ଘରଭଡା ମାଗିବାକୁ ଗଲେ ଭଡାଟିଆ କହୁଛି ମୁଁ 50 ଲକ୍ଷ ଦେଇ ଘର କିଣିଦେଇଛି…ମୁଁ ଟଙ୍କାଟିଏ ଭଡା ଦେବିନି…ଦେଖନ୍ତୁ ଏହି Video

ବନ୍ଧୁଗଣ ଅନେକ ଲୋକ ସହରକୁ ଆସି ଭଡା ଘରେ ରହିଥାନ୍ତି । ଉଭୟ ଘର ମାଲିକ ଓ ଭଡାଟିଆ ମଧ୍ୟରେ ଯଦି ଭଲ ସମ୍ପର୍କ ରହିବ ତା ହେଲେ ଉଭୟ ପରସ୍ପରର ଉପକାରୀ ହୋଇପାରିବେ । ହେଲେ ଯଦି ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେବ ତା ହେଲେ କାହାର ବି ମଙ୍ଗଳ ହେବ ନାହିଁ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଆଲିୟା ବୋରେସନ ନାମକ ଜଣେ ଯୁବକ ଏପରି ଏକ ଅଭିଯୋଗ ଆଣିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ଆଲିୟା ବୋରେସନ କହିଛନ୍ତି-‘ମୋର ଡାକ ନାଁ ହେଉଛି କୁକୁ, ପ୍ଳଟ ନମ୍ବର 43 ୟୁନିଟ 4 ମୋ ନିଜ ଘର । 1958 ମସିହାରୁ ଏଇଟା ଆମ ନିଜ ଘର । ବାପା 2009 ମସିହାରେ ଜଣେ ଲୋକଙ୍କୁ ଘର ଭଡା ଦେଇଥିଲେ ହେଲେ 2011 ମସିହାରେ ବାପା ଦୁନିଆ ଛାଡି ଚାଲିଗଲେ । ମୋର ରୋଜଗାର କିଛି ନାହିଁ ମୁ ଏହି ଘର ଭଡା ଉପରେ ନିର୍ଭର ଆଉ ମୋର ଦେହ ବି ଖରାପ’ ।

ଆଗକୁ ସେ କହିଛନ୍ତି-‘ବାପା ଯିବା ପରେ ସେ ଆମ ସହିତ 10 ବର୍ଷର ଲିସ ଆଗ୍ରିମେଣ୍ଟ କରିଥିଲା । ମାଙ୍କ ସହ ଡାକିଣି ଆଗ୍ରିମେଣ୍ଟ କରିଥିଲା । ସେହି ଆଗ୍ରିମେଣ୍ଟ 2019 ବର୍ଷ ପର୍ଯ୍ୟନ୍ତ ଥିଲା ଓ ଆଗ୍ରିମେଣ୍ଟ ସରିବା ପରେ ସେ ଆମକୁ ଡାକିକି ନେଲା କୋର୍ଟକୁ କହିଲା ଆମେ 8 ଲକ୍ଷ ଟଙ୍କା ସିକ୍ଯୁରିଟି ଦେବୁ । ସେ 8 ଲକ୍ଷ ଟଙ୍କା ଆଗ୍ରିମେଣ୍ଟରେ ଆଗ୍ରିମେଣ୍ଟ ଫର ସେଲ କରିଛି । ହେଲେ ଏଇ ପ୍ରପୋର୍ଟିଟି ସେଲ ହୋଇପାରିବ ନାହିଁ’ ।

ଆଗକୁ ସେ କହିଛନ୍ତି-‘ତେବେ ଆମେ ପରେ ଜାଣିବାକୁ ପାଇଲୁ ସେ ଆମକୁ 50 ଲକ୍ଷ ଟଙ୍କାର ଏକ ଆଗ୍ରିମେଣ୍ଟରେ ଫର୍ଜରି କରି କହୁଛି ଘର ମୋର । ତା ପରେ ଆମେ କୋର୍ଟରେ ତା ନାଁରେ କେସ କରିଲୁ । ତା ପରେ ସେ ବାବୁ 2019 ସେପ୍ଟେମ୍ବର 1 ତାରିଖରେ ଗୋଟେ ପଫୁ ବୋଲି ପିଲା ଅଛି ପ୍ୟାରିସ ବେକେରି ତାକୁ ଏ ଘର ଭଡାରେ ଛଡେଇ ଦେଲେ । 2019 ରୁ 2022 ମତେ ଟଙ୍କାଟେ ବି ଦେଇ ନାହାନ୍ତି’ ।

ଆଗକୁ ସେ କହିଛନ୍ତି-‘ଘର ଭଡା ଯେତେବେଳେ ବି ମାଗିବାକୁ ଗଲୁ ସେ କହୁଛି ଘର ତ ମୁଁ କିଣି ଦେଇଛି ତମକୁ ମୁଁ 50 ଲକ୍ଷ ଦେଇଦେଇଛି ମୁ ତମକୁ ଟଙ୍କାଟେ ଦେବିନି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *