ଗୋଟିଏ ରାତିରେ ବଦଳିଗଲା କାହାଣୀ ! Tapaswini ସିନା ଅଗଣାରୁ ବାରଣ୍ଡା ଯାଏଁ ପହଞ୍ଚିଗଲେ କିନ୍ତୁ….

ବନ୍ଧୁଗଣ ଦୀର୍ଘ ଏକ ମାସ ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେବା ପରେ ତପସ୍ଵିନୀ ନିଜ ଅଗଣାରୁ ବାରଣ୍ଡାକୁ ପହଚି ଛନ୍ତି । ଗତ ୧୯ ତାରିଖ ରାତିରେ ଜନସାଧାରଣଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା । ତପସ୍ଵିନୀଙ୍କ ନ୍ୟାୟ ପାଇଁ ଲୋକମାନେ ତାଙ୍କୁ ସମର୍ଥନ କରୁଛନ୍ତି । ତେବେ ଗତ ୧୯ ତାରିଖରେ ତପସ୍ଵିନୀ ଓ ସୁମିତଙ୍କ ମାମଲାର ଶୁଣାଣି ହେବାର ଥିଲା । ତେବେ କୋର୍ଟ ଆଗରୁ ଯେଉଁ ରାୟ ଦେଇ ଥିଲେ ପୁନର୍ବାର ସେହି ରାୟକୁ ଦୋହରାଇ ଥିଲେ ।

କୋର୍ଟଙ୍କ ରାୟ ବିଷୟରେ ଜାଣିବା ପରେ ଘଟଣା ସ୍ଥଳରେ ଥିବା ଜନସାଧାରଣ ମାନେ ଉତ୍ତେଜିତ ହୋଇ ଉଠିଥିଲେ ଓ ପ୍ରମୋଦ ସାହୁଙ୍କ ଗେଟ ଭାଙ୍ଗି ପଶି ଯାଇଥିଲେ । ବନ୍ଧୁଗଣ ଏହି ଘଟଣା ପରେ ସୁମିତ ଓ ତାଙ୍କ ପରିବାରକୁ ବହୁତ ବଡ ଝଟକା ଲାଗିଥିଲା । ସୁମିତ ତାଙ୍କ ବାପା ଓ ତାଙ୍କ ଜେଜେ ମା ଗଣମାଧ୍ୟମ ଜରିଆରେ ନିଜର ପ୍ରତିକ୍ରିୟା ରଖିଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ମାମଲାରେ ନୂଆ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳୁଛି ।

ତପସ୍ଵିନୀ ଦାଣ୍ଡରୁ ଦୁଆର ଯାଏଁ ଚାଲି ଆସିଲେ ହେଲେ ଦାଣ୍ଡରୁ ଦୁଆର ଯାଏଁ ଯିବା ବେଳେ ଯାହା ସବୁ ଘଟଣା ଘଟିଲା ତାହା ଏହି ମାମଲା ସହ ଜଡିତ ଚେହେରା ଗୁଡିକର ଚରିତ୍ର ବଦଳାଇ ଦେଲା । ଯିଏ ଭିଲିଆନ ଲାଗୁଥିଲେ ସେ ଭିକ୍ଟିମ ହୋଇଗଲେ ଆଉ ଯେ ହିରୋ ଲାଗୁଥିଲେ ସେ ଭିଲିଆନ ସାଜିଲେ । ଆଇନ କାନୁନର ଧଜିଆ ଉଡାଇ ଘରର ଗେଟ ଭାଙ୍ଗି ଘରେ ପଶିବା ଘଟଣାକୁ ଭିନ୍ନ ଦ୍ରୁଷ୍ଟିରେ ଦେଖିବା ହୁଏତ ସମସ୍ତଙ୍କୁ ବାଧ୍ୟ କରିଦେଲା ।

ଘଟଣା ପରଦିନ ଯେତେବେଳେ ସୁମିତଙ୍କ ଜେଜେ ମା ଆସି କହିଲେ ଯେ, ସେ ଅସୁସ୍ଥ ଅଛନ୍ତି ଓ ତାଙ୍କୁ ବନ୍ଦୀ ଭଳି ରଖା ଯାଇଛି ସେତେବେଳେ ଯେଉଁ ପରିବାର ଉପରେ ଆଙ୍ଗୁଠି ଉଠୁ ଥିଲା ସେହି ପରିବାର ପ୍ରତି ବି ଏକ ପ୍ରକାରର ସହନାଭୃତି ଦେଖିବାକୁ ମିଳି ଥିଲା । ଏହା ସହିତ ପୋଲିସକୁ ବି କାର୍ଯ୍ୟନୁଷ୍ଠାନ ନେବା ପାଇଁ ସୁଯୋଗ ମିଳିଲା । ତପସ୍ଵିନୀଙ୍କ ପ୍ରତିବାଦ ଓ ସହ ସହ ଲୋକଙ୍କ ସମର୍ଥନରେ ବି

ପୋଲିସ ପ୍ରମୋଦ ସାହୁଙ୍କ ଘର ବାହାରେ ଚେୟାର ପକାଇ ବସିବା ଛଡା ତାଙ୍କ ପାଖରେ ଆଉ କୌଣସି ରାସ୍ତା ନଥିଲା ।  ହେଲେ ସାଧାରଣ ଲୋକେ ଯେତେବେଳେ ଆଇନକୁ ହାତରେ ନେଲେ ଗେଟ ଭାଙ୍ଗି ଘରେ ପଶିଲେ ପୋଲିସକୁ ୧୪୪ ଧାରା ଲଗାଇ ଘଟଣାକୁ ନିଜ ନିୟନ୍ତ୍ରଣରେ ନେବା ଏକ ପ୍ରକାରର ସହଜ ହୋଇଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *