‘ଗୋଟେ ପିଲାକୁ ଟର୍ଚର କରି ତୁମେ ଖୁସି ମନାଉଚ ..ତୁମେ ସବୁ ମାନସିକ ରୋଗୀ ..ରୁଚିକାର…’ ଏହି ଛାତ୍ରନେତ୍ରୀ ଜଣକ ଯାହା କହିଲେ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବିଜେବି କଲେଜ ମୁଖ୍ୟ ଗେଟ୍ ସାମ୍ନାରେ ଧାରଣା ଦେଲେ ରୁଚିକା ମହାନ୍ତିଙ୍କ ମାଆ । ରୁଚିକାଙ୍କ ସୁଇସାଇଡ ନୋଟ୍‌ରେ ଥିବା ତିନି ସିନିୟର୍ ଛାତ୍ରୀଙ୍କୁ ଗିରଫ କରିବା ସହ କଲେଜରୁ ବହିଷ୍କାର ଏବଂ ସମ୍ପୂର୍ଣ୍ଣ ଘଟଣା ଉପରେ ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ମାଆ । ଯେପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ସେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ରୁଚିକାଙ୍କ ମାଙ୍କ ସହିତ ଆଉ କିଛି ସାମାଜିକ ସଙ୍ଗଠନ ବି ସମାନ ଦାବି ନେଇ ଧାରଣାରେ ବସିଛନ୍ତି ।

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାରେ କଲେଜ୍ କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ତାଙ୍କ ପରିବାର କଡ଼ା ନିନ୍ଦା କରିଛନ୍ତି । ସେପଟେ ମହିଳା କମିଶନ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କଲେଜ ଛାତ୍ରୀ ନିବାସରେ ମହିଳା କମିଶନଙ୍କ ପକ୍ଷରୁ ତଦନ୍ତ କରାଯାଇଛି । କଲେଜ ଅଧ୍ୟକ୍ଷ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ପଚରାଉଚରା କରାଯାଇଛି ।

ରାଗିଂ ପାଇଁ ରୁଚିକାଙ୍କ ଜୀବନ ଯାଇଥିବାରୁ ବିଜେବି କଲେଜର ଛାତ୍ରୀନିବାସରେ ୧୩୪ ଛାତ୍ରୀଙ୍କୁ ମାରାଥନ ପଚରାଉଚରା ପୋଲିସ କରିଛି । ଏପରିକି ହଷ୍ଟେଲ ଛାଡ଼ି ଚାଲିଯାଇଥିବା ଛାତ୍ରୀମାନଙ୍କୁ ଡକାଯାଇଛି । ବିଜେବି କଲେଜର ଛାତ୍ରୀନିବାସରେ କମିଶନରେଟ ପୋଲିସର ୩ ଜଣିଆ ଟିମ୍ ତନାଘନା କରିଛନ୍ତି । ତେବେ ରୁଚିକାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

ସେ ନୋ ଟୁ ରାଗିଂ, ୱି ୱାଂଟ ଜଷ୍ଟିସ ଫର ରୁଚିକା ମହାନ୍ତି ବ୍ୟାନର ଧରି ଧାରଣାରେ ବସିଛନ୍ତି ଛାତ୍ର ସଂଗଠନ । ରୁଚିକାଙ୍କ ଆତ୍ମହତ୍ୟା ପାଇଁ କଲେଜ କର୍ତ୍ତୃପକ୍ଷ ଓ ହଷ୍ଟେଲ ସୁପରିଟେଣ୍ଡଂଟଙ୍କ ଅବହେଳାକୁ ଦାୟୀ କରିଛନ୍ତି ଛାତ୍ର ସଂଗଠନ । ଦୋଷୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ରୁଚିକା ମହାନ୍ତିଙ୍କୁ ନ୍ୟାୟ ନମିଳିବା ଯାଏଁ ଲଢେଇ ଜାରି ରହିବ ବୋଲି ଚେତେଇ ଦେଇଛନ୍ତି ଆନ୍ଦୋଳନକାରୀ ।

ତେବେ ରୁଚିକାଙ୍କ ଆତ୍ମହତ୍ୟା ପରେ ବିଜେବି କଲେଜରେ ର୍ୟାଗିଂକୁ ନେଇ ମୁହଁ ଖୋଲିଛନ୍ତି କିଛି କଲେଜ ଛାତ୍ରଛାତ୍ରୀ । କହିଛନ୍ତି, ଏଠାରେ ରାଗିଂ ଜୋରଦାର ହୁଏ ଏବଂ ଅନେକ ରାଗିଂର ନିର୍ଯାତନାକୁ ସହିପାରନ୍ତି ନାହିଁ । ତେବେ ଛାତ୍ର ନେତା ସଙ୍ଘମିତ୍ରା ଜେନା କହିଛନ୍ତି କି ଏହା ଆତ୍ମହତ୍ୟା ନୁହେଁ ଏହା ହତ୍ୟା ତେବେ ଯେଉଁ ପିଲା ମାନେ ରାଗିଙ୍ଗ କରିଛନ୍ତି ସେହି ମାନେ ହେଉଛନ୍ତି ଏହାର ହତ୍ୟାକାରୀ ।

ତେବେ ସେ କହିଛନ୍ତି କି ଉଚ୍ଚ ଶିକ୍ଷା ଅଧିକାରୀ କୌଣସି ପଦକ୍ଷେପ ନେଉ ନାହାନ୍ତି । ତେବେ ଏଭଳି ବ୍ୟବସ୍ଥା କୁ ସେ ନିନ୍ଦା ମଧ୍ୟ କରିଛନ୍ତି । ତେବେ ସେ କହିଛନ୍ତି କି ଯେଉଁମାନେ ଏଭଳି ରାଗିଙ୍ଗ କରୁଛନ୍ତି ସେମାନେ ହେଉଛନ୍ତି ଜଣେ ଜଣେ ମାନସିକ ରୋଗୀ କାରଣ ଯିଏ ଅନ୍ୟ କୁ କଷ୍ଟ ଦେଇ ଖୁସି ହେଉଛି ସେ ନିଶ୍ଚିତ ଭାବରେ ଜଣେ ମାନସିକ ରୋଗୀ ।

ତେବେ ସେମାନଙ୍କୁ କାଉନସିଲିଂ ର ଆବଶ୍ୟକତା ରହିଛି । ତେବେ କଲେଜ ରେ ଏହି ରାଗିଙ୍ଗ ପାଇଁ କଡା ପଦକ୍ଷେପ ନିଆ ଯିବା ଆବଶ୍ୟକ ଅଟେ । ତେବେ ସରକାର ଙ୍କୁ ଅନୁରୋଧ କି ସେ ଏଭଳି ଆଉ କେହି ରୁଚିକା ନ ହୁଅନ୍ତୁ ସେଥିପାଇଁ ଧ୍ୟାନ ଦେବେ ଏବଂ ରୁଚିକାକୁ ଉଚିତ ନ୍ୟାୟ ମଧ୍ୟ ଦେବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *