ଭଡାଟିଆଙ୍କ ପାଇଁ ବଡ ଖବର ! ଘର ଭଡା (House Rent) ପାଇଁ ଆଉ ହେବ ନାହିଁ କଳି, ଘର ଭଡା ଦେଇ ନ ପାରିଲେ….ନିଶ୍ଚୟ ଦେଖନ୍ତୁ

ଘର ଭଡା କଳି ସୁଧାରିବ ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ । ଘର ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ହେବ ଲିଖିତ ବୁଝାମଣା । କୋର୍ଟରୁ କମିବ ସିଭିଲ କେସର ବୋଝ । ମଡେଲ ଟେନାନ୍ସି ଆକ୍ଟ ଲାଗୁ ହେଲେ ସୁଧୁରିବ ସ୍ଥିତି । ପ୍ରାଇଭେଟ ହେଉ ବା କମର୍ଶିଆଲ ଭଡା ଟଙ୍କାକୁ କେନ୍ଦ୍ର କରି ଘଟୁଛି ତୁମୁଳ କାଣ୍ଡ । ସିଭିଲ ମ୍ୟାଟରରେ ପୋଲିସ ଅତ୍ୟଧିକ ହସ୍ତକ୍ଷେପ କରୁ ନଥିବା ବେଳେ କଥା ଯାଉଛି କୋର୍ଟକୁ ।

ବାରମ୍ବାର ପୋଲିସ ସିନିୟର ସିଟିଜେନ ମିଟିଙ୍ଗରେ ଏଭଳି ଅଭିଯୋଗ ଆଣୁ ଛନ୍ତି । ଏହାର ସମାଧାନ ପାଇଁ ରାଜ୍ୟରେ ଖୁବ ଶୀଘ୍ର ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ ଲାଗୁ କରିବା ପାଇଁ ଦାବି ହୋଇଛି । ଏହା ଦ୍ଵାରା ଉଭୟ ପକ୍ଷଙ୍କ ମତରେ ଆଇନ ଗତ ବୁଝାବଣା ରହିବା ସହ ପଡି ରହିଥିବା ମାମଲା ଗୁଡିକର ସମାଧାନ ହୋଇପାରିବ । ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ ଆଗରୁ ଥିଲା  ।

ଯଦି ଏହାକୁ ଏବେ ଲାଗୁ କରାଯିବ ତା ହେଲେ ଘର ମାଲିକ ଉପକୃତ ହୁଅନ୍ତେ ଆଉ ଭଡାଟିଆ ମାନେ ମଧ୍ୟ ଉପକୃତ ହୁଅନ୍ତେ । ଏହା ସହିତ ସିଭିଲ କୋର୍ଟରେ ଏହି ମାମଲା ଗୁଡିକ କମିଯିବ ଆଉ ପ୍ରକୃତ ସିଭିଲ ମାମଲା ଗୁଡିକର ସମାଧାନର ବାଟ ଖୋଲିଯିବ । ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ଦ୍ଵାରା ମଞ୍ଜୁର ହୋଇଥିବା ମଡେଲ ଟେନାନ୍ସି ଆକ୍ଟକୁ ତୁରନ୍ତ ଏକ ଅଧ୍ୟାଦେଶ ଜରିଆରେ ରାଜ୍ୟରେ ଲାଗୁ କରିବାକୁ କୁହାଯାଉଛି ।

ଏହି ନୂଆ ନିୟମ ଅନୁସାରେ ଘର ମାଲିକ 2 ମାସରୁ ଅଧିକ ଅଗ୍ରୀମ ଭଡା ନେଇ ପାରିବେ ନାହିଁ । ଅନ୍ୟ ପଟେ ଭଡାଟିଆ ଯଦି ନିୟମର ଖିଲାପ ହୁଅନ୍ତି ତା ହେଲେ 4 ଗୁଣା ଭଡା ତାଙ୍କ ଠାରୁ ଅସୁଲ ହୋଇପାରିବ । 2019ରେ ଆସିଥିବା ଏହି ଅଧି ନିୟମ  ଅନୁଯାଇ ପ୍ରପର୍ଟି ବଜାର ଆଗେଇବା ସହ ଲାଗି ରହିଥିବା ବିବାଦର ସମାଧାନ ହୋଇପାରିବ ।

ଏନେଇ ଆଇନ ବିଭାଗକୁ ଅବଗତ କରାଯାଇଥିବା ବେଳେ ଖୁବ ଶୀଘ୍ର ପ୍ରାଧି କରଣ ଓ କୋର୍ଟ ସ୍ଥାପନ ପାଇଁ ନିଷ୍ପତ୍ତି ଆସିବ ବୋଲି କୁହାଯାଇଛି । ତେବେ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଯଦି ଏହି ନିୟମ ଲାଗୁ ହୁଏ ତା ହେଲେ ଭଡାଟିଆଙ୍କ ସହ ଘର ମାଲିକ ବି ଉପକୃତ ହେବେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *