ଫିଲ୍ମ ‘ହମ ଆପକେ ହୈ କୌନ’ ରୁ ଫେମସ ହୋଇଥିବା ଷ୍ଟାର ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ଝିଅ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ସମୟ ରେ ସମଗ୍ର ପୃଥିବୀ ରେ ନିଜର ଏକ ସ୍ୱତନ୍ତ୍ର ନାମ କରି ସାରିଲାଣି । ଯାହାର ଶ୍ରେୟ କେବଳ ବଲିଉଡ ର ଦକ୍ଷ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଦିଆଯିବ ।

ବଲିଉଡ ଇଣ୍ଡଷ୍ଟ୍ରୀ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ କୌଣସି ନା କୌଣସି କାରଣ ରୁ ଚର୍ଚ୍ଚା ର ଘେର ରେ ରହିଥାନ୍ତି । ଯେମିତି କି ଆମେ ମଧ୍ୟ ଜାଣିଛୁ କି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଗତ କିଛି ଦିନ ହେବ ବହୁତ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ରେ ଜଣଙ୍କ ଠାରୁ ବଢି କରି ଜଣେ ବହୁତ ସୁନ୍ଦର କଳାକାର ଅଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ “ହମ ଆପକେ ହେ କୋନ” ଫିଲ୍ମ ତ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ୧୯୯୪ ମସିହା ରେ ପରଦା କୁ ଆସିଥିବା ବଲିଉଡ ର ଭାଇଯାନ ସଲମାନ ଖାନ ଙ୍କ ର “ହମ ଆପକେ ହେ କୋନ” ଫିଲ୍ମ କୁ ଲୋକ ମାନେ ସେତେବେଳେ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ରେ ସଲମାନ ଙ୍କ ସହିତ ଆହୁରି ମଧ୍ୟ ଦକ୍ଷ କଳାକାର ଅଭିନୟ କରିଥିଲେ । ତେବେ ଆଜି ଆମେ ଆପଣଂକୁ ଏହି ଫିଲ୍ମ ରେ ବିଭିନ୍ନ ଭୂମିକା ରେ ଅଭିନୟ କରିଥିବା କଳାକାର ଙ୍କ ର ସନ୍ତାନ ମାନେ ବର୍ତ୍ତମାନ କିପରି ଦେଖାଯାଉଛନ୍ତି ସେ ବିଷୟରେ ଜଣାଇବୁ ।

ମାଧୁରୀ ଦୀକ୍ଷିତ-ବର୍ତ୍ତମାନ ସମୟ ରେ ମାଧୁରୀ ଦୀକ୍ଷିତ ଭାରତ ର ସମସ୍ତ ଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଏହି ଫିଲ୍ମ ରେ ଅଭିନୟ କରି ସେ ଅନେକ ସ୍ଥାନରୁ ବହୁତ ପ୍ରଶଂସା ପାଇଛନ୍ତି । ସେ ୧୯୯୯ ମସିହା ରେ ଡାକ୍ତର ଶ୍ରୀରାମ ମାଧବ ନେନେ ଙ୍କ ସହିତ ବିବାହ କରିଥିଲେ । ତାଙ୍କର ବର୍ତ୍ତମାନ ଦୁଇଟି ସନ୍ତାନ ଅଛନ୍ତି । ତାଙ୍କର ବଡ଼ ପୁଅ ର ନାମ ଏରିନ ଅଟେ ଓ ତାଙ୍କର ବୟସ ବର୍ତ୍ତମାନ ୧୭ବର୍ଷ ଅଟେ ଏବଂ ତାଙ୍କ ସାନ ପୁଅ ଙ୍କ ନାମ ରାଇନ ଅଟେ । ଦୁହେଁ ବର୍ତ୍ତମାନ ପାଠ ପଢୁଛନ୍ତି ।

ଆଲୋକ ନାଥ-ବଲିଉଡ ଫିଲ୍ମ ଜଗତ ର ଜଣେ ଚର୍ଚ୍ଚିତ ଅଭିନେତା ହେଉଛନ୍ତି ଆଲୋକ । ସେ ଏହି ଫିଲ୍ମ ରେ ସଲମାନ ଙ୍କ ଦାଦା ଙ୍କ ଭୂମିକା ରେ ନଜର ଆସିଥିଲେ । ଏହି ଫିଲ୍ମ ରେ ତାଙ୍କର ଅଭିନୟ ପାଇଁ ସେ ବହୁତ ପ୍ରଶଂସା ପାଇଥିଲେ । ଅସଲ ଜୀବନ ରେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ଝିଅଙ୍କ ନାମ ହେଉଛି ଜୁନହାଇ ଓ ପୁଅ ଙ୍କ ନାମ ହେଉଛି ଶିବାନ ନାଥ । ତାଙ୍କ ଝିଅ ଜଣେ କସଟ୍ୟୁମ ଡିଯାଇନର ଅଟନ୍ତି ଓ ତାଙ୍କ ପୁଅ ପାଠ ପଢୁଛନ୍ତି ।

ମୋହନିଷ ବେହେଲ-ମୋହନିଷ ଜଣେ ଉଚ୍ଚକୋଟୀର ଅଭିନେତା ଅଟନ୍ତି । ସେ ଅନେକ ଫିଲ୍ମ ରେ ଉଭୟ ନାୟକ ଓ ଖଳ ନାୟକ ଭୂମିକା ରେ ଅଭିନୟ କରିଛନ୍ତି । ସେ ଏହି ଫିଲ୍ମ ରେ ସଲମାନ ଙ୍କ ବଡ଼ଭାଇ ରାଜେଶ ଙ୍କ ଭୂମିକା ରେ ନଜର ଆସିଥିଲେ । ଅସଲ ଜୀବନ ରେ ତାଙ୍କର ଦୁଇଟି ଝିଅ ଅଛନ୍ତି । ତାଙ୍କ ନାମ ହେଉଛି ନୂତନ ଓ କୃଶା ବେହେଲ । ନୂତନ ଜଣେ ଅଭିନେତ୍ରୀ ଅଟନ୍ତି । ସେ ୨୦୧୯ ରେ ପରଦା କୁ ଆସିଥିବା ଫିଲ୍ମ “ନୋଟବୁକ” ରେ ଅଭିନୟ କରିଛନ୍ତି ଓ କୃଶା ବର୍ତ୍ତମାନ ପାଠ ପଢୁଛନ୍ତି ।

ପ୍ରିୟା ଅରୁଣ-ପ୍ରିୟା ବଲିଉଡ ର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ଏହି ଫିଲ୍ମ ରେ ଚମେଲି ର ଭୂମିକା ନିର୍ବାହ କରିଥିଲେ । ତାଙ୍କର ଏହି ଫିଲ୍ମ ରେ ଭଲ ଅଭିନୟ ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିପାରିଥିଲେ । ନିଜ ବାସ୍ତବ ଜୀବନ ରେ ସେ ୧୯୯୮ ମସିହା ରେ ଲକ୍ଷ୍ମୀକାନ୍ତ ବେଦି ଙ୍କୁ ବିବାହ କରିଥିଲେ । ତାଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ପୁଅ ଙ୍କ ନାମ ହେଉଛି ଅଭିନୟ ସେ ବର୍ତ୍ତମାନ ୨୩ ବର୍ଷ ର ଅଟନ୍ତି । ତାଙ୍କ ଝିଅ ଙ୍କ ନାମ ହେଉଛି ସ୍ଵନନ୍ଦି ସେ ପେଶା ରୁ ଜଣେ ମଡେଲ ଅଟନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *