବଂ ତା ପାଇଁ କଣ ଘରୋଇ ଉପଚାର ବ୍ୟବହାର କରି ପାରିବେ ସେ ବିଷୟରେ ଆଲୋଚନା କରିବା । ଏବଂ ଏହାର ହେବାର କାରଣ ମଧ୍ୟ ଜାଣି ନେବା । ଏବଂ ତା ସହ ସମାଧାନ ମଧ୍ୟ ଜାଣିନେବା । ତେବେ ଚାଲନ୍ତୁ ଜାଣିନେବା ସେ ବିଷୟରେ ।

ଯେବେ ଆମେ କୌଣସି ଵସ୍ତୁ କୁ ଧରି ଥାଉ ସେତେବେଳେ ଵସ୍ତୁ କୁ ଧରିବାର କୌଣସି ଅନୁଭବ ହୁଏ ନାହିଁ । ଏବଂ ବେଳେବେଳେ ସେ ସ୍ଥାନରେ କିଛି ସମୟ ପରେ ଦରଜ ହେବା ମଧ୍ୟ ଆରମ୍ଭ ହୋଇ ଯାଏ । ବେଳେବେଳେ ହାତ ଆପେ ଆପେ କାମ କରିବା ବନ୍ଦ କରିଦିଏ । ଏହି ସବୁ ହେଲେ ହେଲେ ଆମେ ଝିମଝିମ ହେବା କିମ୍ବା ବଧିର ହେବାର ଜାଣିଥାଉ ।
ଏହାର କାରଣ ହେଉଛି ଦୁଇ ପ୍ରକାରର ।

ପ୍ରଥମ କାରଣ ହେଉଛି କାର୍ପଟର୍ନଲ ସିଙ୍ଗଡ଼ମ । ଅଧିକ ସମୟ ପର୍ଯ୍ୟନ୍ତ ହାତ ଏବଂ ଆଙ୍ଗୁଠି ରେ ବଧିର ହୋଇ ରହିଥାଏ । ତେବେ ତାକୁ ଅଣଦେଖା କରିବା ଉଚିତ ନୁହେଁ । ଏଥିରେ ହାତର ମଝିରେ ଥିବା ଶିରା ଦବି ଯାଏ । ଯାହା ହାତ ଏବଂ କାନ୍ଧ ପର୍ଯ୍ୟନ୍ତ ଯାଇଥାଏ । ଏପରି ହେଲେ ଆପଣ କାମ କରୁଥିବା ସମୟରେ ହାତ ଏବଂ ଆଙ୍ଗୁଠି କୁ କିଛି ସମୟ ଆରାମ ଦେବା ଉଚିତ । ତାକୁ ଧୀରେ ଧୀରେ ବୁଲେଇବା ଉଚିତ । ଏପରି କଲେ ଆପଣ ଙ୍କୁ ଆରାମ ମିଳିବ ।

ଦ୍ୱିତୀୟ କାରଣ ହେଉଛି ଶରୀର ରେ ପୋଷକ ତତ୍ତ୍ୱ ର ମାତ୍ରା କମ । ଭିଟାମିନ-B12,ପୋଟାସିୟମ, କ୍ୟାଲସିୟମ,ଆଇରନ,ମାଗନେସିୟମ ର ମାତ୍ରା କମ ଯୋଗୁ ଏହି ଭଳି ହୋଇଥାଏ । ଏବଂ ଏହା ସହିତ ଆମକୁ ଦୁର୍ବଳ ର ମଧ୍ୟ ଅନୁଭବ ହୋଇଥାଏ ।

ଏହା ଛଡା ବେଶି ଟାଇଟ ପୋଷାକ ପିନ୍ଧିବା କିମ୍ବା ଏକ ସ୍ଥାନରେ ଲମ୍ବା ସମୟ ପର୍ଯ୍ୟନ୍ତ ବସି ରହିବା ଆଦି ଯୋଗୁଁ ହୋଇ ଥାଏ ।

ଏହାର ଉପଚାର ମଧ୍ୟ କରି ପାରିବା । ଯଦି ଆପଣ ଙ୍କୁ ପ୍ରାୟତଃ ଗୋଟିଏ ସ୍ଥାନରେ ହିଁ ଝିମଝିମ କିମ୍ବା ବଧିର ହେଉଥାଏ । ତେବେ ଆପଣ ମାଲିସ ର ମଧ୍ୟ ସାହାଯ୍ୟ ନେଇ ପାରିବେ । ସର୍ବଦା ହାତ ଗୋଡ଼ କୁ ଭଲରେ ମାଲିସ କରି ଶୋଇଲେ ରକ୍ତ ସଞ୍ଚାଳନ ଭଲ ଏବଂଠିକ ଭାବରେ ହୋଇଥାଏ । ଏବଂ ଏହା ଦ୍ୱାରା ଆମ ହାତ ଗୋଡ଼ ବାରମ୍ବାର ବଧିର ହୁଏ ନାହିଁ । ଆପଣ ଅଣ୍ଡା, କଦଳୀ,ମାଛ,କ୍ଷୀର,ଦହି,ଏବଂ ଫଳ ଆଦି ଖାଇ ପାରିବେ ଏହା ଦ୍ୱାରା ଆମକୁ ପ୍ରଚୁର ପରିମାଣରେ ଭିଟାମିନ ମିଳିଥାଏ । ଏହା ଛଡା ଆପଣ ଡାର୍କ ଚକଲେଟ ମଧ୍ୟ ଖାଇ ପାରିବେ ।

ଡାଲ ଚିନି ସେବନ ଦ୍ୱାରା ମଧ୍ୟ ଏହା ଭଲ ହୋଇ ଯାଏ । ସୁଣ୍ଠି ଏବଂ ହଳଦୀ କୁ ମଧ୍ୟ ବ୍ୟବହାର କରି ପାରିବେ । ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ଖାଇ ପାରିବେ । ଏହି ସବୁ ଉପାୟ ଦ୍ୱାରା ଆପଣ ଏହି ସମସ୍ୟା ରୁ ମୁକ୍ତ ହୋଇ ପାରିବେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *