ଶୋଇବା ସମୟରେ ଆମେ କାହିଁକି ମାରିଥାଉ ଘୁଙ୍ଗୁଡ଼ି ଓ ଜାଣନ୍ତୁ ଏହି ସମସ୍ୟାରୁ କେମିତି ପାଇବେ ମୁକ୍ତି ? Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ସମସ୍ୟା ଲାଗି ରହିଥାଏ । ସେହି ସମସ୍ୟା ରୁ ମୁକ୍ତି କେବଳ ଗୋଟିଏ ସମୟ ରେ ମିଳିଥାଏ ଯେତେବେଳେ ଆମେ ଶୋଇଥାଉ । କିନ୍ତୁ ଶୋଇବା ସମୟ ରେ ମଧ୍ୟ କିଛି ସମସ୍ୟା ଆମର ରହିଥାଏ । ଶୋଇବା ସମୟ ରେ ମୁଖ୍ୟତଃ ଘୁଙ୍ଗୁଡ଼ି ମାରିବା ର ଅଭ୍ୟାସ ଅନେକ ଲୋକଙ୍କ ର ରହିଥାଏ । ଏହି ଘୁଙ୍ଗୁଡ଼ି ମାରିବା କାରଣ ରୁ ଅନେକ ଲୋକ ବହୁତ ଚିନ୍ତିତ ରହିଥାନ୍ତି । କାରଣ ଆପଣ ତ ଆରାମ ରେ ଶୋଇପଡିବେ କିନ୍ତୁ ପାଖରେ ଶୋଇଥିବା ଲୋକ ଙ୍କ ନିଦ୍ରା ରେ ବାଧା ସୃଷ୍ଟି ହୋଇଥାଏ ।

ତେଣୁ ଅନେକ ଲୋକ ଏହି ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ କୁ ସବୁଦିନ ପାଇଁ ଦୁର କରିବାକୁ ଚାହିଁଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଘୁଙ୍ଗୁଡ଼ି ମାରିବା ର ଅଭ୍ୟାସ ରୁ କିପରି ମୁକ୍ତି ପାଇବେ ସେ ଵିଷୟ ରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ସେହି ଵିଷୟ ରେ ଅଧିକ କିଛି କଥା ।

ବନ୍ଧୁଗଣ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ରେ ରାତିରେ ଶୋଇବା ଅବସ୍ଥାରେ ନିଶ୍ୱାସ ନେଲା ବେଳକୁ ନିଶ୍ୱାସ ରନ୍ଧ୍ର ସରୁ ହୋଇଯାଇଥାଏ ସେ ସମୟରେ ପବନ ଯିବା ବେଳେ ଏକ ଧ୍ଵନି ତିଆରି ହୁଏ । ଯାହାକୁ ଘୁଙ୍ଗୁଡ଼ି ବୋଲି କୁହାଯାଏ । ବର୍ତ୍ତମାନ ସମୟ ରେ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଜୀବନରେ କେବେ ନା କେବେ ଘୁଙ୍ଗୁଡ଼ିର ସମସ୍ୟାର ଶିକାର ହେଉଛନ୍ତି । ବୟସ ବଢ଼ିବା ସହିତ ଘୁଙ୍ଗୁଡ଼ିର ମାତ୍ରା ମଧ୍ୟ ବଢ଼ିଥାଏ ।

ଘୁଙ୍ଗୁଡ଼ିର ମାତ୍ରା ବଢ଼ିବା ଦ୍ୱାରା ନିଶ୍ୱାସ ମଝିରେ ମଝିରେ ଅଟକିଯାଏ ଓ ନିଦରେ ବ୍ୟାଘାତ ସୃଷ୍ଟି ହୁଏ ଓ ଏହାର ପ୍ରଭାବରେ ଅମ୍ଳଜାନ ର ମାତ୍ରା ଦେହରେ କମିଯିବାର ଆଶଙ୍କା ଥାଏ । ବନ୍ଧୁଗଣ ଶୋଇବା ପାଇଁ ଗଭୀର ନିଦର ଆବଶ୍ୟକତା ରହିଛି ।

ଶୋଇବା ସମୟରେ ନିଶ୍ୱାସ ଅଟକି ଗଲେ କିମ୍ବା ନିଶ୍ୱାସ ନେଲା ବେଳେ ଶଦ୍ଦ ହେଲେ ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଫଳରେ ଦିନ ସମୟ ରେ ବ୍ୟକ୍ତିଙ୍କୁ ସତେଜ ଲାଗି ନଥାଏ ଏବଂ ଆଗ୍ରହ ଆସିନଥାଏ ଓ ସକାଳୁ ବ୍ୟକ୍ତିଙ୍କୁ ହାଲିଆ ଲାଗିଥାଏ । ଏପରି ହେବା ଦ୍ଵାରା ମନୁଷ୍ୟ କୌଣସି କାର୍ଯ୍ୟ କରିବାକୁ ମଧ୍ୟ ସକ୍ଷମ ହୋଇ ନ ଥାଏ । ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଛୋଟ ପିଲା ମାନେ ମଧ୍ୟ ଘୁଙ୍ଗୁଡ଼ି ମାରୁଥିବା ର ନଜର ଆସୁଛନ୍ତି । ଛୋଟ ପିଲାଙ୍କର ଶ୍ୱାସନଳୀ ବହୁତ ସରୁ ହୋଇଥାଏ ।

ଆଜିକାଲି ପିଲାମାନଙ୍କଠାରେ ଥଣ୍ଡା, କାଶ, ଜ୍ଵର ଲାଗି ରହିବା ଯୋଗୁଁ ତନ୍ତୁ ମୋଟା ହୋଇଯାଏ । ତେଣୁ ଶୋଇବା ଅବସ୍ଥାରେ ସେମାନେ ନିଶ୍ୱାସ ଟାଣି ହୋଇ ନିଅନ୍ତି । ବର୍ତ୍ତମାନ ବାୟୁ ପ୍ରଦୂଷଣ ଯୋଗୁଁ ଛୋଟ ପିଲାଙ୍କର ଟନ୍‌ସିଲ ବଢ଼ିଯାଉଛି । ଫଳରେ ଶ୍ୱାସ ରନ୍ଧ୍ର ଆହୁରି ସରୁ ହୋଇଯାଏ । ଏହାଦ୍ୱାରା ପିଲାମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି ଏବଂ ଏହାଦ୍ଵାରା ଘୁଙ୍ଗୁଡ଼ି ହୋଇଥାଏ । ଏହାଯୋଗୁଁ ଛୋଟ ପିଲାମାନେ ଦିନବେଳା ଚିଡ୍‌ଚିଡ଼ା ହେବା ସହ ଭୋକର ମାତ୍ରା ବଢ଼ିଯାଏ ।

ଏବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ରୋଗ ରୁ ଆମେ କିପରି ମୁକ୍ତି ପାଇବା । ଘୁଙ୍ଗୁଡ଼ି ନ ହେବା ପାଇଁ ସବୁବେଳେ ସଠିକ୍‌ ସମୟରେ ଖାଆନ୍ତୁ ଓ ଠିକ୍‌ ସମୟରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ । ବନ୍ଧୁଗଣ ରାତିରେ ଚର୍ବିଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ । ଯାହାଦ୍ୱାରା ଏସିଡିଟି ସୃଷ୍ଟି ହୋଇ ଶୋଇବାରେ ଅସୁବିଧା ହେବ । ରାତିରେ କୌଣସି ପ୍ରକାର ମାଦକଦ୍ରବ୍ୟ ନିଅନ୍ତୁ ନାହିଁ ।

ଶୋଇବା ବେଳେ ସବୁବେଳେ କଡ଼ମାଡ଼ି ଶୁଅନ୍ତୁ । ଶୋଇବା ବେଳେ ତକିଆ ୩୦ରୁ ୩୫ ଡିଗ୍ରୀ ଉଚ୍ଚ ରେ ରଖି ଶୁଅନ୍ତୁ । ଓଜନ ଅଧିକ ଥିଲେ କମାନ୍ତୁ । ନିୟମିତ ୭ରୁ ୮ ଘଣ୍ଟା ଶୁଅନ୍ତୁ । ରାତି ସାଢ଼େ ୧୦ଟା ଭିତରେ ଶୁଅନ୍ତୁ ଓ ସକାଳ ୬ରୁ ଉଠନ୍ତୁ । ଏପରି କରିବା ଦ୍ୱାରା ଘୁଙ୍ଗୁଡ଼ି ଭଳି ସମସ୍ୟା ଦେଖା ଦେଇ ନ ଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *