Sidharth Shukla ଙ୍କ ପରେ Bollywood ରୁ ଆସିଲା ଆଉ ଏକ ବଡ ଦୁଃଖ ଖବର, ବହୁତ ହିଁ କମ ବୟସରେ ଏହି ଅଭିନେତ୍ରୀ ଙ୍କର ହେଲା ପରଲୋକ

ବନ୍ଧୁଗଣ ବର୍ତ୍ତମାନ ଦେଶର ଅବସ୍ତା ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀର କୋପ ବର୍ତ୍ତମାନ ପର୍ଯ୍ୟନ୍ତ କମି ନାହିଁ ହେଲେ ଦେଶରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଗତ କିଛି ଦିନ ତଳେ ବଲିଉଡ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେ-ହା-ନ୍ତ ହୋଇଥିଲା । ସିଦ୍ଧାର୍ଥଙ୍କ ମୃତ୍ୟୁକୁ କିଛି ଦିନ ହୋଇଛି ବଲିଉଡ ପାଇଁ ପୁଣି ଏକ ବଡ ଦୁଃଖର ଖବର ଆସିଛି । ଆପଣ ମାନେ ସମସ୍ତେ ଅଭିନେତ୍ରୀ ଈଶ୍ଵରୀ ଦେଶପାଣ୍ଡେଙ୍କୁ ନିଶ୍ଚୟ ଦେଖିଥିବେ ।

ଈଶ୍ଵରୀ ଦେଶପାଣ୍ଡେ ଅନେକ ମରାଠୀ ଓ ହିନ୍ଦୀ ସିରିଏଲରେ କାମ କରିବା ସହ କେତେକ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ସେ ବହୁତ କମ ସମୟ ମଧ୍ୟରେ ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥିଲେ । ତାଙ୍କର ଲୋକାପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହେଲେ ବନ୍ଧୁଗଣ ଦୁଃଖର ଖବର ଏହା ହେଉଛି ସେ ଆଉ ଆମ ମାନଙ୍କ ସହ ନାହାନ୍ତି । ଅଭିନେତ୍ରୀ ଈଶ୍ଵରୀ ଦେଶପାଣ୍ଡେଙ୍କ ଅକାଳ ବିୟୋଗ ହୋଇଛି ।

ତା ହେଲେ ବନ୍ଧୁଗଣ ଈଶ୍ଵରୀ ଦେଶପାଣ୍ଡେ କିପରି ମୃ-ତ୍ୟୁ ବରଣ କରିଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ମି-ଡି-ଆ ରିପୋର୍ଟସ ଅନୁସାରେ ଗତ ସୋମବାର ସଖାଳ ସମୟରେ ଗୋଆର ବାଗା-କଲ୍‌ନଟ୍‌ ବ୍ରିଜ୍‌ ଦେଇ ତାଙ୍କ କାର ଯାଉଥିବା ବେଳେ ହଠାତ୍‌ ନିୟନ୍ତ୍ରଣ ହରାଇ ବ୍ରିଜ୍‌ ତଳ ଖାଲକୁ ଖସି ପଡ଼ିଥିଲା । ଯାହାଫଳରେ ଅଭିନେତ୍ରୀ ଏବଂ ତାଙ୍କ ବନ୍ଧୁଙ୍କର ମୃ-ତ୍ୟୁ ହୋଇଯାଇଥିବା ଜଣାପଡ଼ିଛି ।

ଅଭିନେତ୍ରୀ ଈଶ୍ଵରୀ ଦେଶପାଣ୍ଡେ ତାଙ୍କ ସାଙ୍ଗ ମାନଙ୍କ ସହ ଛୁଟିରେ ବୁଲିବା ପାଇଁ ଯାଇଥିଲେ ହେଲେ ଆଉ ଫେରିଲେ ନାହିଁ । ଈଶ୍ଵରୀଙ୍କ ମୃ-ତ୍ୟୁ ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ପୁଣି ଶୋକର ଛାୟା ଖେଳିଯାଇଛି । ମୃ-ତ ଅଭିନେତ୍ରୀଙ୍କ ନାମ ଇଶ୍ୱରୀ ଦେଶପାଣ୍ଡେ ହୋଇଥିବା ବେଳେ ତାଙ୍କ ବନ୍ଧୁଙ୍କ ନାମ ଶୁଭମ ଡେଡ୍‌ଗେ ବୋଲି ଜଣାପଡି଼ଛି । ଇଶ୍ୱରୀଙ୍କ ବୟସ ୨୫ ବର୍ଷ ହୋଇଥିବା ବେଳେ ଶିଭମ୍‌ଙ୍କ ବୟସ ୨୮ । ସେମାନେ ଗତ ବୁଧବାରଦିନ ପୁନେରୁ ଗୋଆ ଯାଇଥିଲେ ।

ସକାଳ ପ୍ରାୟ ୫ଟା ସମୟରେ ଗାଡ଼ି ଚାଳକ ସଂକୀର୍ଣ୍ଣ ରସ୍ତାରେ ନିୟନ୍ତ୍ରଣ ହରାଇବାରୁ କାର୍‌ଟି ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା । ଫଳରେ ଗାଡ଼ିଟି ଚୂନା ହୋଇଯାଇଥିଲା । ଗାଡ଼ିରେ ଲକ୍‌ ପଡି଼ଥିବାରୁ ଦୁ-ର୍ଘ-ଟ-ଣା ପରେ ବି ସେମାନେ ସେଥିରୁ ଓହ୍ଲାଇ ପାରିନଥିଲେ । ଏହି ଖବର ଜାଣିବା ପରେ ତାଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଈଶ୍ଵରୀ ଦେଶପାଣ୍ଡେ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *