କଣ ଆପଣ କେବେ ଦେଖିଛନ୍ତି କି ଘଡଘଡ଼ି ! ଦେଖନ୍ତୁ ଘଡଘଡିର ଏହି କରାଳ ଦୃଶ୍ୟ ଆପଣଙ୍କ ଛାତି ଥରେଇ ଦେବ…

ନମସ୍କାର ବନ୍ଧୁଗଣ, ପ୍ରାକୃତିକ ବିପର୍ଯ୍ୟୟ କେତେ ଯେ ଭୟଙ୍କର ହୋଇଥାଏ ତାହାର କରାଳ ଦୃଶ୍ୟ ଯେଉଁମାନ ଦେଖିଥିଲେ ସେମାନେ ନିହାତି ଭାବରେ ଜାଣିଥିବେ । ଆକାଶରେ ଜୋରେ ମେଘ ଘୋଟି ଆସିବା ବେଳେ ମାରୁଥିବା ବିଜୁଳିକୁ ତ ସମସ୍ତେ ଦେଖିଛନ୍ତି ହେଲେ ଘଡ଼ଘଡ଼ିକୁ କେହି ଦେଖିନଥିବେ । କିନ୍ତୁ ଘଡଘଡି ନିଜର ରୂପ ଦେଖାଇଛି ଯାହା ଆପଣ ମାନେ ଆଗରୁ କେଉଁଠି ଶୁଣି ନଥିବେ କି ଦେଖିନଥିବେ । ଘଡ଼ଘଡ଼ିର କେବଳ ଶବ୍ଦ ଅଛି କିନ୍ତୁ ସେହି ଶବ୍ଦ ଆଜି ଦେଖାଇକି ନିଜର ଝଲକ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ସମ୍ପର୍କରେ ।

ମିଳିଥିବା ଖବର ଅନୁଯାୟୀ ସକାଳ ସମୟରେ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଘଡଘଡ଼ି ହୋଇଥିଲା । ସକାଳ ସମୟରେ ସମସ୍ତେ ଶୋଇଥିବା ବେଳେ ଜୋରେ ବର୍ଷା ଏବଂ ପବନ ହୋଇଥିଲା । ଏହାପରେ ଘଡଘଡି ଏକ ନଡିଆ ଗଛକୁ ମାରିଥିଲା । ଆଉ ତାହା ଏତେ ଭୟଙ୍କର ଥିଲା କି ଏତେ ବର୍ଷା ସତ୍ବେ ମଧ୍ୟ ଓଦା ହୋଇଯାଇଥିବା ନଡିଆ ଗଛ ହୁତୁହୁତୁ ହୋଇ ଜଳୁଥିଲା ।

ନିଆଁ ଲିଭିବାର ନାମ ମଧ୍ୟ ଧରୁନଥିଲା । କାହା ଆଖିକୁ ଦେଖା ଯାଉନଥିବା ଘଡଘଡ଼ି ନିଜର ଭୟଙ୍କର ରୂପ ଦେଖାଇଦେଲା ନିଆଁ ମାଧ୍ୟମରେ । ସେହି ନିଆଁ ଏତେ ପ୍ରଖର ଥିଲା କି ତାହାକୁ ନା ବର୍ଷା ପାଣି ବି ଲିଭାଇ ପାରୁନଥିଲା । ଆଉ ନିଆଁକୁ ଅଧିକ ପବନ ବଢାଇ ଦେଉଥିଲା ପବନ ।

ନଡିଆ ଘଚରେ ଏଭଳି ନିଆଁ ଲାଗିଥିଲା କି ନିଆଁ ଲାଗିବା ପରେ ସେଥିରୁ ବାହାରୁଥିବା ଝାସ କୁ ଦେଖି ଲାଗୁଥିଲା ଆକାଶ ମାର୍ଗରେ ବାଣ ଫୁଟୁଅଛି । ଏହା ସହିତ ଘଡ଼ଘଡ଼ି ଜଣଙ୍କ ଘରକୁ ମଧ୍ୟ ମାରିଥିଲା । କିନ୍ତୁ ଭାଗ୍ୟ ବତସ ସେହି ଘରଟି ଛାତ ଘର ଥିଲା ତେଣୁ ସେଥିରେ ନିଆଁ ଲାଗିନଥିଲା । କିନ୍ତୁ ଘର ଛାତ ଫାଟିଯାଇଥିଲା ।

ତେଣୁ ଏଥିରୁ ଜଣା ଯାଉଛି କି ଘଡ଼ଘଡ଼ିର କେତେ ଶକ୍ତି ରହିଛି । ଯାହା ସିମେଣ୍ଟ ଏବଂ କଂକ୍ରିଟ ଭଳି ମଜଭୁତ ସ୍ଥାନକୁ ମଧ୍ୟ ଫଟାଇବାର ସାମର୍ଥ୍ୟ ରଖିଛି । ତେବେ ଏହା ଯଦି କୌଣସି ମଣିଷ ଉପରେ ପ୍ରଭାବ ପକାଇବା ଏହାର ପରିଣାମ କେତେ ଯେ ସାଂଘାତିକ ହେବ ତାହା କଳନା ବାହାରେ । ଏହା ସମ୍ପର୍କରେ ଆପଣ ମାନଙ୍କ ମତ କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *