ନାଗମଣି ଲୋଭରେ ଘରେ ପାଳୁଥିଲେ ଏକ ଭୟଙ୍କର ବିଷଧର ନାଗ ସାପ (Cobra), ଦେଖନ୍ତୁ ତା’ପରେ କଣ ହେଲା…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିଥିବେ । ତେବେ ଆମ ଏହି ଦୁନିଆରେ ସାପର ଅନେକ ପ୍ରଜାତି ଅଛନ୍ତି ହେଲେ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ପୁରାଣ ଶାସ୍ତ୍ର ଅନୁସାରେ ଭଗବାନ ଶିବ ସବୁବେଳେ ନିଜ ବେକରେ ନାଗ ସାପକୁ ଧାରଣ କରିଥାନ୍ତି । ନାଗ ସହ ସହ ଜଡିତ କେତେକ ଅନ୍ଧ ବିଶ୍ଵାସ ମଧ୍ୟ ଅଛି ।

ଅନେକ ଲୋକ ନାଗ ସାପକୁ ଦେଖିଲେ ପୂଜା କରନ୍ତି ତ ଅନେକ ଲୋକ ଭୟ କରନ୍ତି । ନାଗ ସାପ ଯେତିକି ପୂଜନୀୟ ସେତିକି ମାରାତ୍ମକ ମଧ୍ୟ ଅଟେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ନାଗ ସାପ ସହ ଜଡିତ ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ଏହି ଭିଡିଓଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଭଦ୍ରକ ଜିଲ୍ଲାର ଏକ ଗାଁରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଏଠାରେ ଏକ ଘର କାନ୍ଥ ତଳେ ଏକ ନାଗ ସାପ ଲୁଚି ରହିଥିଲା  ।

https://www.youtube.com/watch?v=YiiQIxkm8No

ପରିବାର ଲୋକ ଏହା ବିଷୟରେ ଆଗରୁ ଜାଣିଥିଲେ ହେଲେ ଗାଁ ଲୋକ ଜାଣି ନଥିଲେ । ଯେତେବେଳେ ଗାଁ ଲୋକ ଏହା ବିଷୟରେ ଜାଣିଲେ ସେତେବେଳେ ସେମାନେ ଭୟରେ ଏହାର ସୂଚନା ବନ ବିଭାଗକୁ ଦେଇଥିଲେ । ଏହା ପରେ ସେହି ସ୍ଥାନକୁ ଜଣେ ସାପ ଧରାଳି ଆସି ସାପକୁ ଉଦ୍ଧାର କରିଲେ ହେଲେ ସେହି ସମୟରେ ଘରର ଜଣେ ମହିଳା ଜୋର ଜୋର ସେ କାନ୍ଦିବାକୁ ଲାଗିଲେ ।

ମହିଳାଙ୍କ ମତରେ, ସାପଟି କାନ୍ଥ ତଳେ ଭଲରେ ଥିଲା ଆଉ ସେ ଆମ ଭଗବାନ । ସେ କାହାର କ୍ଷତି କରୁ ନଥିଲା ତାକୁ କାହିଁକି ନେଇ ଯାଉଛ । ହେଲେ ମହିଳା ଜଣକ ଜାଣି ନାହାନ୍ତି ସାପର ବୁଦ୍ଧି ନାହିଁ ସେ ଆଜି କାହାର କ୍ଷତି କରି ନାହିଁ ହେଲେ କାଲି କରିପାରେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *