ବନ୍ୟାରେ ଭାସି ଆସିଥିବା ଯୁବକକୁ ନୂଆ ଜୀବନ ଦେଲେ ଗ୍ରାମବାସୀ, ପୁରା ଘଟଣା ଜାଣିଲେ ଆପଣ ବି କରିବେ ସଲାମ !

ବନ୍ଧୁଗଣ, ବଢିଲା ନଦୀ ରେ ପ୍ରାଏ ୧୦ କିଲୋମିଟର ଭାସି ଆସିଲା ପରେ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀ ମାନଙ୍କର ଏହି ସାହସିକ ପଦକ୍ଷେପ ବର୍ତ୍ତମାନ ବଞ୍ଚାଇ ଦେଇଛି ବାଳକ ର ଜୀବନ । ମଙ୍ଗଳବାର ଦିନ ସକାଳ ୧୦ ଟା ସମୟ ରେ ଯାଜପୁର ଜିଲ୍ଲା ର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେମାପୁର ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରେ ଥିବା ଇନ୍ଦୋଳବା ଗ୍ରାମର ଅଭିମନ୍ୟୁ ଦାସ ଙ୍କ ପାଖକୁ ଢେଙ୍କାନାଳ ଜିଲ୍ଲାର ପଥରକଣୀ ଗ୍ରାମରୁ ଫୋନଟିଏ ଆସିଥିଲା ।

ଫୋନ କରିଥିବା ଲୋକ କହିଲେ ଆମ୍ଭର ଜଣେ ବାଳକ ନଦୀ ପାଣିରେ ଭାସି ଯାଉଅଛି । ଯଦି ସମ୍ଭବ ହୁଏ ତେବେ ତାକୁ ଉଦ୍ଧାର କର । ଏହି ଖବରଟି ସାରା ଗ୍ରାମ ରେ ବ୍ୟାପିଗଲା ।ଏହା ପରେ ଇନ୍ଦୋଳୋବା ଗ୍ରାମର ଲୋକ ମାନେ ଆରମ୍ଭ କଲେ ଅଭିଯାନ । ନଉକା ଘାଟ ରୁ ଭରା ନଦୀ କୁ ବାହାରିଲା ଆହୁଲା ଡଙ୍ଗା । ଡଙ୍ଗାରେ ନାଉରି ଭାଇ ଙ୍କ ସହିତ ଥିଲେ ଗାଁ ର କିଛି ସମାଜ ସେବୀ । ନଦୀର ଦୁଇ କୁଳ ଖାଉଥିଲା ଭୟଙ୍କର ବନ୍ୟାଜଳ ।

କିନ୍ତୁ ଏହାକୁ ଖାତିର ନ କରି ନିଜ ଜୀବନକୁ ବାଜି ଲଗାଇ ପ୍ରାଏ ୨ ଘଣ୍ଟା ଧରି ଚାଲିଥିଲା ରେସକ୍ୟୁ ଅପରେସନ । ପ୍ରାଏ ଦୀର୍ଘ ୨ ଘଣ୍ଟା ପରେ ହଟାତ ଦିଶିଲା ପ୍ରଖର ନଦୀ ଜଳ ମଧ୍ୟରୁ କେହି ଜଣେ ହାତ ହଲାଇ ଡାକୁଅଛି । ଏହା ପରେ ଆଉ ବିଳମ୍ବ ନ କରି ପାଖରେ ଥିବା ଡଙ୍ଗାକୁ ନେଇ ନଦୀ ଭିତରକୁ ଚାଲି ଯାଇଥିଲେ ଗ୍ରାମବାସୀ । ଏହା ପରେ ଗ୍ରାମବାସୀ ମାନେ ଦେଖିଲେ ଏହି ବାଳକ ଟି ଭାସି ଭାସି ଯାଉଥିଲା ନଦୀ ଭିତରକୁ । ସେତେବେଳକୁ ସେ ପାଣିରେ ଭିଜି ଭିଜି ପ୍ରାଏ ବାଳକଟି ଜୀବନ ଚାଲିବାକୁ ଲାଗିଥିଲା ।

ଗ୍ରାମବାସୀ ମାନେ ସାହସିକତାର ସହିତ ବୁଡିଯାଉଥିବା ବାଳକକୁ ଉଦ୍ଧାର କରି ଲାଗି ଯାଇଥିଲେ ତାହାର ସେବାରେ । କିଏ ବାଳକ ର ହାତ ଘଷି ଗରମ କରୁଥିଲା ତ ଆଉ କିଏ ତାହାର ପିଠି ଘଷି ଗରମ କରୁଥିଲା । ଗ୍ରାମବାସୀ ମାନେ ସମସ୍ତେ ମିଳିମିଶି ବାଳକକୁ ଦେଇଦେଲେ ନୂତନ ଜୀବନ । ଏହାପରେ ଖବର ନେବାରୁ ଜଣା ପଡିଲା ଏହି ପିଲାଟି ହେଉଛି ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ନିକଟସ୍ଥ ପଣ୍ଡୁଆ ଗ୍ରାମର ସୁଶାନ୍ତ ବାରିକଙ୍କ ପୁତ୍ର ।

ବାଳକଟିର ବୟସ ମାତ୍ର ୧୭ । ବାଳକ ଟି ମାମୁଁଘର ଢେଙ୍କାନାଳ ଜିଲ୍ଲା ନିୟପ୍ରସାଦ ଥାନା ପଥରପାଣି ଗ୍ରାମରେ ରହୁଥିଲା । ସେ ନଦୀ କୁ ଗାଧୋଇବା ନିମନ୍ତେ ଆସି ବନ୍ୟା ଜଳରେ ଭାସି ଆସିଥିଲା । ଜେମାପୁର ଥାନାରେ ଖବର ଦେବା ପରେ ପିଲାଟିକୁ ଚିକିତ୍ସ୍ୟା ନିମନ୍ତେ ସ୍ଥାନୀୟ ମେଡିକାଲ କୁ ପଠାଇ ଦିଆ ଯାଇଅଛି । ଏହା ସହିତ ଘର ଲୋକଙ୍କୁ ଖବର ଦେଇଛନ୍ତି ଗ୍ରାମ ଲୋକେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ଘଟଣା କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *