କେବଳ ଥରେ ମାତ୍ର ଏହାକୁ ସ୍ପ୍ରେ କରନ୍ତୁ ବୁଢିଆଣୀ ଆପଣଙ୍କ ଘରର ରାସ୍ତା ଭୁଲିଯିବେ (Get Rid of Spiders Naturally)

ବନ୍ଧୁଗଣ ବୁଢିଆଣୀ ପ୍ରାୟତଃ ସମସ୍ତଙ୍କ ଘରେ ବସା କରି ରହିଥାଏ, ହେଲେ ବାସ୍ତୁଶାସ୍ତ୍ର ଅନୁସାରେ ଆମ ଘରେ ବୁଢିଆଣୀ ରହିବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କ ସୁନ୍ଦର ଘରକୁ ବୁଢିଆଣୀ ନିଜ ଜାଲ ବା ବସା ବିଛାଇ ଅସୁନ୍ଦର କରିଥାଏ, ଏହି ବୁଢିଆଣୀକୁ ଘରୁ ଦୂର କରିବା ପାଇଁ ଲୋକ ମାନେ ବହୁତ ପ୍ରକାରର ଉପାୟ କରିଥାନ୍ତି । ତେଣୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଦୁଇଟି ଉପାୟ ନେଇ ଆସିଛୁ ଯାହାର ପ୍ରୟୋଗରେ ବୁଢିଆଣୀ ଆପଣଙ୍କ ଘର ରାସ୍ତା ଭୁଲିଯିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପାୟ ଯାହାକୁ ଆପଣ ବହୁତ ସହଜର କରିପାରିବେ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ପ୍ରଥମ ଉପାୟ-


ବନ୍ଧୁଗଣ ଆମର ପ୍ରଥମ ଉପାୟ ପାଇଁ ଆପଣ ଏକ ପାତ୍ର ନିଅନ୍ତୁ ଓ ସେଥିରେ ଏକ ଚାମଚ ପାଖା ପାଖି ପାନ ବା ଗୁଟୁକା ଜରଦା ନିଅନ୍ତୁ । ଏହାପରେ ଆପଣ ଏହି ପାତ୍ରରେ ଏକ କପ୍ ପାଣି ମିଶାଇ ୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ବନ୍ଧୁଗଣ ୧୦ ମିନିଟ ପରେ ଦେଖିବେ ପାଣିର ରଙ୍ଗ ବଦଳି ଯାଇଥିବ । ଏହାପରେ ଆପଣ ଏକ ଛଣା ଦ୍ଵାରା ପାଣିକୁ ଭଲ ଭାବରେ ଛାଣି ଜରଦାକୁ ଅଲଗା କରି ଦିଅନ୍ତୁ ।

 

ଶେଷରେ ଆପଣ ଏଥିରେ ଏକ ଚାମଚ ଲେମ୍ବୁ ରସ ଏହି ପାଣିରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋଟଲରେ ଭରି ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କ ଘରର ଯେଉଁ ସ୍ଥାନରେ ବୁଢିଆଣୀ ଜାଲ କରିଥିବ ସେହି ସ୍ଥାନକୁ ପ୍ରଥମେ ସଫା କରନ୍ତୁ ଓ ଏହାପରେ ଆପଣ ଏହି ସ୍ପ୍ରେକୁ ସେହି ସ୍ଥାନରେ ମାରି ଦିଅନ୍ତୁ । ଦେଖିବେ ବୁଢିଆଣୀ ଆପଣଙ୍କ ଘର ରାସ୍ତା ଭୁଲିଯିବ ।

ଦୁତୀୟ ଉପାୟ-


ଆମର ଦୁତୀୟ ଉପାୟରେ ବନ୍ଧୁଗଣ ଆପଣ ଏକ ପାତ୍ରରେ ଅଧା କପ୍ ପାଣି ନିଅନ୍ତୁ ଓ ସେଥିରେ ଗୋଟେ ଲେମ୍ବୁ ନେଇ ତାର ରସ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଖଟା ଜାତୀୟ ଜିନିଷ ବୁଢିଆଣୀକୁ ବିଲକୁଲ ଭଲ ଲାଗି ନଥାଏ । ତେଣୁ ଆପଣ ଏକ କପ୍ ପାଣିରେ ଗୋଟେ ଲେମ୍ବୁ ରସ ମିଶାଇ ଦିଅନ୍ତୁ, ନଚେତ ଆପଣ ୫ ଖଣ୍ଡ ଲେମ୍ବୁ ଚୋପାକୁ ନେଇ ଗ୍ଯାସରେ ଗରମ କରି ତାର ପାଣିକୁ ମଧ୍ୟ ବ୍ୟବହାର କରିପାରିବେ ।

ବନ୍ଧୁଗଣ ଏହି ପାଣିକୁ ଅପାନ ଏକ ସ୍ପ୍ରେ ବୋଟଲରେ ଭରି ଦିଅନ୍ତୁ ଓ ଯେଉଁ ସ୍ଥାନରେ ବୁଢିଆଣୀ ଅଧିକ ବସା ବନ୍ଧୁଛି ଆପଣ ସେହି ସ୍ଥାନରେ ଏହାକୁ ସ୍ପ୍ରେ କରି ଦିଅନ୍ତୁ । ଦେଖିବେ ବନ୍ଧୁଗଣ ଏହି ଉପାୟକୁ କରିବା ଦ୍ଵାରା ବୁଢିଆଣୀ ଆପଣଙ୍କ ଘରର ରାସ୍ତା ଭୁଲିଯିବ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଉପାୟକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *