କଂଗ୍ରେସରେ କମ୍ପନ, କଂଗ୍ରେସର ହାତ ଛାଡ଼ି ଦେବେ କି ଗାନ୍ଧୀ ପରିବାର ? କିନ୍ତୁ କାହିଁକି…

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । କଂଗ୍ରେସର ହାତ ଛାଡ଼ି ଦେବେ କି ଗାନ୍ଧୀ ପରିବାର ? କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଆସିପାରେ ବଡ଼ ନିଷ୍ପତ୍ତି । ଦାୟିତ୍ୱରୁ ଇସ୍ତଫା ଦେଇପାରନ୍ତି ଗାନ୍ଧୀ ପରିବାରର ସଦସ୍ୟ । ୫ରାଜ୍ୟ ବିଧାନସଭା ନିର୍ବାଚନରେ ଶକ୍ତ ଝଟ୍‌କା ଖାଇବା ପରେ କଂଗ୍ରେସର ଚେତା  ପଶିଛି । ୟୁପି ସମେତ ହୋଇଥିବା ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୟ ପରାଜୟ ପରେ କଂଗ୍ରେସରେ ବଡ କମ୍ପନ ସୃଷ୍ଟି ହୋଇଛି ।

୭୦ ବର୍ଷରୁ ଉର୍ଦ୍ଧ କଂଗ୍ରେସ ହତକର୍ତ୍ତା ଦୈବ ବିଧାତା ଭାବେ ଗାନ୍ଧୀ ପରିବାରର ପ୍ରଥମ ଥର ପାଇଁ କ୍ଷମତା ଛାଡିବାକୁ ମଙ୍ଗିଥିବା ସୂତ୍ରରୁ ସୂଚନା ମିଳିଛି । ଉତ୍ତର-ପ୍ରଦେଶ ନିର୍ବାଚନରେ ମୁଖ୍ୟ ପ୍ରଚାରକ ଭାବେ ତାଲିକାର ସର୍ବାଗ ଥିଲେ କଂଗ୍ରେସ ଅଦକ୍ଷା ସୋନିଆ ଗାନ୍ଧୀ, ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀ । ଗାନ୍ଧୀ ପରିବାରର ଏହି ସଦସ୍ୟ ମାନେ ଆଜି ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି ।

ଆଜି କଂଗ୍ରେସର କାର୍ଯ୍ୟ କାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ପାରେ ବୋଲି ଚର୍ଚ୍ଚା ହେଉଛି । ବିଧାନ ସଭା ନିର୍ବାଚନରେ ହାରିବା ପରେ ନୈତିକତା ଦୃଷ୍ଟିରୁ ଦାୟିତ୍ଵରୁ ଗାନ୍ଧୀ ପରିବାର ଇସ୍ତଫା ଦେବା ଲାଗି ରାଜି ହେବାର ଚର୍ଚ୍ଚା ହେଉଛି । ଯଦି ଏହି ଆକଳନ ବା କଳ୍ପନା ସତ ହୁଏ ତେବେ କଂଗ୍ରେସ ଇତିହାସରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର ମୁଖିଆ ଭାବେ ସୋନିଆ ଗାନ୍ଧୀ ଏବଂ ପୁଅ ରାହୁଲ ଗାନ୍ଧୀ ମୁଖ୍ୟ ଦାୟିତ୍ଵ ଛାଡିବାକୁ ବାଧ୍ୟ ହେବେ ।

୨୦୧୪ ସାଧାରଣ ନିର୍ବାଚନରେ ଉଭୟ ସୋନିଆ ଏବଂ ରାହୁଲ ଗାନ୍ଧୀ କ୍ଷମତା ଛାଡିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଏହି ପ୍ରସ୍ତାବ ସିଡବ୍ଲୁସି ଦ୍ଵାରା ପ୍ରତ୍ୟାଖାନ କରଯାଇଥିଲା । ସେତେବେଳେ ଦଳର ଦୁର୍ବଳ ପଦର୍ଶନକୁ ନେଇ ସମୀକ୍ଷା କରିବାକୁ ଏକେ ଏଣ୍ଟୋନୀଙ୍କ ଅଦକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ତେବେ ସମୀକ୍ଷା ରିପୋର୍ଟରେ ଗାନ୍ଧୀ ପରିବାରକୁ ଦାୟୀ କରାଯାଇନଥିଲା ।

ପୁଣି ଥରେ ୨୦୧୯ରେ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଅଦକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏବେ ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀ କାଳୀନ ଅଦକ୍ଷା ରହିଛନ୍ତି । ହେଲେ ଜଣେ ସ୍ଥାୟୀ ସଭାପତିଙ୍କୁ ଖୋଜି ପାଇବାରେ କଂଗ୍ରେସ ଦଳ ଏବେ ବି ସମର୍ଥ ହୋଇ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *