ଏବେ ହ୍ଵାଟ୍ସଆପ ରେ ମାତ୍ର ଗୋଟିଏ କ୍ଲିକରେ ହିଁ ପାଇ ପାରିବେ ଟୀକାକରଣ କେନ୍ଦ୍ର ର ସଂପୂର୍ଣ୍ଣ ତଥ୍ୟ, ଜାଣନ୍ତୁ କିପରି ?

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । ଲାକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ସାରିଛନ୍ତି ଓ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ କରୋନା ମହାମାରୀର ସ୍ଥିତିକୁ ଦେଖି ଭାରତ ସରକାର ଅନେକ ଗାଇଡଲାଇନ ଜାରି କରିଛନ୍ତି । ଅନ୍ୟ ପକ୍ଷରେ କେତେକ ରାଜ୍ୟରେ ସ୍ଥିତି ଶୋଚନୀୟ ହୋଇଯିବାରୁ କେତେକ ରାଜ୍ୟ ସରକାର ରାଜ୍ୟରେ ଲକଡାଉନ କରିବାର ନିଷ୍ପତ୍ତି ନେଇଛନ୍ତି ।

ବନ୍ଧୁଗଣ ଗତକିଛି ଦିନ ତଳେ ଭରତ ସରକାର ମେ ୧ ତାରିଖରୁ ଜଣ ସାଧାରଣ ମାନଙ୍କୁ ଟୀକା ଦେବା ପାଇଁ ଘୋଷଣା କରିଥିଲେ । ଗତ ୧ ତାରିଖରୁ କେତେକ ରାଜ୍ୟରେ ଟୀକା କରଣ ଆରମ୍ଭ ହୋଇସାରିଛି ।

ଓଡିଶା ସରକାର ଓଡିଶାରେ ମାଗଣାରେ ଜନ ସାଧାରଣ ମାନଙ୍କୁ ଟୀକା ଦେବା ପାଇଁ ଘୋଷଣା କରିଛନ୍ତି । ହେଲେ ବନ୍ଧୁଗଣ ଟୀକା କରଣକୁ ନେଇ କିଛି ଲୋକ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଚିନ୍ତାରେ ଅଛନ୍ତି । ଲୋକମାନେ କିପରି ଟୀକା ଗ୍ରହଣ କରିବେ ତାହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜାଣି ନାହାନ୍ତି । କିପରି ଆପଣ ମାନେ ଟୀକା ଗ୍ରହଣ କରିବେ ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ୱାଟସପ୍ ଜରିଆରେ ଖୋଜିପାରିବେ ଟୀକା କରଣ କେନ୍ଦ୍ର । ଆପଣଙ୍କ ଘର ପାଖରେ ଥିବା ଟୀକା କରଣ କେନ୍ଦ୍ର ଫାଙ୍କା ଅଛି ନା ନାହିଁ ତାହା ବିଷୟରେ ଆପଣ ବିସ୍ତ୍ରୁତ ସୂଚନା ପାଇପାରିବେ । ବନ୍ଧୁଗଣ ଏହି ସବୁ ତଥ୍ୟ ବିଷୟରେ ସୂଚନା ଦେଇଛି ‘MyGovIndia’ । ତେବେ ଏଥିପାଇଁ ଆପଣ ମାନଙ୍କୁ ନିଜ ୱାଟସପ୍ପରେ ୯୦୧୩୧୫୧୫୧୫ ନମ୍ବରରେ ଇଂରାଜୀରେ ‘ନମସ୍ତେ’ ପଠାଇ ମେସେଜ କରିବାକୁ ପଡିବ । ଏହି ମେସେଜର ଉତ୍ତର ଦେବା ପାଇଁ ଏକେ ସ୍ପେଶିଆଲ ଚାଟବୋର୍ଡ ପ୍ରସ୍ତୁତ କରାଯାଇଛି । ଏହି ଚାଟବୋର୍ଡ ଜରିଆରେ ଆପଣ ମାନଙ୍କୁ ଆପଣଙ୍କ ପ୍ରତ୍ୟକ ପ୍ରଶ୍ନର ଉତ୍ତର ମିଳିବ ।

ବନ୍ଧୁଗଣ ୱାଟସପ୍ ରେ ଏହି ନମ୍ବରରେ ‘ନମସ୍ତେ’ ପଠାଇଲା ପରେ ଆପଣ ସେହି ସମସ୍ତ ବିବରଣୀ ବିଷୟରେ ଜାଣିପାରିବେ ଯାହା ବିଷୟରେ ଆପଣ ମାନେ ଜଣାଇବା ପାଇଁ ଚାହୁଁଥିଲେ । ଯଦି ଆପଣ ଟୀକା କାରଣ କେନ୍ଦ୍ର ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ଦିଆଯାଇଥିବା ବିକଳ୍ପ ମଧ୍ୟରୁ ପ୍ରଥମ ବିକଳ୍ପକୁ ବାଛିପାରିବେ ।

ଏହାପରେ ଆପଣ ନିକଟସ୍ଥ ଟିକା କାରଣ କେନ୍ଦ୍ରର ପିନ କୋର୍ଡ ଦେଇପାରିବେ । ପିନ କୋର୍ଡ ଦେବା ପରେ ଆପଣଙ୍କ ନିକଟସ୍ଥ ଟୀକା କାରଣ କେନ୍ଦ୍ରରେ ଟୀକା ନେବା ପାଇଁ ସ୍ଲଟ ଫାଙ୍କା ଅଛି ନା ନାହିଁ ଆପଣ ମାନେ ଜାଣି ପାରିବେ । ଯଦି କୌଣସି ସ୍ଲଟ ଫାଙ୍କା ନଥିବ ତା ହେଲେ ଆପଣ ଅନ୍ୟ କୌଣସି ଅଞ୍ଚଳର ପିନ କୋର୍ଡ ମାରି ଦେଖିପାରିବେ ।

ଏହା ସହିତ ଏହି କାରୋନା ମହାମାରୀ ସହ ଜଡିତ ତାଜା ତଥ୍ୟ ଓ ଶରୀରର ରୋଗପ୍ରତିଷେଧକ ଶକ୍ତି ବଢାଇବାର ଉପାୟ ବିଷୟରେ ଆପଣ ମାନେ ଜାଣି ପାରିବେ । ତା ହେଲେ ବନ୍ଧୁଗଣ ୱାଟସପ୍ ଜରିଆରେ ଟୀକା କାରଣ ବିଷୟରେ ଜାଣନ୍ତୁ ଓ ଟୀକା ନେଇ ନିଜକୁ ସୁରକ୍ଷିତ ରଖନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *