ବାତ୍ୟା ‘Gulab’ ପରେ ଆଉଛି ଆଉ ଏକ ଲଘୁଚାପ, ସତର୍କ ରୁହନ୍ତୁ ଏହି ସବୁ ଜିଲ୍ଲା

ନମସ୍କାର ବନ୍ଧୁଗଣ ବାତ୍ୟା ଗୁଲାବ ପରେ ଆଉ ଏକ ଲଘୁଚାପ । ଆସନ୍ତା ୨୮ ତାରିଖରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହେବ ଏହା ବଙ୍ଗୋପସାଗର ରେ ଲଘୁଚାପ ର ରୂପ ନେବ । ପ୍ରଭାବ ରେ ୨୮ ରୁ ୩୦ ତାରିଖ ଯାଏଁ ବର୍ଷା ଲାଗି ରହିବ । ଏହା ପଶ୍ଚିମ ବଙ୍ଗ ଉପକୂଳ କୁ ମୁହାଁଇ ପାରେ । ଆଂଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିପାଇଁ ବର୍ତ୍ତମାନ ର ବାତ୍ୟା ଗୁଲାବ ଯିବା ପରେ ବି ମାସ ଶେଷ ବେଳକୁ ରାଜ୍ୟ ରେ ଆହୁରି ବର୍ଷା ଲାଗି ରହିବ ।

ସେପ୍ଟେମ୍ବର ମାସ ରେ ଏହା ରାଜ୍ୟ ର ପଞ୍ଚମ ଲଘୁଚାପ ହେବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ର ନିର୍ଦେଶକ ଏଚ ଆର ବିଶ୍ୱାସ ମଧ୍ୟ କହିଛନ୍ତି କି ଏହି ଲଘୁଚାପ ଟି ବଙ୍ଗୋପସାଗର ରେ ସୃଷ୍ଟି ହେବ ଏବଂ ୨୮ ରୁ ୩୦ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ଗୁଲାବ ର ପ୍ରଭାବ ଦକ୍ଷିଣ ଓଡିଶା ଉପରେ ପଡିବ । ଆଲର୍ଟ ରେ ସାତ ଟି ଜିଲ୍ଲା ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି,କନ୍ଧମାଳ, ମାଲକାନଗିରି,ନବରଙ୍ଗପୁର ଜିଲ୍ଲା କୁ ସତର୍କ ସୂଚନା କରାଯାଇଛି ।

ଏହି ସବୁ ଜିଲ୍ଲା ରେ ବାତ୍ୟା ର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ କରାଯାଇଛି । ଏହା ଛଡା ମାଛ ଧରାଳି ମାନଂକୁ ପାଣି କୁ ଯିବା ପାଇଁ ବାରଣ ମଧ୍ୟ କରାଯାଇଛି । ତେବେ ଏହି ବାତ୍ୟା ରେ ତିନି ପ୍ରକାରର ସମସ୍ୟା ହେବାର ଆଶଙ୍କା ରହିଛି । ପବନ, ଭୁସ୍ଖଳନ, ଏବଂ ବନ୍ୟା ଭଳି ସମସ୍ୟା ଦେଖା ଦେଇ ପାରେ । ପବନ ଯୋଗୁଁ ଅଧିକ କ୍ଷୟ କ୍ଷତି ମଧ୍ୟ ହୋଇ ପାରେ ବୋଲି ସୂଚିତ କରାଯାଇଛି ।

ତେବେ ଏହି ସବୁ ଜିଲ୍ଲା ଗୁଡିକ ରେ ଆଜି ସନ୍ଧ୍ୟା ରୁ କାଲି ସକାଳ ୯ ଟା ଯାଏଁ ବାହାରକୁ ଯିବା ପାଇଁ ବାରଣ ମଧ୍ୟ କରାଯାଇଛି । ତେବେ ବାତ୍ୟା ର ମୁକାବିଲା ପାଇଁ ଓଡ୍ରାଫ, ଦମକଳ ବାହିନୀ ଆଦିଙ୍କୁ ପ୍ରସ୍ତୁତ କରି ରଖା ଯାଇଛି ମଧ୍ୟ । ତେବେ ଏହି ବାତ୍ୟା ନ ସରୁଣୁ ଆଉ ଏକ ଘୁର୍ଣ୍ଣି ବଳୟ ଆସିବାର ମଧ୍ୟ ସୂଚନା ମିଳି ସାରିଲାଣି । ତେବେ ଏହି ସବୁ ସମୟରେ ସରକାର ଙ୍କ ଦ୍ଵାରା ମିଳୁଥିବା ନିର୍ଦେଶ କୁ ମାନିବା ଏବଂ ନିଜେ ସୁରକ୍ଷିତ ହୋଇ ରହିବା ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *