Gujurat Bridge Tragedy: ସିସିଟିଭିରେ କଏଦ ହେଲା ଅଘଟଣ ବେଳର ଦୃଶ୍ୟ ! ଦେଖନ୍ତୁ ଏମିତି କଣ ହୋଇଥିଲା ସେହି ସମୟରେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଗୁଜୁରାଟ ରେ ଘଟିଯାଇଅଛି ଦୁର୍ଘଟଣା । ହଠାତ ଭୁଷୁଡି ପଡିଥିଲା ପୋଲଟି ଏବଂ ୧୪୧ ଜଣଙ୍କର ମୃ-ତ୍ୟୁ ଘଟିଛି । ଏହା ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଥିଲା ଲୋକମାନେ ଯିବାଆସିବା କରୁଥିଲେ ମାତ୍ର ସେମାନେ ଜାଣିନଥିଲେ ଯେ ଏଭଳି କିଛି ଅବସ୍ଥା ହେବ । ଉଦ୍ଧାର କାର୍ଯ୍ୟରେ ସମସ୍ତ ଏନଡିଆରଏଫ ସମେତ ନୌସେନାର ଯବାନ ମାନେ ଲାଗିଥିଲେ ଏବଂ ବହୁ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଏହା ମଧ୍ୟରେ ୧୪୧ ଜଣଙ୍କର ମୃ-ତ୍ୟୁ ହୋଇଛି ।

ଏବଂ ବର୍ତ୍ତମାନ ସୁଦ୍ଧା ମଧ୍ୟ ବୋହୁ ଲୋକ ନିଖୋଜ ଅଛନ୍ତି । ଲୋକମାନେ ସ୍ଵପ୍ନରେ ମଧ୍ୟ ଭାବିନଥିବେ ଯେ ଏହିଭଳି ଆଖି ପିଛୁଳାକେ ସେମାନଙ୍କ ଜୀବନ ଚାଲିଯିବ । ଭାରତ ନୌସେନାର ୫୦ ଯବାନ, ବାୟୁସେନାର ୩୦ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସୂଚନା ଅନୁଯାୟୀ ୧୭୦ ଜଣକୁ ଉଦ୍ଧାର କରାଯାଇଛି ଏବଂ ବୋହୁ ଲୋକ ବର୍ତମାନ ସୁଦ୍ଧା ନିଖୋଜ ଥିବା ସୂଚନା ମିଳିଛି ଏବଂ ଉଦ୍ଧାର ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଅଛି ।

ଯେତେବେଳେ ଝୁଲା ପୋଲଟି ଛିଣ୍ଡି ପଡିଥିଲା ସେତେବେଳେ ସିସିଟିଭି ରେ ଭିଜୁଆଲଟି କଏଦ ହୋଇଥିଲା । ଏହାକୁ ଦେଖିଲେ ସାଧାରଣ ଲୋକର ଧାର୍ଯ୍ୟ ନ ରହିବା ସ୍ଵଭାବିକ । ଯେଉଁମାନେ ଏଭଳି କରୁଛନ୍ତି ପୋଲ ଉପରେ ଗୋଇଠା ମାରିବା, ତାରକୁ ଗୋଇଠା ମାରିବା, ପାଦକୁ କଚାଡିବା, ଏହାଫଳରେ କଣ ପରିଣାମ ହେଉଛି ତାହାର ଜଳଜଳ ଭାବରେ ଦେଖାଯାଉଛି ।

ତେବେ କ୍ଷମତା ଠାରୁ ଅଧିକ ଭିଡ ହେବାଫଳରେ ଏହି ଐତିହାସିକା ଝୁଲାପୋଲଟି ଆଖି ପିଛୁଳାକେ ନଦୀରେ ଗଳି ପଡିଲା । ଏବଂ ଚିତ୍କାର କରୁଥିବା ଲୋକଙ୍କ ସ୍ଵର ଅତ୍ୟନ୍ତ ହୃଦୟ ବିଦାରକ ଅଟେ । ତେବେ ଫିଟନେସ ସାର୍ଟିଫିକେଟ କାହିଁ ଦିଆଯାଇନଥିଲା ? କେଉଁ କାରଣ ନିମନ୍ତେ ତ୍ରୁଟି କରାଯାଇଥିଲା ? ଏହା ବର୍ତ୍ତମାନ ବଡପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହା ସଂପୂର୍ଣ୍ଣ ଭାବରେ ମାନବକୃତ ଦୁର୍ଘଟଣା ଅଟେ । ଏହା କୌଣସି ଦଇବିକକୃତ ଘଟଣା ନୁହେଁ ।

ଏଥିରେ ପ୍ରଶାସନ ସମେତ ସମ୍ପୃକ୍ତ ପୋଲର ପରିଚାଳନା କରୁଥିବା ତଥା ତାହାର ମରାମତି ଦାୟିତ୍ଵ ନେଇଥିବା ସମସ୍ତ କତୃପକ୍ଷ ଏଥି ନିମନ୍ତେ ଦାୟୀ ଅଟନ୍ତି । କାରଣ ଗୋଟିଏ ପୋଲର ମରାମତି ଚାଲିଛି ଏବଂ ହଠାତ ମରାମତି ପରେ ଫିଟନେସ ନଥାଇ ଲୋକ ମାନଙ୍କୁ ଛାଡି ଦିଆଯାଉଛି, ଛଟପୂଜା ଭଳି ଗୋଟିଏ ବଡ ଉତ୍ସବ ସମାୟରେ ଏହିଭଳି ଅଭାବନୀୟ ଦୁର୍ଘଟଣା ଘଟିଛି ।

ପୋଲ ଉପରେ ଛିଡା ହୋଇ ଲାତ ମାରିବା ତଥା ଜୋରରେ ଚାଲିଯିବା, ଏସବୁ କୁ ବାରଣ କରାଯାଇଥାଏ । ମାତ୍ର ଏଠାରେ ଲୋକେ ମଧ୍ୟ କିଛି ଏଭଳି କରିଥିଲେ ଯାହାର ପରିଣାମ ଏଭଳି ଘଟିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *