ଗୋଡ ବିନ୍ଧା, ଆଣ୍ଠୁ ଗଣ୍ଠି ବିନ୍ଧା, ଝିମିଝିମି ହେବା (Sciatica Pain) ମାତ୍ର 2 ମିନିଟରେ ମିଳିବ ଆରାମ, ଜାଣନ୍ତୁ କଣ କରିବେ ?

ବନ୍ଧୁଗଣ, ସାଧାରଣତଃ ରୋଗୀ ମାନଙ୍କର ଏହି ସମସ୍ୟା ରହିଥାଏ ଯେ ତାଙ୍କର ଦରଦ ଅଣ୍ଟା ରୁ ତଳକୁ ହୋଇଥାଏ । ଏବଂ ଏହା ଅଧିକାଂଶ ଅସମୟରେ ଅଣ୍ଟାରୁ ତଳକୁ ଖସି ପେଣ୍ଡା ତଥା ପାଦ ଆଡକୁ ଗତି କରି ଝିମଝିମ ତଥା ଗୋଡଶୁନ ହେବାକୁ ଲାଗିଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ସେହି ସମସ୍ତ କଥା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ପ୍ରୟୋଗ କରି ଆପଣ ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଯଦି ଆପଣଙ୍କର ବାମ ପାର୍ଶ୍ଵ ଗୋଡରେ ଯନ୍ତ୍ରଣା ହେଉଛି ତେବେ ଆପଣ ଡାହାଣ ପାର୍ଶ୍ଵ ଗୋଡରୁ ଆରମ୍ଭ କରନ୍ତୁ । ଆପଣ ପ୍ରଥମେ ବାମ ଗୋଡ କୁ ଧୀରେ ଧୀରେ ଉପରକୁ ଉଠାନ୍ତୁ । ଏବଂ ଉପରକୁ ଉଠାଇ ଉଠାଇ ପଞ୍ଜାକୁ ଧୀରେ ଧୀରେ ମୋଡିବାକୁ ଚେଷ୍ଟା କରନ୍ତୁ । ନିଜ ବେକ କୁ ତଳକୁ ନୂଆଁଇ ଦିଅନ୍ତୁ । ଏଭଳି କରିବା ଦ୍ଵାରା ଆପଣଙ୍କୁ ଏକ ଭଲ ଷ୍ଟେଚ ଆସିବା ଏହାପରେ ଏହିଭଳି ଅବସ୍ଥାରେ ଆପଣ ୫ ସେକେଣ୍ଡ ଅପେକ୍ଷା କରନ୍ତୁ ।

ଏହାପରେ ଏହାକୁ ସିଧାକରି ରିଲାକ୍ସ କରି ନିଅନ୍ତୁ । ଏହାପରେ ଧ୍ୟାନରେ ଦେଖନ୍ତୁ ଯେ ଆପଣଙ୍କୁ ଧୀରେ ଧୀରେ ପାଦକୁ ଉଠାଇବାକୁ ହେବ ଏବଂ ପଞ୍ଜାକୁ ଧୀରେ ଧୀରେ ମୋଡି ଜାଆନ୍ତୁ ।ଏହା ସହିତ ଆପଣଙ୍କ ବେକ ତଳକୁ ଆସୁଥିବ । ଏହାପରେ ଧୀରେ ଧୀରେ ଏହାକୁ ନର୍ମାଲ ପୋଜିସନରେ ଆଣିବାକୁ ହେବ । ଏହିଭଳି ଭାବରେ ଆପଣ ଏହି ବ୍ୟାୟାମ କୁ ୫ ଥର ବାମ ପଟ ପାଦରୁ କରିବେ ଏବଂ ପରବର୍ତ୍ତୀ ଡାହାଣ ପାଦରୁ କରିବେ ।

ଦ୍ଵିତୀୟ ବ୍ୟାୟାମ କରିବା ନିମନ୍ତେ ଆପଣ ସଂପୂର୍ଣ୍ଣ ଭାବରେ ସିଧା ହୋଇ ଶୋଇଜାଆନ୍ତୁ । ଏବଂ ଯଦି ବାମ ପାର୍ଶ୍ଵରେ ଦରଦ ଅଛି ତେବେ ଆପଣ ଡାହାଣ ପାଦ ଗୋଡରେ କରନ୍ତୁ । ଆପଣ ପେଟ ଏବଂ ଗୋଡକୁ କୁ ସମୁଦାୟ ୯୦ ଡିଗ୍ରୀ ରେ ରଖନ୍ତୁ । ଏହାପରେ ଆପଣ ନିଜ ପାଦକୁ ସେହିଭଳି ଧୀରେ ଧୀରେ ଉପରକୁ ଉଠାଇବାର ଅଛି । ପାଦ ଉଠାଇ ନିଜ ପଞ୍ଜା କୁ ଭିତର ପଟକୁ ମୋଡିବାର ଅଛି । ଏବଂ ଏହା ସହିତ ବେକକୁ ଧୀରେ ଧୀରେ ଉପରକୁ ଉଠାଇବାର ଅଛି । ଏହିଭଳି କରି ୫ ସେକେଣ୍ଡ ଅପେକ୍ଷା କରନ୍ତୁ ଏହାପରେ ଆସ୍ତେ ଆସ୍ତେ ଏହାକୁ ତଳକୁ ନେଇ ଆସନ୍ତୁ ଏବଂ ନିଜ ବେକ କୁ ସଠିକ କରିଦିଅନ୍ତୁ ।

ଏହାପରେ ସେହିଭଳି ସୋଇଥିବା ଅବସ୍ଥାରେ ନିଜ ଗୋଡକୁ କାନ୍ଥ ରେ ଉପରକୁ ଉଠାଇ ନିଜ ବେକ କୁ ଉପରକୁ ଉଠାଇ ୫ ସେକେଣ୍ଡ ହୋଲ୍ଡ କରନ୍ତୁ । ଏହାପରେ ବେକ ରିଲାକ୍ସ କରି ନିଅନ୍ତୁ । ଏବଂ ଗୋଡ କୁ ମଧ୍ୟ ଢିଲା କରି ନିଅନ୍ତୁ । ଏହିଭଳି ଭାବରେ ଆପଣ ଏହି ବ୍ୟାୟାମ କୁ ୫ ଥର ବାମ ଗୋଡରେ ଏବଂ ୫ ଥର ଡାହାଣ ଗୋଡରେ କରନ୍ତୁ । ତେବେ ବନ୍ଧୁଗଣ ଏହିଭଳି ଭାବରେ ବ୍ୟାୟାମ କରିଲେ ଆପଣଙ୍କର ଗୋଡ ଏବଂ ଅଣ୍ଟା ସହିତ ଜଡିତ ସମସ୍ତ ସମସ୍ୟା ସମାପ୍ତ ହୋଇଯିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *