ଗ୍ରାହକଙ୍କୁ ଆଲର୍ଟ କଲା SBI, ମାର୍ଚ୍ଚ 31 ସୁଧା ଏହି କାମ ନ କଲେ ବନ୍ଦ ହୋଇଯିବ ବ୍ଯାଙ୍କସେବା, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏକ ବଡ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ବଡ ଖବର ବିଷୟରେ ସମସ୍ତ ଲୋକ ଜାଣିବା ନିହାତି ଆବଶ୍ୟକ ଏହା ଆପଣ ମାନଙ୍କୁ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ଷ୍ଟେଟ ବ୍ୟାଙ୍କ ତରଫରୁ ଆସିଛି ବଡ ଖବର, ବନ୍ଦ ହୋଇପାରେ ଆପଣଙ୍କ ବ୍ୟାଙ୍କ ଖାତା, ୪୦ କୋଟି ଗ୍ରାହକଙ୍କୁ ସତର୍କ କଲା ଏସବିଆଇ ।

ଦେଶରେ ସବୁଠାରୁ ଅଧିକ ଟ୍ରାନ୍ସାକ୍ସନ କରୁଥିବା ବ୍ୟାଙ୍କ ଏସବିଆଇ ନିଜ ଗ୍ରାହକ ମାନଙ୍କୁ ସତର୍କ କରିଛି । ୨୦୨୨ ମାର୍ଚ୍ଚ ୩୧ ପୂର୍ବରୁ ଏ ସବୁ କାମ କରିବାକୁ ନୋଟିସ ମଧ୍ୟ ଦେଇଛି । ଦେଶରେ କଡାକଡି ହୋଇଛି ଆଧାର ସହ ପ୍ୟାନ କାର୍ଡର ଲିଙ୍କ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆଗେଇ ଆସିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଆଧାର ସହ ପ୍ୟାନ କାର୍ଡ ଲିଙ୍କ କରିବାକୁ ଗ୍ରାହକଙ୍କୁ ନୋଟିସ ଜାରି କରିଛି ଏସବିଆଇ ।

ବ୍ୟାଙ୍କ ଆକାଉଣ୍ଟ ସହ ଏହାକୁ ତୁରନ୍ତ ଲିଙ୍କ କରିବା ପାଇଁ ଏସବିଆଇ ଜଣାଇଛି । ସମୟ ସୀମା ମଧ୍ୟରେ ଏହି କମ ନକରିଲେ ଗ୍ରାହକଙ୍କ ବ୍ୟାଙ୍କ ସେବା ବନ୍ଦ ହୋଇପାରେ ବୋଲି ଏସବିଆଇ ପକ୍ଷରୁ ସୂଚନା ମିଳିଛି । ଏବେ ଆସନ୍ତୁ ଜାଣିବା ପ୍ୟାନ ଆଧାର ଲିଙ୍କ କରିବା କିଭଳି ।

ପ୍ରଥମେ ଇନ୍କମ ଟ୍ୟାକ୍ସର ୱେବସାଇଡ www.incometaxindiaefiling.gov.in\homeରେ କ୍ଲିକ କରନ୍ତୁ । ଏହା ପରେ ସାଇଡର ବାମ ପରେ ଆପଣଙ୍କୁ ଆଧାର ଲିଙ୍କର ବିକଳ୍ପ ଦେଖାଯିବ ଏହା ଉପରେ କ୍ଲିକ କରିବା ପରେ ଏକ ନୂଆ ପେଜ ଖୋଲିଯିବ । ଆପଣ ନିଜ ପ୍ୟାନ କାର୍ଡ ଓ ଆଧାର କାର୍ଡ ଅନୁସାରେ ଆପଣଙ୍କୁ ନିଜ ତଥ୍ୟ ଭରିବାକୁ ପଡିବ । ଯଦି ଆପଣଙ୍କ ଆଧାର କାର୍ଡରେ ଜନ୍ମ ତାରିଖ ରହିଛି ତେବେ ‘I have only year of birth in aadhaar card’ ଉପରେ କ୍ଲିକ କରନ୍ତି ।

ଏ ସବୁ ସବମିଟ କରିଦେବା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ ଓଟିପି ପକାଇବା ପରେ ଲିଙ୍କ ଆଧାର ଅପସନକୁ କ୍ଲିକ କଲେ ଆପଣଙ୍କ ପ୍ୟାନ କାର୍ଡ ଏବଂ ଆଧାର କାର୍ଡ ଲିଙ୍କ ହୋଇଯିବ । ତା ହେଲେ ବନ୍ଧୁଗଣ ତୁରନ୍ତ ଏହି ପ୍ରକ୍ରିୟାରେ ଆଧାର କାର୍ଡ ସହ ପ୍ୟାନ କାର୍ଡ ଲିଙ୍କ କରନ୍ତୁ ଓ ଅନ୍ୟ ଲୋକ ମାନଙ୍କୁ ଏହି ଖବରର ସୂଚନା ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *