ହାତ ଗଣ୍ଠି ଫିଟେଇଲା ବେଳେ ବି Raju ଙ୍କ କମେଡି ! ଶୁଣି ହସି ହସି ଗଡିଲେ ଲୋକେ…ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଶାର ଲୋକପ୍ରିୟ କମେଡିଆନ ରାଜୁ ଦାସଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରାଜୁଙ୍କୁ ସମସ୍ତେ ସାହୁ ବାବୁ ନାମରେ ଜାଣିଛନ୍ତି କାରଣ ତାଙ୍କର ସାହୁ ଭେରାଇଟି ଷ୍ଟୋର ଭିଡିଓଟି ସାରା ଓଡିଶାବାସୀଙ୍କ ମନ କିଣି ଥିଲା । କେବଳ ସାହୁ ଭେରାଇଟି ଷ୍ଟୋର ନୁହେଁ ଆଜ୍ଞା ତାଙ୍କର ସମସ୍ତ ଭିଡିଓ ଲୋକ ମାନଙ୍କୁ ହସାଇ ଥାଏ । ଯାହାର ମନ ଯେତେ ଦୁଃଖ ଥାଉ କି ଯିଏ ଯେତେ ଚିନ୍ତାରେ ଥାଉ ରାଜୁଙ୍କର ଭିଡିଓ ଦେଖିଲେ ସମସ୍ତଙ୍କର ମାଇଣ୍ଡ ଫ୍ରେସ ହେଇଯାଏ ।

ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକ ମାନେ ନିଜର ଟ୍ୟାଲେଣ୍ଟ ଦେଖାଇ ଫେମସ ହୋଇ ପାରୁଛନ୍ତି । ସେମାନଙ୍କ ମଧ୍ୟରୁ ରାଜୁ ହେଉଛନ୍ତି ଜଣେ ଯିଏ ୟୁଟ୍ୟୁବରେ ଅନେକ କମେଡି ଭିଡିଓ ସେୟାର କରି ଆଜି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ନିଜର ଜବରଦସ୍ତ କମେଡି ପାଇଁ ରାଜୁ ଘରେ ଘରେ ପରିଚିତ ଅଛନ୍ତି । ଏମିତିରେ ତ ରାଜୁ ନିଜ କମେଡି ଭିଡିଓ ଆଉ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଗତ କିଛି ସମୟ ହେବ ରାଜୁ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ ଦୁଇ ଦିନ ତଳେ ରାଜୁଙ୍କର ବିବାହ ହୋଇଥିଲା ।

ସେ କେନ୍ଦୁଝରର ସୋନାଲି ନାମକ ଜଣେ ଯୁବତୀଙ୍କ ସହ ବିବାହ କରିଛନ୍ତି । ସମସ୍ତେ ଭାବୁଥିଲେ ରାଜୁ ପ୍ରେମ ବିବାହ କରିଛନ୍ତି ହେଲେ ସେ ଆରେଞ୍ଜ ମ୍ୟାରେଜ କରି ଛନ୍ତି । ନିଜ ବିବାହ ପାଇଁ ରାଜୁ ବହୁତ ଖୁସି ଅଛନ୍ତି ଆଉ ସୋସିଆଲ ମିଡିଆରେ କେବଳ ତାଙ୍କର ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ରାଜୁଙ୍କର ହାତ ଗଣ୍ଠି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ହାତ ଗଣ୍ଠି ଫିଟେଇଲା ସମୟରେ ରାଜୁ ବହୁତ କମେଡି କରୁଥିବାର ନଜର ଆସୁଛନ୍ତି । ରାଜୁଙ୍କର ଏହି ବାସ୍ତବିକ କମେଡି ଦେଖିଲେ ଆପଣ ମାନେ ବି ହସି ହସି ଗଡି ଯିବେ । ତା ହେଲେ ବନ୍ଧୁଗଣ ରାଜୁଙ୍କର ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *