ମାଡି ଆସୁଛି ମହାବିପଦ ! Greenland ରେ ତରଳୁଛି କୋଟି କୋଟି ଟନ ବରଫ, କଣ ବନ୍ୟାରେ ବୁଡିଯିବ ବିଶ୍ଵ ? ଦେଖନ୍ତୁ ଏହି Special Report

ବରଫାବୃତ ଦେଶ ଗ୍ରୀନଲାଣ୍ଡ ଉପରେ ପଡୁଛି ଜଳବାୟୁ ପରିବର୍ତ୍ତନର ପ୍ରକୋପ । ବିଶ୍ବ ତାପନ ବା ଗ୍ଲୋବାଲ ୱାର୍ଣ୍ଣି॰ ଯୋଗୁଁ  ଅହରହ କୋଟି କୋଟି ଟନ୍ ର ବରଫ ତରଳିବାରେ ଲାଗିଛି । ଗତ ତିନି ଦଶନ୍ଧି ମଧ୍ୟରେ ଗ୍ରାନଲାଣ୍ଡରେ ସାଢେ ତିନି ଲକ୍ଷ କୋଟି ଟନ୍ ର ବରଫ ତରଳିଛି ବୋଲି ଏକ ଗବେଷଣାରୁ ଜଣାପଡିଛି । ଯାହାକି ସାରା ବିଶ୍ବରେ ଥିବା ସମୁଦ୍ରର ଜଳସ୍ତର ୧ ସେଣ୍ଟିମିଟର ପର୍ଯ୍ୟନ୍ତ ବଢାଇବା ପାଇଁ  ଯଥେଷ୍ଟ ।

କେବଳ ଏତିକି ନୁହେଁ ଏହାଦ୍ବାରା  ବିଶ୍ଵ ସ୍ତରରେ ବନ୍ୟା ବି-ପ-ଦ ବଢିଥିବା ଓ ତଟବର୍ତ୍ତୀ ସହର ଗୁଡିକୁ ସବୁଠାରୁ ଅଧିକ ବି-ପ-ଦ ସଙ୍କୁଳ ସ୍ଥିତିରେ ଥିବା ଆ-ଶ-ଙ୍କା କରାଯାଉଛି । ପୃଥିବୀର ଉତ୍ତର ମେରୁ ନିକଟରେ ଥିବା ପୃଥିବୀର ସର୍ବବୃହତ ଦ୍ଵୀପ ଦେଶ ହେଉଛି ଗ୍ରୀନଲାଣ୍ଡ । ସେଠାରେ ଏତେ ପରିମାଣର ଜଳ ବରଫ ରୂପରେ ଜମି ରହିଛି ଯେ ତାହା ତରଳିଲେ ବିଶ୍ୱବ୍ୟାପୀ ସମୁଦ୍ରର ଜଳସ୍ତର ୬ ମିଟର ବଢିଯିବ । ଗ୍ରାନଲାଣ୍ଡରେ ଗତ ୪୦ ବର୍ଷ ହେଲା ଅତି ମାତ୍ରାରେ ବରଫ ତରଳିବାରେ ଲାଗିଛି ।

ଗତ ୪ ଦଶନ୍ଧି ମଧ୍ୟରେ ବରଫ ତରଳିବା ମାତ୍ରା ୨୧ ପ୍ରତିଶତ ବୃଦ୍ଧି ପାଇଛି ବୋଲି ନେଚର କମ୍ୟୁନିକେଶନ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ତେବେ ୨୦୧୧ ଠାରୁ ସେଠାରେ ୩.୫ ଟ୍ରିଲିୟନ ବା ସାଢେ ତିନି ଲକ୍ଷ କୋଟି ଟନ୍ ବରଫ ତରଳିଥିବା ସାରେଲାଇଟ ତଥ୍ୟରୁ ଜଣାପଡିଛି ବୋଲି ୟୋରୋପୀୟ ମହାକାଶ ସଂସ୍ଥା ଦାବି କରିଛି । ୪୦ ବର୍ଷ ହେଲା ଗ୍ରୀନଲାଣ୍ଡରେ ବରଫ ତରଳିବା ମାତ୍ରା ବଢିଥିଲେ ବି ଗତ ୧୦ ବର୍ଷ ମଧ୍ୟରେ ତିନି ଭାଗରୁ ଏକ ଭାଗ ବରଫ ତରଳିଛି ।

୨୦୧୨ ଓ ୨୦୧୯ ଗ୍ରୀଷ୍ମ ଋତୁରେ ସେଠାରେ ସ୍ଥିତି ଅଧିକ ସଙ୍କଟାପନ୍ନ ହୋଇ ଯାଇଥିଲା । ୨୦୧୨ ରେ ବାୟୁମଣ୍ଡଳରେ ଅସ୍ଵାଭାବିକ ପରିବର୍ତ୍ତନ ଦେଖା ଦେଇଥିଲା ।ଏବଂ ଗ୍ରୀନଲାଣ୍ଡର ବରଫ ଚାଦର ଉପରେ ଏକାଧିକ ସପ୍ତାହ ଧରି ଗରମ ବାୟୁ ଅଟକି ରହିବା ଫଳରେ ୫୨୭ ବିଲିଅନ ଟନ୍ ବରଫ ତରଳି ଯାଇଥିଲା । ଦିନକୁ ଦିନ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଭବିଷ୍ୟତରେ ବରଫ ତରଳିବା ହାର ଆହୁରି ବୃଦ୍ଧି ପାଇବା ବୋଲି ଆଶଙ୍କା କରାଯାଉଛି ।

ସମୁଦ୍ର ଜଳର ତାପମାତ୍ରା ବଢିବା ଫଳରେ ଏହା ମଧ୍ୟ ଫୁଲିବାରେ ଲାଗିଛି । ଏକ ଆକଳନ ଅନୁସାରେ ୨୧୦୦ ମସିହା ବେଳକୁ କେବଳ ଗ୍ରୀନଲାଣ୍ଡ ବରଫ ତରଳି ସମୁଦ୍ରର ଜଳସ୍ତର ୩ ରୁ ୨୩ ସେଣ୍ଟିମିଟର ଯାଏଁ ବୃଦ୍ଧି ପାଇଥିବ ବୋଲି ଆଶଙ୍କା କରାଯାଉଛି । ଯାହାକି ଖୁବ ଚିନ୍ତାର କାରଣ ସାଜିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *