କେମିତି ବଦଳିଗଲା ତପସ୍ୱିନୀଙ୍କ ଭାଗ୍ୟ ? ରୁମ ରେଡି ହେଲା ପରେ ଏମିତି କଣ ହେଲା ଯେ ଘର ଭଡା ଦେଇଦେଲେ ପ୍ରମୋଦ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପାରିବାରିକ ସିରିଏଲ ପରି ଲମ୍ବି ଲମ୍ବି ଯାଉଛି ତପସ୍ୱିନୀ ଏବଂ ଡାକ୍ତର ସୁମିତ୍‌ଙ୍କ ବିବାଦ । ଜିଲ୍ଲାକୋର୍ଟଙ୍କ ରାୟ ମୁତାବକ ସୁମିତଙ୍କ ଘରେ ରହିବାକୁ ପ୍ରସ୍ତୁତ ଥିଲେ ତପସ୍ୱିନୀ ଏବଂ ସୁମିତଙ୍କ ପରିବାର ଘର ସଫା କରିବାକୁ ସମୟ ନେଇ ଘର ସଫା କରିବା ପରେ ଆଜି ସକାଳେ ତପସ୍ୱନୀ ନିଜେ ଯାଇ ଘର ବୁଲି ଦେଖିଥିଲେ । ତେବେ ଏହି ଘଟଣାରେ ଏବେ ପୁଣି ନୂଆମୋଡ ଆସିଛି । ତପସ୍ୱିନୀ ରହିବାକୁ ଥିବା ଉପର ଘରେ ଝୁଲିଛି ତାଲା ।

ତେବେ ଏଭଳି ପରିସ୍ଥିତିରେ ପୁଣି ଘର ବାରଣ୍ଡାରେ ବସିଛନ୍ତି ତପସ୍ୱିନୀ । ତେବେ ସୁମିତଙ୍କ ଓକିଲ କହିଛନ୍ତି ତପସ୍ୱିନୀ ତାଙ୍କ ଶାଶୁ ଘରେ ରହିବାକୁ ରାୟ ନାହିଁ । କେବଳ ମାସିକ ୧୭ ହଜାର ଟଙ୍କା ଦେବାକୁ କୋର୍ଟଙ୍କ ନର୍ଦ୍ଦେଶ ରହିଛି । ଏହା ପରେ ଘରର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି ସୁମିତଙ୍କ ବାପା । ସେପଟେ ତପସ୍ୱିନୀଙ୍କ ଓକିଲ କହିଛନ୍ତି ଯେ ସୁମିତଙ୍କ ଘରେ ରହିବାକୁ କୋର୍ଟଙ୍କ ସ୍ପଷ୍ଟ ଆଦେଶ ରହିଛି ।

ତେବେ ତେବେ କହିରଖୁଛୁ ଯେ, ଡାକ୍ତର ସୁମିତ୍‌ ଏବଂ ତାଙ୍କ ସ୍ତ୍ରୀ ତପସ୍ୱିନୀଙ୍କ ବିବାଦରେ ଗତକାଲି ରାୟ ଶୁଣାଇଥିଲେ କୋର୍ଟ । ଶ୍ଵଶୁରଙ୍କ ଘରେ ତପସ୍ବିନୀ ରହିବା ନେଇ କୋର୍ଟ କହିଥିଲେ । ମାସିକ  ୧୭ ହଜାର ଟଙ୍କା ଭରଣ ପୋଷଣ ପାଇଁ ମଧ୍ୟ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତପସ୍ବିନୀଙ୍କୁ ଭଡା ଘରେ ରଖିବା ଏବଂ ସମସ୍ତ ଦାୟିତ୍ୱ ବହନ କରିବା ନିମନ୍ତେ  ୨ ଏବଂ  ୯ ତାରିଖରେ ଏସଡିଜେଏମ୍ କୋର୍ଟ ଦେଇଥିବା ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ସୁମିତଙ୍କ ଓକିଲ ।

ସେପଟେ ତପସ୍ବିନୀଙ୍କୁ ଚଳିବା ଏବଂ ଭରଣ ପୋଷଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ଏସଡିଜେଏମ୍ କୋର୍ଟରେ କରାଯାଇଥିବା ଖାରଜ ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ତପସ୍ବିନୀଙ୍କ ଓକିଲ । ଉଭୟ ଘଟଣାରେ ଉଭୟ ପକ୍ଷର ଓକିଲ ଗତ ୨୭ ତାରିଖରେ ଜିଲ୍ଲା କୋର୍ଟରେ ପକ୍ଷ ରଖିଥିବା ବେଳେ ଜିଲ୍ଲା କୋର୍ଟ ଗତକାଲି ରାୟ ଦେଇଛନ୍ତି । ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ରହିବେ ଏବଂ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବେ ।

ଏନେଇ ତାଙ୍କ ଓକିଲ ପ୍ରଦୀପ ବେହେରା ଗତକାଲି ସୂଚନ । ଦେଇଥିଲେ । ଅନ୍ୟପଟେ ସେ ଘରର କେଉଁ ରୁମ୍‌ରେ ରହିବେ ସେନେଇ ମଧ୍ୟ ମିଳିତ ଭାବେ ଆଲୋଚନା ପରେ ସେ ଘରର ଉପର ରୁମ୍‌ରେ ରହିବା ନେଇ ନିଷ୍ପତ୍ତି ହୋଇଥିଲା । ତେବେ ଘରେ ତାଲା ଝୁଲୁଥିବାର ଦେଖି ତପସ୍ୱିନୀ ଭାଙ୍ଗି ପଡିଛନ୍ତି ଏବଂ କହିଛନ୍ତି କି ସେ କାହା ଉପରେ ଆଉ ବିଶ୍ୱାସ କରି ପାରୁ ନାହାଁନ୍ତି ତା ଛଡା ତପସ୍ୱିନୀ ଙ୍କ ମାଆ ମଧ୍ୟ କହିଛନ୍ତି କି ଏହି ନାଟକ ଆଉ ବେଶୀ ଦିନ ଚାଲିବ ନାହିଁ ।

ଆଉ ସେ ଏହା ମଧ୍ୟ କହିଛନ୍ତି କି ବାବୁ କଣ୍ଟ୍ରାଟର ବାହାରୁ ତାଲା ଦେଇ ପଳେଇଛି ଏବଂ ସାତ ଆଠ ଜଣଙ୍କୁ ନେଇ ଆସି କହିଲେ କି ଆମେ ଏଠାରେ ଭଡା ରହିଛୁ । ତେବେ ଏଭଳି ଖେଳ ଡାକ୍ତର ପ୍ରମୋଦ ହିଁ ଖେଳୁଛନ୍ତି ତେବେ ବର୍ତ୍ତମାନ ସେମାନେ କହିଛନ୍ତି କି ତପସ୍ୱିନୀ ଆଜି ହିଁ ଭିତରକୁ ଯିବେ ନିଶ୍ଚିତ ଯିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *