ବାବୁସାନ ଓ ଅପରାଜିତା କହିପାରୁ ନାହାନ୍ତି କି ସହିପାରୁ ନାହାନ୍ତି, ଗୁମୁରି ଗୁମୁରି କାନ୍ଦୁଛନ୍ତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆ ଅଭିନେତା ଅମ୍ଳାନ ଦାସଙ୍କ ସାନ ଭାଇ ତଥା ବରିଷ୍ଠ କଳାକାର ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତଙ୍କର ନିକଟ ଅତୀତରେ ଦେହାନ୍ତ ଘଟିଛି । ତେବେ ମାତ୍ର ୨୪ ବର୍ଷର ସାନ ପିଲାଟିର ହଟାତ ଏପରି ଭାବରେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯିବା ଘଟଣାଟି ଅମ୍ଳାନଙ୍କ ପରିବାରକୁ ବହୁତ ବାଧିଛି । ତେବେ ଖାଲି ଅମ୍ଳାନଙ୍କ ପରିବାର କାହିଁକି ଓଡିଆ ସିନେ ଜଗତର ବହୁ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଅକ୍ଲାନ୍ତଙ୍କର ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ।

କାରଣ ଯେହେତୁ ବରିଷ୍ଠ ଅଭିନେତା ମିହିର ଦାସ ବହୁ ଦିନ ଧରି ଓଡିଆ ସିନେମାରେ କାମ କରି ଆସୁଥିଲେ । ତେଣୁ ବହୁ କଳାକାର ପରିବାରଙ୍କ ସହ ତାଙ୍କର ବହୁ ପରିଚିତ ଥିଲା । ତେବେ ବିଶେଷ କରି ମିହିର ଦାସଙ୍କ ପରିବାର ସହିତ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରିବାରର ବହୁତ ଭଲ ଘନିଷ୍ଠତା ଥିଲା ।

କାରଣ କିଛି ବର୍ଷ ତଳେ ମିହିର ଦାସ ଓ ଉତ୍ତମ ମହାନ୍ତିଙ୍କ ଫିଲ୍ମ କରିବା ଜମାନାରେ ଓଡିଆ ସିନେ ଜଗତକୁ ଉଭୟ ବରିଷ୍ଠ କଳାକାର ମିଶି ବହୁତ ସୁପରଫିଟ ଫିଲ୍ମ ଭେଟି ଦେଇଯାଇଥିଲେ । ତେବେ ଅମ୍ଳାନ ଓ ଅକ୍ଲାନ୍ତ ମଧ୍ୟ ବହୁ ଛୋଟ ବେଳୁ ତାଙ୍କ ମା’ ଙ୍କୁ ହରାଇଛନ୍ତି । ତେଣୁ ସେ ନିଜ ବାପା ମିହିର ଦାସଙ୍କ ସହିତ ରହୁଥାନ୍ତି । ତେବେ ଅମ୍ଳାନ ବୟସରେ ଅକ୍ଲାନ୍ତଙ୍କ ଠାରୁ ଯଥେଷ୍ଟ ବଡ ଥିଲେ ।

ତେଣୁ ସାନ ପୁଅ ଅକ୍ଲାନ୍ତଙ୍କୁ ବହୁ ସମୟରେ ସୁଟିଙ୍ଗ ବେଳେ ବାପା ମିହିର ସାଙ୍ଗରେ ନେଇଯାଉଥିଲେ । ତେବେ ସେଠାରେ ଅକ୍ଲାନ୍ତଙ୍କ ସହିତ ଅପରାଜିତା ଓ ଉତ୍ତମ ମହାନ୍ତିଙ୍କର ବହୁତ ଭଲ ହୃଦୟରୁ ସମ୍ପର୍କ ଯୋଡି ହୋଇଯାଇଥିଲା । ତେବେ ଏହା ଛଡା ମଧ୍ୟ ମିହିର ଦାସ ଓ ଉତ୍ତମ ମହାନ୍ତିଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ ଥିବା ହେତୁ ଅକ୍ଲାନ୍ତ ବହୁ ସମୟରେ ବାବୁସାନଙ୍କ ଘରକୁ ଯାଇ ବାବୁସାନ ସାଥିରେ ମିଳାମିଶା କରିବା ସହିତ ଅପରାଜିତା ଓ ଉତ୍ତମ ମହାନ୍ତିଙ୍କ ସହିତ ଦେଖା କରିଥାଏ ।

ତେବେ ଅକ୍ଲାନ୍ତଙ୍କ ଚାଲି ଯିବା ଦୁଃଖରେ ଉତ୍ତମ ମହାନ୍ତିଙ୍କ ପରିବାର ବହୁ ଦୁଃଖୀ ହୋଇଯାଇଛନ୍ତି । ବିଶେଷ କରି ଅପରାଜିତା ଓ ବାବୁସାନ ନିଜର ଦୁଃଖକୁ ଅନ୍ୟ ଆଗରେ ଖୋଲି କହିପାରୁନାହାନ୍ତି । ହେଲେ ହୃଦୟ ମଧ୍ୟରୁ ଅକ୍ଲାନ୍ତଙ୍କୁ ବହୁ ଝୁରୀ ହେଉଛନ୍ତି । ତେବେ ଅକ୍ଲାନ୍ତଙ୍କର ଆତ୍ମାର ସଦଗତି ହେଉ ବୋଲି କାମନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍। କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *