୨୦୨୦ ରେ ସବୁ ଦିନ ପାଇଁ ଦୁନିଆକୁ ଅଲବିଦା କହିଦେଲେ Bollywood ର ଏହି ସବୁ ଫେମସ ଷ୍ଟାର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ୨୦୨୦ ମସିହାରେ ଦୁନିଆ ଛାଡି ଥିଲେ। ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଏଭଳି କଳାକାର ଅଛନ୍ତି ଯେଉଁମାନେ ନିଜ ଅଭିନୟ ଜରିଆ ରେ ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଥିଲେ ଏବଂ ନିଜ ର ଏକ ସ୍ଵତନ୍ତ୍ର ପରିଚୟ ହାସଲ କରିଥିଲେ। ତେବେ ବନ୍ଧୁଗଣ ଦୁଃଖ ର ବିଷୟ ହେଉଛି ଏହା ଯେ, ଏହି କଳାକାର ମାନେ ଗତ ୨୦୨୦ ମସିହାରେ ସବୁଦିନ ପାଇଁ ଦୁନିଆ ରୁ ବିଦାୟ ନେଇଥିଲେ।

କିନ୍ତୁ ବନ୍ଧୁଗଣ ସେହି ମହାନ କଳାକାର ମାନଙ୍କ ପର ଲୋକ ହୋଇଛି ସତ କିନ୍ତୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶକ ମାନଙ୍କ ହୃଦୟ ରେ ଅମର ହୋଇ ରହି ଯାଇଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କଳାକାର ଙ୍କ ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମ କଳାକାର ଜଣକ ହେଉଛନ୍ତି, ପଦ୍ମଶ୍ରୀ ଆୱାର୍ଡ ରେ ସମ୍ମାନିତ ହୋଇଥିବା ଅଭିନେତା ‘ଇରଫାନ ଖାଁ’ । ୨୦୨୦ ମସିହା ୨୯ ଏପ୍ରିଲ ରେ ଖବର ଆସିଥିଲା ଯେ ଇରଫାନ ଖାଁ ଙ୍କ ପର ଲୋକ ହୋଇଛି କିନ୍ତୁ ପ୍ରଥମେ କୌଣସି ଦର୍ଶକ ଏହି ଖବର କୁ ବିଶ୍ୱାସ କରିନଥିଲେ। ପରେ ଏହା ସତ୍ୟ ବୋଲି ଜଣା ପଡ଼ିଥିଲା। ଏହି ଅଭିନେତା ଙ୍କ ପର ଲୋକ ର କାରଣ ହେଉଛି କୋଲନ ଇଂଫେକ୍ସନ। ଏହି ମହାନ ଅଭିନେତା ଜଣକ ବଲିଉଡ ଇଣ୍ଡଷ୍ଟ୍ରୀ କୁ ‘ଲଞ୍ଚ ବକ୍ସ’, ‘ହିନ୍ଦୀ ମିଡିୟମ’, ‘ପଜଲ’, ‘ବ୍ଲାକମେଲ’ ଭଳି ଅନେକ ବ୍ଲକ ବାଷ୍ଟର ଫିଲ୍ମ ପ୍ରଦାନ କରିଛନ୍ତି।

୨. ବନ୍ଧୁଗଣ ଦ୍ଵିତୀୟ କଳାକାର ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ‘ରୀଷି କପୁର’। ଇରଫାନ ଙ୍କ ପର ଲୋକ ହେବାର ପରଦିନ ହିଁ ଅଭିନେତା ରିଶି କପୁରଙ୍କର ୩୦ ଏପ୍ରିଲ ରେ ପର ଲୋକ ହୋଇଥିଲା । ଏହି ଅଭିନେତା ଜଣକ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ ଏବଂ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅଭିନେତା ରିସୀ କପୁର ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ନାମିଦାମୀ କଳାକାର । ଦୁନିଆରୁ ଯିବା ପରେ ମଧ୍ୟ ସେ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି।

୩. ବନ୍ଧୁଗଣ ତୃତୀୟ କଳାକାର ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ କମେଡିଆନ ଅଭିନେତା ‘ମୋହିତ ଭଗେଲ’। ଏହି ଅଭିନେତା ଜଣକ ସଲମାନ ଖାଁ ଙ୍କ ଫିଲ୍ମ ‘ରେଡ୍ଡୀ’ ରେ ଅଭିନୟ କରିଥିଲେ। ସେଥିରେ ସେ ଛୋଟ ‘ଅମର ଚୌଧୁରୀ’ ନାମକ ଚରିତ୍ର ରେ ଅଭିନୟ କରିଥିଲେ। ତାଙ୍କର ପର ଲୋକ ୨୩ ମେ ୨୦୨୦ ରେ ହୋଇଥିଲା। ତାଙ୍କ ପର ଲୋକ ହେବାର କାରଣ ଥିଲା କ୍ୟାନ୍ସର। ସେ ୨୭ ବର୍ଷ ବୟସ ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

୪. ବନ୍ଧୁଗଣ ଚତୁର୍ଥ କଳାକାର ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଗାୟକ ‘ୱାଜିଦ ଖାଁ’। ବନ୍ଧୁଗଣ ଏହି ଗାୟକ ଜଣକ ୩୧ମେ ୨୦୨୦ ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶୁଣିବାକୁ ମିଳିଥିଲା ଯେ, ସେ କରୋନା ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କିନ୍ତୁ ପରେ ତାଙ୍କ ଭାଇ ସାଜିଦ ଖାଁ କହିଥିଲେ ଯେ, ତାଙ୍କ ପର ଲୋକ ର କାରଣ ହେଉଛି ହୃଦ୍ଘାତ।

୫. ବନ୍ଧୁଗଣ ପଞ୍ଚମ କଳାକାର ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ସୁଶାନ୍ତ ସିଂ ରାଜପୁତ’। ବନ୍ଧୁଗଣ ଏହି ଅଭିନେତା ଜଣକ ୧୪ ଜୁନ ୨୦୨୦ ମସିହାରେ ସେ ନିଜ ଜୀବନ ହରାଇଥିଲେ । ଶୁଣିବାକୁ ମିଳିଥିଲା ଯେ, ସୁଶାନ୍ତ ବହୁତ ଦିନ ଧରି ଡିପ୍ରେସନ ରେ ଥିଲେ ଏବଂ ସେହି କାରଣ ରୁ ହୁଏତ ସେ ନିଜ ଜୀବନ ଶେଷ କରିଥିଲେ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *