ଘୁଙ୍ଗୁଡି ସମସ୍ୟାରୁ କେମିତି ପାଇବେ ମୁକ୍ତି ? Dr Pradipt Ranjan Sahoo

ବନ୍ଧୁଗଣ, ଆଜି ଆମ୍ଭେ ଘୁଙ୍ଗୁଡି ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ସାଧାରଣତଃ ଆମ୍ଭେ ଶୋଇଥିବା ସମୟରେ ଆମ୍ଭ ଶ୍ଵାସ ନଳୀରୁ ଯେଉଁ ଶବ୍ଦ ବାହାରେ ତାହାକୁ କୁହା ଯାଇଥାଏ ଘୁଙ୍ଗୁଡି । ତେବେ ଘୁଙ୍ଗୁଡି କାହିଁକି ହୋଇଥାଏ ? ଯେତେବେଳେ ନିଶ୍ଵାସ ପ୍ରଶ୍ଵାସ ନେଉଛେ, ତାହା ନାକ ରୁ ଆରମ୍ଭ ହେଉଛି, ନାକ ପଛପଟେ ଦେଇ ତାହା ଯାଉଅଛି ଏହାପରେ ପାଟି ପଛପଟ ଦେଇ ଫୁସଫୁସ ଅଥବା ଲଙ୍ଗସ କୁ ଯାଉଅଛି ।

ଏହାକୁ କୁହାଯାଏ ପବନ ନଳୀ ଅଥବା ଏୟାର ୱେ, ମାତ୍ର ଯଦି ସେ ପବନ ନଳୀରେ ୨ ଟି ବିଶେଷ ଅସୁବିଧା ଉତ୍ପନ୍ନ ହୋଇଥାଏ ତେବେ ଘୁଙ୍ଗୁଡି ହୋଇଥାଏ । ପ୍ରଥମଟି ହେଉଛି ପବନ ନଳୀ ର ଯେଉଁ ବାଟ ଅଛି ତାହା ଯଦି ଛୋଟ ହୋଇଗଲା କେଉଁ କାରଣ ବଶତ ସେଥିରେ ଚାରିପଟେ ଚର୍ବି ଜମିଗଲା ଅଥବା କିଛି ମାଂସ ବଢିଗଲା, ତେବେ ଆମ୍ଭର ଘୁଙ୍ଗୁଡି ହେବ ।

ଦ୍ଵିତୀୟଟି ହେଉଛି ଯେଉଁ ପବନ ନଳୀର ଚାରିପଟ ବାଟ ଯାହାକୁ କାନ୍ଥ କୁହନ୍ତି ତାହା ଯଦି ଶିଖିଣ ହୋଇଗଲା, ତେବେ ପବନ ଗଲା ବେଳେ ତାହା ବହୁତ ଥରିବ ତଥା ବହୁତ କମ୍ପନ ସୃଷ୍ଟି ହେବ । ଏହିଭଳି ହେଲେ ଘୁଙ୍ଗୁଡି ହୋଇଥାଏ । ନାକରେ ଯଦି କିଛି ଅସୁବିଧା ହେଲା ତଥା ନାକରେ ଯଦି ମାଂସ ଅଥବା ହାଡ ବଢିଲା ତେବେ ମଧ୍ୟ ଘୁଙ୍ଗୁଡି ହେବାର ଚାନ୍ସ ରହିଅଛି । ଘୁଙ୍ଗୁଡି ର ସବୁ ଲକ୍ଷଣର ପ୍ରଥମ କାରଣ ହେଉଛି ଆମ୍ଭ ବ୍ରେନକୁ ଅକ୍ସିଜେନ କମିଯାଉଅଛି ।

ଏଥି ନିମନ୍ତେ ଏହିଭଳି ଲକ୍ଷଣ ସବୁ ଦେଖାଦେଇଥାଏ । ଯଦି ରୋଗୀ ଶୋଇଥିବ କଣ ହୁଏ ଏବଂ ଉଠିଲା ପରେ କଣ ହୁଏ ? ଯେତେବେଳେ ରୋଗୀ ଶୋଇଥିବ ଯଦି ସେ ରାତିରେ ବାରମ୍ବାର ଉଠିଲା ତେବେ ତାହା ହେଉଛି ଏକ ବଡ ଲକ୍ଷଣ । ଦ୍ଵିତୀୟରେ ରୋଗୀ ବାମ ପଟକୁ ଡାହାଣ ପଟକୁ କଡ ମାଡୁଥିବ, ଗୋଡ ହାତ ବୁଲାଉଥିବ, ସ୍ଥିର ନ ରହି ତାହାର ପୋଜିସନ ସବୁବେଳେ ପରିବର୍ତ୍ତନ କରୁଥିବେ ।

କାରଣ ତାଙ୍କୁ ଅମ୍ଳଜାନ ମିଳୁନଥିବ । ଏହା ରୋଗୀ ନିଜେ ଜାଣି ପାରିବ ନାହିଁ ତାହା ସହିତ ଯିଏ ଶୋଇଥିବେ ସେ ହିଁ ଏହା କହିପାରିବେ । ଏହାର ଚିକିତ୍ସ୍ୟା ବହୁତ ପ୍ରକାରର ଅଛି, ଯେଉଁ ମାନଙ୍କର ଘୁଙ୍ଗୁଡି ହେଉଛି ସେମାନେ ସାଧାରଣତଃ ବାମ ପଟକୁ ଅଥବା ଡାହାଣ ପଟକୁ କଡ ବୁଲି ଶୋଇବା କଥା । ଚିତ ହୋଇ ମୁହଁ ଉପରକୁ କରି ଶୋଇଲେ, ଘୁଙ୍ଗୁଡି ବଢିଯିବ । ରାତିରେ ଶୋଇବାର ୩ ଘଣ୍ଟା ପୂର୍ବରୁ ଖାଇବା ଆବଶ୍ୟକ ।

ଯଦି ଆପଣ ୧୦ ରେ ଶୋଊଛନ୍ତି ତେବେ ଆପଣଙ୍କୁ ୭ ରେ ଖାଇବା ଆବଶ୍ୟକ । ଏହାସହିତ ରାତି ଖାଇବା ମୋଟ ଉପରେ ଆପଣ ରାଗ ଅଥବା ତିଖା ଖାଇବା କଥା ନୁହେଁ । ଏଭଳି କିଛି ଖାଦ୍ୟ ଖାଇବେ ନାହିଁ ଯାହା ଫଳରେ ତାହା ଆପଣଙ୍କର ଏସିଡିଟି ମାତ୍ରା କୁ ବଢାଇବା ସହିତ ଆପଣଙ୍କର ଗ୍ୟାସ କରାଇବ । ତେବେ ଆପଣ ଏହି ସବୁ ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ଦେଖିବେ ଘୁଙ୍ଗୁଡି ଭଳି ସମସ୍ୟା ରୁ ଆପଣ ଆରାମ ପାଇବେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *