ଝିଟିପିଟି ଓ ଅସରପାଙ୍କୁ ଘରୁ ତଡିବାର ଚମତ୍କାରୀ ଉପାୟ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ

ସାଧାରଣତଃ ସମସ୍ତଙ୍କ ଘରେ ଅସରପା ଓ ଝିଟିପିଟିର ସମସ୍ୟା ରହିଥାଏ । କୀଟ ମାନଙ୍କ ପାଇଁ ଆମ ଘରର ସଦସ୍ୟ ମାନଙ୍କ ଶରୀର ଅସୁସ୍ଥ ହେବା ସହ ଏମାନଙ୍କ ପାଇଁ ଆମ ଘର ଅପରିଷ୍କାର ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ଯାକୁ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଏହି ଉପାୟ ପାଇଁ ସର୍ବପ୍ରଥମେ ଆପଣ ଏକ ସ୍ପ୍ରେ ବୋତଲ ଆଣନ୍ତୁ, ଆଣିବା ପରେ ଏଥିରେ ଏକ ଗ୍ଳାସ ପାଣି ପକାନ୍ତୁ । ଏହି ପାଣିରେ ଏକ ଚାମଚ ଡେଟୋଲ ମିଶାନ୍ତୁ । ଡେଟୋଲକୁ ଆମେ ଆନ୍ଟି ସେପ୍ଟିକ ରୂପରେ ବ୍ୟବହାର କରିଥାଉ । ଏହା ପରେ ଆପଣ ଏକ ଛୋଟ ପିଆଜ ନିଅନ୍ତୁ, ଏହି ପିଆଜକୁ ଭଲ ଭାବରେ ପେଶୀ ଏହାର ରସ ବାହାର କରିଦିଅନ୍ତୁ ।


ଏହି ରସକୁ ସେହି ମିଶ୍ରଣରେ ମିଶାନ୍ତୁ । ଏହା ପରେ ଶେଷରେ ଆପଣ ଏଥିରେ ଅଧା ଚାମଚ ସାଇଟ୍ରିକ ଏସିଡ ମିଶାଇ ଦିଅନ୍ତୁ । ଆପଣଙ୍କୁ ଏହି ମିଶ୍ରଣକୁ ପ୍ରସ୍ତୁତ କରିବା ପାଇଁ ସମସ୍ତ ସାମଗ୍ରୀ ବଜାରରୁ ମିଳିଯିବ ।

ଏହାପରେ ଆପଣ ସେହି ବୋଟଲର କ୍ୟାପକୁ ବନ୍ଦ କରି ଭଲ ଭାବରେ ଏହାକୁ ମିକ୍ସ କରି ଦିଅନ୍ତୁ । ବର୍ତ୍ତମାନ ଆପଣ ଏହାକୁ ପରୀକ୍ଷା କରି ଦେଖନ୍ତୁ । ଯେଉଁ ସ୍ଥାନରେ ଅସରପା କିମ୍ବା ଝିଟିପିଟି ଅଛନ୍ତି ଆପଣ ସେହି ସ୍ଥାନରେ ସ୍ପ୍ରେ କରି ଦେଖନ୍ତୁ । ଦେଖିବେ ଆପଣଙ୍କୁ ଏହାର ଭଲ ରେଜଲ୍ଟ ଦେଖିବାକୁ ମିଳିବ ।

ଅନ୍ୟ ଏକ ଉପାୟ ହେଉଛି ଆପଣ ଏକ ଛୋଟ ପାତ୍ର ଆଣନ୍ତୁ ଓ ଏଥିରେ ଏକ ତୁଳା ରଖନ୍ତୁ, ତୁଳାରେ ସ୍ପ୍ରେ ମାରି ଦିଅନ୍ତୁ । ସ୍ପ୍ରେ ମାରିବା ପରେ ସେହି ପାତ୍ରକୁ ଝିଟିପିଟି ବା ଅସରପା ଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାର ଗନ୍ଧ ଶୁଙ୍ଗି ଝିଟିପିଟି ଓ ଅସରପା ଆପଣଙ୍କ ଘରୁ ସଂପୂର୍ଣ୍ଣ ରୂପରେ ଦୂରେଇ ଯିବେ ।

ସାଧାରଣତଃ ଅସରପାଙ୍କ ପାଇଁ ଆପଣ ଅନ୍ୟ ଏକ ଉପାୟ ମଧ୍ୟ କରିପାରିବେ । ଏଥିପାଇଁ ଆପଣ ଏକ ଖାଲି ପାତ୍ର ନିଅନ୍ତୁ ଓ ଏଥିରେ ଦୁଇ ଚାମଚ ବୋରୀକ ପାଉଡର ଏବଂ ଏକ ଚାମଚ ଗହମ ଅଟା ମିଶାନ୍ତୁ । ଏହା ପରେ ଆପଣ ଏହି ମିଶ୍ରଣରେ ଅଳ୍ପ ଅଳ୍ପ ପାଣି ଦେଇ ଭଲ ଭାବରେ ଏହାକୁ ମିକ୍ସ କରି ଦିଅନ୍ତୁ ।

ମିକ୍ସ କରିବା ପରେ ଆପଣ ଏହାର ଛୋଟ ଛୋଟ ଗୁଳା କରି ଦିଅନ୍ତୁ । ଗୁଳା କରିବା ପରେ ଆପଣ ସେହି ଗୁଳାକୁ ନେଇ ଘରର ସମସ୍ତ କୋଣ ଓ ଆପଣଙ୍କ ରୋଷେଇ ଘରର କୋଣରେ ରଖି ଦିଅନ୍ତୁ । ସାତ ଦିନ ମଧ୍ୟରେ ଆପଣଙ୍କ ଘରେ ଥିବା ସମସ୍ତ ଅସରପା ଦୂର ହୋଇଯିବେ ।

Leave a Reply

Your email address will not be published. Required fields are marked *