ହସ ପଛର ଯନ୍ତ୍ରଣା ଦେଲା ମୃତ୍ୟୁଦଣ୍ଡ, କୁନି ଝିଅକୁ କୋଳରେ ଧରି ଝୁଲି ପଡିଲେ ସ୍ଵାମୀ-ସ୍ତ୍ରୀ, ଘର ମାଲିକ ଦେଖିଲା ବେଳକୁ…ଦେଖନ୍ତୁ Video କଣ କହୁଛନ୍ତି ତାଙ୍କ ଘର ମାଲିକ ?

ନମସ୍କାର ବନ୍ଧୁଗଣ ତେବେ ପାରିବାରିକ କଳହର କରୁଣ ପରିଣତି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଗୋଟିଏ ପରିବାରର ୩ ଜଣଙ୍କ ଅଭାବନୀୟ ମୃତ୍ୟୁ । ସ୍କାଏଲାଇଟ୍‌ରେ ଦଉଡ଼ି ଲଗାଇ ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତକ ହେଲେ ମହାରାଷ୍ଟ୍ର ଅଞ୍ଚଳର ଜଗପାତ ଦମ୍ପତି ଓ ତାଙ୍କ ୧୫ ମାସର ଶିଶୁ କନ୍ୟା । ବୁଧବାର ବିଳମ୍ବିତ ରାତିରେ ପାରିବାରିକ କଳହ ଯୋଗୁଁ ଏହି ଘଟଣା ଘଟିଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତ ଶେଷ କରିଛି ।

ଭୁବନେଶ୍ୱର ଡିସିପି କହିଛନ୍ତି,” ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରଯାଇଛି। ରିପୋର୍ଟ ଆସିଲା ପରେ ପ୍ରକୃତ କାରଣ  ସ୍ପଷ୍ଟ ହେବ”। ତେବେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳର ପ୍ଲଟ ନମ୍ବର ୧୬୦୮/୪୭୮୪/୪୭୬୯ । ଘରର ମାଲିକ ହେଉଛନ୍ତି ଉତ୍ତମ ପାୱାର ଯେ କି ମୂଳ ମହାରାଷ୍ଟ୍ର ଅଞ୍ଚଳର । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ତାଙ୍କର ଏକ ଲଜ୍ ରହିଛି ।

ଏହି ଲଜ୍‌ରେ କାମ କରୁଥିବା ତୁଷାର ଜଗ୍‌ପାତ ହେଉଛନ୍ତି ମହାରାଷ୍ଟ୍ର ଅଞ୍ଚଳର। କିଛି ମାସ ତଳେ ତୁଷାର ତାଙ୍କ ପାଖରେ କାମ ଆରମ୍ଭ କରିଥିଲେ । ଲଜ୍ ମାଲିକ ସେମାନଙ୍କୁ ନିଜ ଘରର ତଳ ମହଲାରେ ରଖିଥିଲେ । ଏହି ଘରେ ତୁଷାର, ତାଙ୍କ ପତ୍ନୀ ନୀଲା ଜଗ୍‌ପାତ ଓ  ୧୫ ମାସର ଶିଶୁ କନ୍ୟାକୁ ନେଇ ଏହି ଘରେ ରହୁଥିଲେ । ଗୋଟିଏ ଅଞ୍ଚଳର ହୋଇଥିବାରୁ ଉଭୟ ପରିବାର ଭିତରେ ଭଲ ସମ୍ପର୍କ ଥିଲା ।

ଏହି କାରଣରୁ ପ୍ରତିଦିନ ନୀଲା ଜଗ୍‌ପାଟ ଓ ତାଙ୍କ କୁନି ଝିଅ ଉପର ମହଲାରେ ରହୁଥିବା ଘର ମାଲିକଙ୍କ ଘରକୁ ନିୟମିତ ଯିବା ଆସିବା କରୁଥିଲେ । ଶେଷ ଥର ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ନୀଲା ଓ ତାଙ୍କ କୁନି ଝିଅ ଘର ମାଲିକଙ୍କ ଘରକୁ ଯାଇଥିଲେ । ତେବେ ବୁଧବାର ସନ୍ଧ୍ୟାରେ ନୀଲା କିମ୍ବା କୁନି ଝିଅ କେହି ଉପର ମହଲାକୁ ନ ଯିବାରୁ ଘର ମାଲିକ  ନିଜ ପୁଅକୁ ପଠାଇଥିଲେ । କିନ୍ତୁ କବାଟ ଭିତରୁ ବନ୍ଦ ଥିଲା  ଓ ଭିତରୁ ଜବାବ ଆସୁ ନ ଥିଲା ।

ଶେଷରେ ଝରକା ପଟେ ଦେଖିବାରୁ ତିନୋଟି ମୃତ ଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ଘର ମାଲିକଙ୍କ ସୂଚନା ଅନୁସାରେ ପୋଲିସ କିଛି ସମୟ ଭିତରେ ଘଟଣା ସ୍ଥଳରେ ପହଞ୍ଚି ଥିଲା। କବାଟ ଭାଙ୍ଗି ଭିତରେ ପଶିବା ପରେ ତିନୋଟି ମୃତଦେହ ଝୁଲୁଥିବା ନଜରକୁ ଆସିଥିଲା । ହୁଏତ ଶିଶୁ କନ୍ୟାକୁ ହତ୍ୟା କରିବା ପରେ ବାପା ମାଆ ମାନସିକ ଭାରସାମ୍ୟ ହରାଇ ଏଭଳି ଆତ୍ମହତ୍ୟା କରିଥାଇ ପାରନ୍ତି ।

ତାଛଡ଼ା ପୂର୍ବରୁ ପାରିବାରିକ ସମ୍ପତ୍ତି ଭାଗିଦାରୀକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥିଲା । ଏହାବ୍ୟତୀତ ଅଧିକାଂଶ ସମୟରେ ତୁଷାର ମଦ୍ୟପାନ କରୁଥିବାରୁ ଏହାକୁ ବିରୋଧ କରୁଥିଲେ ପତ୍ନୀ, ଯାହାକୁ ନେଇ ପାରିବାରିକ ଅଶାନ୍ତି ଲାଗି ରହିଥିଲା । ତେବେ ପ୍ରାଥମିକ ଅନୁସନ୍ଧାନରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିବା ବେଳେ ଏହି ଘଟଣା ପଛର ପ୍ରକୃତ ରହସ୍ୟ କ’ଣ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *