Modi ସରକାରଙ୍କ ଧକାକେଦାର ଯୋଜନା, ଘରେ ବସି ସ୍ଵାମୀ-ସ୍ତ୍ରୀ ମାସକୁ ପାଇ ପାରିବେ 10 ହଜାର ଟଙ୍କା, ବାସ କରିବାକୁ ହେବ ଏହି କାମ

ବନ୍ଧୁଗଣ ବୃଦ୍ଧା ସମୟରେ ଟଙ୍କାର ବହୁତ ଆବଶ୍ୟକତା ରହିଥାଏ । ବୃଦ୍ଧା ବୟସରେ ଠିକ ଭାବରେ କୌଣସି କାମ କରି ହୁଏ ନାହିଁ । ତେଣୁ ଯଦି ପ୍ରତି ମାସରେ ପେନସନ ବା ଟଙ୍କା ମିଳିଯାଏ ତା ହେଲେ ଲୋକଙ୍କ ଜୀବନ ଆନନ୍ଦମୟ ହୋଇଥାଏ । ପ୍ରାଇଭେଟ ଚାକିରିରେ ପେନସନ ବ୍ୟବସ୍ତା ନଥାଏ । ଏବେ ତ ସରକାରୀ ଚାକିରିରେ ବି ପେନସନ ବ୍ୟବସ୍ତା ହାରାହାରି ବନ୍ଦ ହେବାକୁ ଯାଉଛି ।

ଏମିତିରେ ଆଜି ଆମେ ଆପଣ ମାନଙ୍କୁ ପ୍ରଧାନ ମନ୍ତ୍ରୀ ମୋଦୀଙ୍କର ଏପରି ଏକ ସ୍କିମ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ସ୍ଵାମୀ ସ୍ତ୍ରୀ ଘରେ ବସି ପ୍ରତି ମାସରେ ୧୦ ହଜାର ଟଙ୍କା ପାଇପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସରକାରଙ୍କ ଯେଉଁ ସ୍କିମ ବିଷୟରେ କହିବାକୁ ଯାଉଛୁ ସେହି ସ୍କିମର ନାମ ହେଉଛି ଅଟଳ ପେନସନ ଯୋଜନା । ଏହି ସ୍କିମରେ ଆପଣ ଜବାନିରେ କମ ଟଙ୍କା ନିବେଶ କରି ବୃଦ୍ଧା ଅବସ୍ତାରେ ଏହାର ଅଧିକ ଲାଭ ପାଇପାରିବେ । ଏହି ସରକାର ଯୋଜନାର ଲାଭ ଉଭୟ ସ୍ଵାମୀ ସ୍ତ୍ରୀ ପାଇପାରିବେ । ବନ୍ଧୁଗଣ ଯଦି ସ୍ଵାମୀ ସ୍ତ୍ରୀ ଉଭୟ ଏହି ଯୋଜନାରେ ଜବାନି ସମୟରେ ନିବେଶ କରିବେ ତା ହେଲେ ବୃଦ୍ଧ ସମୟରେ ଉଭୟ ମାସକୁ ୧୦ ହଜାର ଟଙ୍କା ପାଇବେ ।

ବର୍ତ୍ତମାନ ଅଟଳ ପେନସନ ଯୋଜନା ଅନ୍ତର୍ଗତ ୬୦ ବର୍ଷ ପରେ ୧୦୦୦ ରୁ ୫୦୦୦ ଟଙ୍କା ମାସକୁ ପେନସନର ଗେରେଣ୍ଟି ଦିଆଯାଉଛି । ଏହି ପେନସନର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ୧୮ ରୁ ୪୦ ବର୍ଷ ବୟସ ହେବା ନିହାତି ଆବଶ୍ୟକ । ଏହି ଯୋଜନାରେ ଆପଣଙ୍କୁ ଏକ ନିର୍ଦ୍ଧିଷ୍ଟ ଆୟର ନିବେଶ କରିବାକୁ ପଡିବ । ଆପଣ ଯେଉଁ ଭଳି ଭାବରେ ନିବେଶ କରିବେ ଆପଣଙ୍କୁ ସେହି ଅନୁସାରେ ମାସକୁ ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିବ ।


ଏହି ପେନସନ ଆପଣଙ୍କୁ ୬୦ ବର୍ଷ ହେବା ପରେ ମିଳିବ । ଯଦି ଆପଣ ମାସକୁ ୫୦୦୦ ଟଙ୍କା ପେନସନ ପାଇବାକୁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ ପ୍ରତି ୬ ମାସରେ ମାତ୍ର ୧୨୩୯ ଟଙ୍କା ନିବେଶ କରିବାକୁ ହେବ । ଯଦି ଆପଣ ୧୮ ବର୍ଷରୁ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତା ହେଲେ ଆପଣ ମାସକୁ ମାତ୍ର ୨୧୦ ଟଙ୍କା ନିବେଶ କରିବେ ଓ ୬୦ ବର୍ଷ ପରେ ୫ ହଜାର ଟଙ୍କା ପେନସନ ପାଇବେ ।

ଯଦି ଆପଣ ୧୦୦୦ ଟଙ୍କା ପେନସନ ପାଇବାକୁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ ମାସକୁ ମାତ୍ର ୪୨ ଟଙ୍କା ନିବେଶ କରିବାକୁ ହେବ । ଯଦି ଆପଣ ୩୫ ବର୍ଷରେ ଏହି ଯୋଜନା ସହ ଯୋଡି ହେଉଛନ୍ତି ଓ ୫୦୦୦ ଟଙ୍କା ପେନସନ ପାଇବାକୁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ସବୁ ୬ ମାସ ପରେ ୫୩୨୩ ତାଙ୍କ ନିବେଶ କରିବାକୁ ହେବ । ତା ହେଲେ ବନ୍ଧୁଗଣ ପ୍ରଧାନ ମନ୍ତ୍ରୀଙ୍କ ଏହି ଅଟଳ ପେନସନ ଯୋଜନା ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ

Leave a Reply

Your email address will not be published. Required fields are marked *